୩୬ ବର୍ଷ ବୟସରେ ନାଡାଲଙ୍କୁ ରେକର୍ଡ ୨୨ତମ ଗ୍ଲାଣ୍ଡସ୍ଲାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 5, 2022

୩୬ ବର୍ଷ ବୟସରେ ନାଡାଲଙ୍କୁ ରେକର୍ଡ ୨୨ତମ ଗ୍ଲାଣ୍ଡସ୍ଲାମ

ପ୍ୟାରିସ୍‌: ରେକର୍ଡ କରିଛନ୍ତି ସ୍ପେନୀୟ ତାରକା ରାଫେଲ ନାଡାଲ। ସେ ଟେନିସର ବାଦଶାହ ବୋଲି ପୁଣି ଥରେ ପ୍ରମାଣ କରି ଦେଖାଇଛନ୍ତି। ୩୬ ବର୍ଷ ବୟସରେ ସେ ନିଜ କ୍ୟାରିୟର୍‌ର ୨୨ତମ ଗ୍ରାଣ୍ଡ୍ ସ୍ଲାମ ଟ୍ରଫି ଜିତି ରେକର୍ଡ କରିଛନ୍ତି। ଏଥିସହ ଗ୍ରାଣ୍ଡ ସ୍ଲାମ୍ ଟ୍ରଫି ଜିତିବାରେ ସେ ସୃଷ୍ଟି କରିଥିବା ରେକର୍ଡକୁ ଆହୁରି ମଜବୁତ କରିଛନ୍ତି। ରବିବାର ଫ୍ରେଞ୍ଚ୍ ଓପନ୍ ଫାଇନାଲରେ ନାଡାଲ ସିଧାସଳଖ ୬-୩, ୬-୩, ୬-୦ ସେଟରେ ନରୱେର କାସପର ରୁଡୁଙ୍କୁ ପରାସ୍ତ କରିଛନ୍ତି। ଫାଇନାଲ ଲଢ଼େଇ ୨ ଘଣ୍ଟା ୧୮ ମିନିଟ ଧରି ଚାଲିଥିଲା।

ନରୱେର ରୁଡ୍ ପ୍ରଥମ ଥର ଗ୍ରାଣ୍ଡ ସ୍ଲାମ ଫାଇନାଲ୍ ଖେଳୁଥିଲେ। କିନ୍ତୁ ୩୦ତମ ଗ୍ରାଣ୍ଡ ସ୍ଲାମ ଖେଳୁଥିବା ନାଡାଲଙ୍କ ଆଗରେ ସେ ଫିକା ପଡ଼ି ଯାଇଛନ୍ତି। ଫାଇନାଲ ବିଜୟ ସହ ରୋଲାଁ ଗ୍ୟାରୋସରେ ସେ ୧୪ତମ ଥର ଟ୍ରଫି ଜିତିବାର ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।


ସେ ବିଶ୍ୱର ପ୍ରଥମ ବୟୋଜ୍ୟଷ୍ଠ ଖେଳାଳି ଭାବେ ଫ୍ରେଞ୍ଚ ଓପନ ଜିତିଛନ୍ତି। ୨୦୦୫ରେ ନାଡାଲଙ୍କୁ ଯେତେବେଳେ ୧୯ ବର୍ଷ ବୟସ ହୋଇଥିଲା ସେ ପ୍ୟାରିସରେ ପ୍ରଥମ ଟ୍ରଫି ଜିତିଥିଲେ। ଏବେ ୩୬ ବର୍ଷ ବୟସରେ ସେ ୧୪ତମ ଟ୍ରଫି ଜିତିବାକୁ ସକ୍ଷମ ହୋଇଛନ୍ତି। ଚଳିତ ବର୍ଷ ନାଡାଲଙ୍କ ଏହା ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ ଟ୍ରଫି। ଫ୍ରେଞ୍ଚ ଓପନ ପୂର୍ବରୁ ସେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନାଡାଲ ଏବେ ତାଙ୍କ ଚୀର ପ୍ରତିଦ୍ୱନ୍ଦ୍ୱୀ ନୋଭାକ ଜୋକୋଭିଚ ଓ ରୋଜର ଫେଡରରଙ୍କ ଠାରୁ ୨ଟି ଲେଖାଏ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି। ଜୋକୋଭିଚ ଓ ଫେଡରର ୨୦ଟି ଲେଖାଏ ଗ୍ରାଣ୍ଡସ୍ଲାମ ଟ୍ରଫି ଜିତିଥିବା ବେଳେ ନାଡାଲଙ୍କ ନାଁରେ ୨୨ଟି ଟ୍ରଫି ରହିଛି। ନାଡାଲଙ୍କ ପୂର୍ବରୁ ବୟୋଜ୍ୟଷ୍ଠ ଖେଳାଳି ଭାବେ ୧୯୭୨ ମସିହାରେ ଆଣ୍ଡ୍ରେ ଜିମେନୋ ପ୍ୟାରିସ୍‌ରେ ଟ୍ରଫି ଜିତିଥିଲେ। ସେ ଟ୍ରଫି ଜିତିବା ବେଳେ ତାଙ୍କ ବୟସ ୩୪ ଥିଲା। କିନ୍ତୁ ଏବେ ନାଡାଲ ୩୬ ବର୍ଷ ବୟସରେ ଟ୍ରଫି ଜିତିଛନ୍ତି।

The post ୩୬ ବର୍ଷ ବୟସରେ ନାଡାଲଙ୍କୁ ରେକର୍ଡ ୨୨ତମ ଗ୍ଲାଣ୍ଡସ୍ଲାମ appeared first on Odisha Reporter.



from Odisha Reporter https://ift.tt/JFRAUC6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages