ଦରିଦ୍ରତାର କରୁଣ କାହାଣୀ, ୨ ମାସର ଛୁଆକୁ ମାରିଦେଲା ନାବାଳିକା ମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 5, 2022

ଦରିଦ୍ରତାର କରୁଣ କାହାଣୀ, ୨ ମାସର ଛୁଆକୁ ମାରିଦେଲା ନାବାଳିକା ମା’

ଇନ୍ଦୋର: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛି। ଦରିଦ୍ରତାର କଷ୍ଟ ଓ ପରିବାର ଲୋକଙ୍କ ଚାପ ଯୋଗୁ ନିଜ ଛୁଆକୁ ତଣ୍ଟି ଚିପି ହତ୍ୟା କରିଛନ୍ତି ଜଣେ ନାବାଳିକା ମା’। ନାବାଳିକା ଜଣଙ୍କ ଦୁଷ୍କର୍ମ ପୀଡ଼ିତା। ତାଙ୍କ ସହ ଦୁଷ୍କର୍ମ ହୋଇଥିବାରୁ ସେ ମା’ ହୋଇଥିଲେ। ଏଥିସହ ୨ ମାସ ତଳେ ସେ ନିଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ହେଲେ ପରିବାର ଲୋକଙ୍କ ଚାପ ଓ ଦରିଦ୍ରତା ଯୋଗୁ ସେ ଠିକ୍‌ ଭାବେ ନିଜ ଛୁଆର ଯତ୍ନ ନେଇ ପାରୁ ନଥିଲେ। ଏଥିପାଇଁ ସେ ତା’କୁ ସବୁ ଦିନ ପାଇଁ ତଣ୍ଟି ଚିପି ହତ୍ୟା କରିଛନ୍ତି।

ପୁଲିସ୍‌ ମାମଲା ରୁଜୁ କରି ହତ୍ୟାକାରୀ ମା’ଙ୍କୁ ଗିରଫ କରିଛି। ନାବାଳିକା ମା’ ଜଣଙ୍କ ନିଜର ଦୋଷ ମଧ୍ୟ ସ୍ୱୀକାର କରିଥିବା ଇନ୍ଦୋରର ଅତରିକ୍ତ ଡିସିପି ରାଜେଶ ବ୍ୟାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, କିଛି ମାସ ତଳେ ନାବାଳିକା ଜଣଙ୍କ ଦୁଷ୍କର୍ମର ଶିକାର ହୋଇଥିଲେ। ଏହାପରେ ସେ ୨ ମାସ ତଳେ ନିଜ ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ତେବେ ପରିବାର ଲୋକ ତାଙ୍କ ଉପରେ ବାହା ହେବାକୁ ଚାପ ପ୍ରୟୋଗ କରୁଥିଲେ।

ସେହିପରି ଅଭାବ ଅନାଟନ ମଧ୍ୟରେ ସେ ନିଜର ଓ ନିଜ ପିଲାର ଯତ୍ନ ନେବାକୁ ସକ୍ଷମ ହେଉ ନଥିଲେ। ଏଥିପାଇଁ ସେ ହତାଶ ହୋଇ ନିଜ ୨ ମାସର ପିଲାକୁ ତଣ୍ଟି ଚିପି ମାରି ଦେଇଥିଲେ ବୋଲି ରାଜେଶ ବ୍ୟାସ କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଛୁଆଟି କେମିତି ପ୍ରାଣ ହରାଇଲା, ସେକଥା ପ୍ରଥମେ କେହି ବି ଜାଣି ନଥିଲେ। ପୁଲିସ୍ ଖବର ପାଇବା ପରେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଛୁଆଟିକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେବା ପରେ ପୁଲିସ୍ ତଦନ୍ତକୁ ଜୋରଦାର କରିଥିଲା। ତଦନ୍ତ ବେଳେ ପୁଲିସ୍ ଛୁଆଟିର ନାବାଳିକା ମା’ଙ୍କୁ ଜେରା କରିଥିଲା। ଏହି ସମୟରେ ସେ ସବୁ ଦୋଷ ସ୍ୱୀକାର କରି ନେଇଥିଲେ।

The post ଦରିଦ୍ରତାର କରୁଣ କାହାଣୀ, ୨ ମାସର ଛୁଆକୁ ମାରିଦେଲା ନାବାଳିକା ମା’ appeared first on Odisha Reporter.



from Odisha Reporter https://ift.tt/9TUbxLe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages