ଜି-୭ ସମ୍ମିଳନୀ: ମୋଦିଙ୍କୁ ଭେଟିବା ପାଇଁ ଦୌଡି ଆସିଲେ ବାଇଡେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 27, 2022

ଜି-୭ ସମ୍ମିଳନୀ: ମୋଦିଙ୍କୁ ଭେଟିବା ପାଇଁ ଦୌଡି ଆସିଲେ ବାଇଡେନ୍‌

ନୂଆଦିଲ୍ଲୀ: ଜର୍ମାନୀରେ ଜି-୭ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ଇଣ୍ଡୋନେସିଆ ପ୍ରଧାନମନ୍ତ୍ରୀ ଜୋକୋ ଓ୍ୱିଡୋଡୋଙ୍କ ସହ ଜଳବାୟୁ ପରିବର୍ତ୍ତନ, ବାଣିଜ୍ୟ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

ଜି-୭ ବୈଠକ ଅବସରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କ ସହ କଥା ହେଉଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ମୋଦିଙ୍କ ପାଖକୁ ଆସି ତାଙ୍କ ସହ ହାତ ମିଳାଇଥିଲେ। ଏ ସମ୍ବନ୍ଧିତ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି, ପ୍ରଧାନମନ୍ତ୍ରୀ ମୋଦି, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହାରି ଭିତରେ ଜୋ ବାଇଡେନ୍ ନିଜେ ଚାଲି ମୋଦି ପାଖକୁ ଆସୁଛନ୍ତି ଏବଂ ତାଙ୍କୁ ପଛରୁ ଡାକି ତାଙ୍କ ସହ ହାତ ମିଳାଉଛନ୍ତି । ମୋଦି ମଧ୍ୟ ବାଇଡେନଙ୍କୁ ଦେଖି ସାମାନ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ।

ଜ-୭ ବୈଠକରେ ଯୋଗ ଦେଇ ଜର୍ମାନୀ ଚାନସେଲର ଓଲାଫ ସ୍କୋଜ୍, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାଇରିଲ୍ ରାମଫୋସାଙ୍କ ସହ ଶକ୍ତି, ଖାଦ୍ୟ ସୁରକ୍ଷା, ଆତଙ୍କବାଦ, ପରିବେଶ ଏବଂ ଗଣତନ୍ତ୍ର ଉପରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ସୋମବାରଠୁ ଆରମ୍ଭ ହୋଇଥିବା ତିନିଦିନିଆ ଜି-୭ ବୈଠକରେ ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ୍, ଜାପାନ, ଇଟାଲୀ, କାନାଡା ଓ ଆମେରିକାର ରାଷ୍ଟ୍ରମୁଖ୍ୟମାନେ ଯୋଗ ଦେଇଛନ୍ତି।  ଜର୍ମାନୀ ଚାନସେଲର ଓଲାଫ୍ ସ୍କୋଜ୍ଙ୍କ  ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ଅତିଥି ଭାବେ ଏଥିରେ ଯୋଗ ଦେଇଛନ୍ତି। ୟୁକ୍ରେନ୍‌କୁ ଆର୍ଥିକ, ମାନବିକ, ସାମରିକ ଏବଂ କୂଟନୈତିକ ସ୍ତରରେ ସହାୟତା ପ୍ରଦାନ ଉପରେ ଜି-୭ ରାଷ୍ଟ୍ର ଗୁରୁତ୍ୱ ଦେଇଛନ୍ତି।

The post ଜି-୭ ସମ୍ମିଳନୀ: ମୋଦିଙ୍କୁ ଭେଟିବା ପାଇଁ ଦୌଡି ଆସିଲେ ବାଇଡେନ୍‌ appeared first on Odisha Reporter.



from Odisha Reporter https://ift.tt/y4Z6zgG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages