କଣ୍ଟେନର୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 5, 2022

କଣ୍ଟେନର୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ମୃତ

ଢ଼ାକା: ଜଳିଗଲା କଣ୍ଟେନର୍‌ ଡିପୋ। ନିଆଁ ଲାଗି ଦଗ୍ଧ ହୋଇଗଲେ ୨୫ ଜଣ। ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଦକ୍ଷିଣ ପୂର୍ବ ବାଙ୍ଗଲାଦେଶର ଏକ ଅଭ୍ୟାନ୍ତରୀଣ କଣ୍ଟେନର ଡିପୋରେ ଗତ ବିଳମ୍ବିତ ରାତିରେ ଏଭଳି କିଛି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।

ରବିବାର ମିଳିଥିବା ସୂଚନା ମୁତାବକ, ବନ୍ଦର ସହର ଚିଟଗାଓଁ ଠାରୁ ୪୦ କିଲୋମିଟର ଦୂରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ହଠାତ୍‌ ଶନିବାର ବିଳମ୍ବିତରେ ରାତିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର ଝରକାଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିରେ ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଦମକଳକର୍ମୀ ଓ ପୁଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି।

ସେପଟେ ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, କଣ୍ଟେନର ଡିପୋରେ କେମିକଲ ଥିବା ଯୋଗୁଁ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁ ଲିଭାଇବା ବେଳେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ପରେ ଅନେକ କଣ୍ଟେନର୍‌ ଫାଟି ଯାଇଥିଲା। ଏହାପରେ ଚାରିଆଡେ ନିଆଁ ବ୍ୟାପିଯାଇଥିବା ନେଇ ସୂଚନା ମିଳିଛି।

ନିଆଁ ଲିଭାଇବା ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଆଜି ସକାଳ ପର୍ଯ୍ୟନ୍ତ ଉଦ୍ୟମ ଚଳାଇଥିଲେ ବୋଲି ଅଗ୍ନିଶମ ସେବା ଅଧିକାରୀ ଫାରୁକ୍‌ ହୁସେନ୍‌ ଶିକ୍‌ଦର୍‌ କହିଛନ୍ତି। କ’ଣ ପାଇଁ ନିଆଁ ଲାଗିଲା, ତାହା ଜଣାପଡ଼ିନାହିଁ। ହାଇଡ୍ରୋଜେନ୍‌ ପିରୋକ୍ସାଇଡ୍‌ ଥିବା କୌଣସି କେଣ୍ଟେନର ଜଳି ତୁରନ୍ତ ଚାରିଆଡ଼କୁ ନିଆଁ ବ୍ୟାପିଯାଇଥାଇ ପାରେ ବୋଲି ଅଗ୍ନିଶମ ଅଧିକାରୀମାନେ ସନ୍ଦେହ କରୁଛନ୍ତି।

ଚିଟଗାଓଁ ସିଭିଲ ସର୍ଜନ ମହମ୍ମଦ ଇଲିଆସ ହୁସେନ କହିଛନ୍ତି, ଆହତଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ। ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ଅନୁରୋଧ କରିବା ସହ ଜରୁରିକାଳୀନ ରକ୍ତଦାନ ପାଇଁ ଆହ୍ୱାନ କରିଛନ୍ତି।

The post କଣ୍ଟେନର୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ, ୨୫ ମୃତ appeared first on Odisha Reporter.



from Odisha Reporter https://ift.tt/GPyU8vl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages