ପିକଅପ୍‌ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, June 27, 2022

ପିକଅପ୍‌ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ

ଭଦ୍ରକ(ପାର୍ଥ ସାରଥୀ ନାୟକ): ଜାତୀୟ ରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌କୁ  ପଛ ପଟୁ ପିଟିଲା ଆମ୍ବୁଲାନ୍ସ। ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ କର୍ମଚାରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥ  ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ  ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା । ଏହି ସମୟରେ ବାଲେଶ୍ୱର ପଟରୁ ଆସୁଥିବା  ଆମ୍ବୁଲାନ୍ସଟି  ପିକଅପ୍‌କୁ  ପଛପଟୁ ଧକ୍କା ଦେଇଥିଲା । ଫଳରେ  ପିକଅପ ଭ୍ୟାନ୍‌ଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା ।

ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିଲେ। ଖବର ପାଇ ଭଦ୍ରକ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହ ଉଦ୍ଧାର କରି ଉଭୟଙ୍କୁ ଭଦ୍ରକ ମେଡିକାଲକୁ ପଠାଇଛନ୍ତି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କର ପରିଚୟ ମିଳି ପାରି ନାହିଁ । ଆମ୍ବୁଲାନ୍ସଟି ତାମିଲନାଡୁ ରାଜ୍ୟର ହୋଇଥିବା ଅନୁମାନ କରାଯାଉଥିବା ବେଳେ କେଉଁଆଡେ ଯାଉଥିଲା ତାହା ଜଣା ପଡ଼ିନାହିଁ ।

The post ପିକଅପ୍‌ ଭ୍ୟାନ୍‌କୁ ପଛରୁ ପିଟିଲା ଆମ୍ବୁଲାନ୍ସ appeared first on Odisha Reporter.



from Odisha Reporter https://ift.tt/RoE0Zj9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages