ଗର୍ଭପାତର ସାମ୍ବିଧାନିକ ଅଧିକାର ରଦ୍ଦ, ୫୦ ବର୍ଷ ତଳର ରାୟକୁ ବଦଳାଇଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 25, 2022

ଗର୍ଭପାତର ସାମ୍ବିଧାନିକ ଅଧିକାର ରଦ୍ଦ, ୫୦ ବର୍ଷ ତଳର ରାୟକୁ ବଦଳାଇଲେ ସୁପ୍ରିମକୋର୍ଟ

ୱାଶିଂଟନ: ଗର୍ଭପାତର ସାମ୍ବିଧାନିକ ଅଧିକାରକୁ ରଦ୍ଦ କରିଛନ୍ତି ଆମେରିକାର ସୁପ୍ରିମକୋର୍ଟ। ପ୍ରାୟ ୫୦ ବର୍ଷ ତଳେ ସୁପ୍ରିମକୋର୍ଟ ନିଜେ ଗୋଟିଏ ଐତିହାସିକ ନିଷ୍ପତ୍ତିକ୍ରମେ ମହିଳାଙ୍କ ସୁରକ୍ଷା ପାଇଁ ଗର୍ଭପାତକୁ ସାମ୍ବିଧାନିକ ଅଧିକାରର ମାନ୍ୟତା ଦେଇଥିଲେ। ହେଲେ ଶୁକ୍ରବାର ସୁପ୍ରିମକୋର୍ଟ ନିଜର ପାଞ୍ଚ ଦଶନ୍ଧି ପୁରୁଣା ରାୟରେ ପରିବର୍ତ୍ତନ କରିଛନ୍ତି।

ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ସମ୍ବିଧାନ କେବେ ହେଲେ ଗର୍ଭପାତ କରିବା ଅଧିକାର ଦେଇନାହିଁ। ‘ରୋ ବନାମ ୱେଡ୍’ ମାମଲା ଆମ ତରଫରୁ ଖାରଜ କରାଯାଉଛି। ଏହି ମାମଲାର ଶୁଣାଣି କରି ୧୯୭୩ ମସିହାରେ ସୁପ୍ରିମକୋର୍ଟ ଗର୍ଭପାତକୁ ଆଇନଗତ ମାନ୍ୟତା ଦେଇଥିଲେ। ଏବେ କୋର୍ଟ ଏହାକୁ ରଦ୍ଦ କରିଥିଲେ ମଧ୍ୟ ରାଜ୍ୟ ଗୁଡ଼ିକ ନିଜ ହିସାବରେ ଗର୍ଭପାତକୁ ଅନୁମତି କିମ୍ବା ଏହା ଉପରେ ପ୍ରତିବନ୍ଧକ ଲଗାଇ ପାରିବେ ବୋଲି କହିଛନ୍ତି।

ସୁପ୍ରିମକୋର୍ଟଙ୍କ ଏପରି ଫୈସଲାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭଳି ଅନେକ ଲୋକ ବିରୋଧ କରିଛନ୍ତି। ତେବେ ଅନ୍ୟତମ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ସ୍ୱାଗତ କରିଛନ୍ତି। ଭଗବାନ ନିଜେ ଏପରି ରାୟ ଦେଇଥିବା ସେ କହିଛନ୍ତି।

ସେହିପରି ସୁପ୍ରିମକୋର୍ଟଙ୍କ ରାୟ ପରେ ଏକାଧିକ ରାଜ୍ୟ ଗର୍ଭପାତ ବିରୋଧରେ ପ୍ରତିବନ୍ଧକ ଲଗାଇବା ଆରମ୍ଭ କରିଥିବା ମଧ୍ୟ ଜଣାଡ଼ିଛି। ହେଲେ ରାଷ୍ଟ୍ରପତି ବାଇଡେନ ମହିଳାଙ୍କ ସୁରକ୍ଷା ପ୍ରତି ତାଙ୍କ ପ୍ରଶାସନ ସର୍ବଦା କାର୍ଯ୍ୟରତ ଓ ଏଥିପାଇଁ ସମସ୍ତ ପ୍ରକାରର ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଆମେରିକାରେ ଥିବା ଏକାଧିକ କମ୍ପାନୀ ସେମାନଙ୍କର ମହିଳା କର୍ମଚାରୀଙ୍କ ପାଇଁ ଆଗକୁ ଆସିଛନ୍ତି। ସେମାନେ ନିଜ କମ୍ପାନୀର ମହିଳା କର୍ମଚାରୀଙ୍କୁ ସବୁ ପ୍ରକାରର ସୁରକ୍ଷା ତଥା ଗର୍ଭପାତ କରାଇବା ପାଇଁ ଆବଶ୍ୟକ ସୁବିଧା ଯୋଗାଇ ଦେବେ। ବିଶେଷ କରି ଗର୍ଭପାତର ଅନୁମତି ଥିବା ରାଜ୍ୟକୁ ଯିବା ପାଇଁ ସେମାନଙ୍କୁ ଛୁଟି ସହ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ମେଟା ଠାରୁ ଆରମ୍ଭ କରି ଆମାଜନ, ଆପଲ ଆଇଏନସି, ମାଇକ୍ରୋସଫ୍ଟ, ୱାଲ୍ଟ ଡିଜନୀ, ନେଟଫ୍ଲିକ୍ସ, ଆମେରିକାନ ଏକ୍ସପ୍ରେସ, ଉବେର ଟେକ୍ନୋଲଜିସ ଓ ଗୋଲ୍ଡମ୍ୟାନ ସାଚ୍ସ ଗ୍ରୁପ ଆଇଏନସି କହିଛନ୍ତି।

ସୂଚନାଯୋଗ୍ୟ, ୧୯୭୩ ମସିହାରେ ଆମେରିକାର ସୁପ୍ରିମକୋର୍ଟ ରୋ ବନାମ ୱେଡ ମାମଲାର ଶୁଣାଣି କରିଥିଲେ। ନୋରମା ମ୍ୟାକକୋର୍ଭୀ ନାମକ ଜଣେ ମହିଳାଙ୍କର ଦୁଇଟି ସନ୍ତାନ ଥିଲେ। ଏହି ସମୟରେ ସେ ତୃତୀୟ ସନ୍ତାନର ଜନକ ହେବାକୁ ଯାଉଥିଲେ। ତେବେ ପୂର୍ବରୁ ଦୁଇଟି ପିଲା ଥିବାରୁ ସେ ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଚାହୁଁ ନଥିଲେ। ଏଥିପାଇଁ ସେ ପ୍ରଥମେ ଫେଡରାଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ତାଙ୍କୁ ଗର୍ଭପାତ କରିବାକୁ ଅନୁମତି ଦେଇ ନଥିଲେ। ଏହାପରେ ସେ ମ୍ୟାକକୋର୍ଭୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ତାଙ୍କ ଯୁକ୍ତି ଶୁଣିବା ପରେ ଗର୍ଭପାତ କରାଇବାକୁ ଅନୁମତି ଦେଇଥିଲେ।

୧୯୭୩ ମସିହାରେ ଏହି ମାମଲାର ଶୁଣାଣି ବେଳେ କୋର୍ଟ କହିଥିଲେ ଯେ ପେଟରେ ଥିବା ଗର୍ଭ ସହ କ’ଣ କରାଯିବା ଦରକାର, ତା’ର ନିଷ୍ପତ୍ତି କେବଳ ସେହି ମହିଳା ନେଇ ପାରିବେ। ମହିଳାଙ୍କ ଶରୀର ଉପରେ ସେମାନଙ୍କର ସାମ୍ବିଧାନିକ ଅଧିକାର ରହିଛି। ତେଣୁ ସେମାନେ ସେହି ସାମ୍ବିଧାନିକ ଅଧିକାର ବଳରେ ଗର୍ଭପାତ ମଧ୍ୟ କରିପାରିବେ। ହେଲେ ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ବିରୋଧରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ବିକ୍ଷୋଭ ଆରମ୍ଭ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ଥିତିକୁ ଦେଖି ରାଷ୍ଟ୍ରପତି ବାଇଡେନ ସମସ୍ତଙ୍କୁ ଶାନ୍ତ ରହିବାକୁ କହିଛନ୍ତି। ଏଥିସହ କେହି ବି ଆଇନକୁ ହାତକୁ ନିଅନ୍ତୁ ନାହିଁ ବୋଲି ନିବେଦନ କରିଛନ୍ତି।

The post ଗର୍ଭପାତର ସାମ୍ବିଧାନିକ ଅଧିକାର ରଦ୍ଦ, ୫୦ ବର୍ଷ ତଳର ରାୟକୁ ବଦଳାଇଲେ ସୁପ୍ରିମକୋର୍ଟ appeared first on Odisha Reporter.



from Odisha Reporter https://ift.tt/UpcXBtM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages