ପୁରୀ ଯାଉଛନ୍ତି କି? ଜାଣନ୍ତୁ, କେଉଁଠି ପାର୍କିଂ କରିବେ ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 29, 2022

ପୁରୀ ଯାଉଛନ୍ତି କି? ଜାଣନ୍ତୁ, କେଉଁଠି ପାର୍କିଂ କରିବେ ଗାଡ଼ି

ପୁରୀ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ।  ୨ ବର୍ଷ ପରେ ଏଥର ବଡ଼ ଦାଣ୍ଡରେ ପ୍ରଭୁଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥିନିମନ୍ତେ ଦେଶ ତଥା ବିଦେଶରୁ ପୁରୀକୁ ଛୁଟିଲାଣି ଭକ୍ତଙ୍କ ସୁଅ। ଏହି ସମୟରେ ପୁରୀକୁ ଆସୁଥିବା ଶତାଧିକ ଗାଡ଼ିକୁ ପାର୍କି ନିମନ୍ତେ ଟ୍ରାଫିକ୍ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।

ଭୁବନେଶ୍ୱର, ବ୍ରହ୍ମପୁର ଆଡୁ ଯାଉଥିବା ବାଇକ୍‌ଗୁଡ଼ିକ ମଶାଣିଚଣ୍ଡୀ ଛକ ସ୍ଥିତ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରାଯିବ । କୋଣାର୍କ ପଟୁ ଆସୁଥିବା ବାଇକ୍ ଗୁଡିକ ବ୍ଲୁ ଫ୍ଲାଗ୍ ବିଚ୍ ନିକଟରେ ପାର୍କିଂ ହେବ ।  ଭୁବନେଶ୍ୱରରୁ ଯାଉଥିବା କାର୍‌ଗୁଡିକ ଛପନଛକ ନିକଟ ପାର୍କିଂ ସ୍ଥଳରେ ରହିବେ ।

ଭୁବନେଶ୍ୱରରୁ ଆସୁଥିବା ତିନି ଚକିଆ, ଚାରି ଚକିଆ ଗାଡିଗୁଡିକ ମାଳତୀପାଟପୁର, ତୋଷାଳୀ ଛକ, ଗ୍ରୀଡ୍ ଷ୍ଟେସନ, ଭୁଦାନ ଦେଇ ତାଳବଣିଆରେ ପାର୍କିଂ କରାଯିବ । ଫେରିବା ବେଳେ ଏହି ଗାଡି ଗୁଡିକ ସେଣ୍ଟ୍ରାଲ ସ୍କୁଲ, ଗ୍ରୀଡ ଷ୍ଟେସନ, ବାଲିଘାଟ, ଗୋପାଳପୁର କ୍ରସିଂ ଦେଇ ମାଳତୀପାଟପୁରରେ ପହଞ୍ଚିବ । ବସ୍ ଗୁଡିକ ମାଳତୀପୁର ନୂଆ ବସ୍‌ଷ୍ଟାଣ୍ଡରେ ପାର୍କିଂ ହେବ ।

ଏହାବାଦ ରଥ ଯାତ୍ରା ସମୟରେ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି କୌଣସି ପ୍ରକାର ଅଘଟଣକୁ ଏଡ଼ାଇବାକୁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତ ହୋଇଛି ପ୍ରଶାସନ ।  ତିନି ରଥର ସୁରକ୍ଷା ପାଇଁ ତିନିଟି ଫାୟାର ଫାଇଟିଂ ଟିମ୍ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି ।  ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ ୩୯ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନିଟି ସ୍ୱତନ୍ତ୍ର ଟିମ୍ କରାଯାଇଛି  । ଏଥିସହ ୯୦ଜଣ ଲାଇଫ୍ ଗାର୍ଡ ଓ ୩୦୦ଜଣ ଘରୋଇ ଲାଇଫ୍ ଗାର୍ଡ ମୁତୟନ ହେବେ।

ଅଂଶୁଘାତ ଜନିତ ସୁରକ୍ଷା ପାଇଁ ୧୫ଟି କୁଇକ୍ ରେସପନ୍ସ ଟିମ୍ ଓ ୮ଟି ୱାଟର ଟ୍ୟାଙ୍କର ରହିବ । ଜଳ ନିଷ୍କାସନ ପାଇଁ ୧୦ଟି ଫାୟାର ପମ୍ପ ରହିବ । କୌଣସି ଆପାତକାଳୀନ ପରିସ୍ଥିତିର ମୁକାବିଲା ପାଇଁ  ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ  ପୁରୀ ଅଗ୍ନିଶମ କେନ୍ଦ୍ରରେ ୨୪ଘଣ୍ଟିଆ କାର୍ଯ୍ୟକରିବ ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

The post ପୁରୀ ଯାଉଛନ୍ତି କି? ଜାଣନ୍ତୁ, କେଉଁଠି ପାର୍କିଂ କରିବେ ଗାଡ଼ି appeared first on Odisha Reporter.



from Odisha Reporter https://ift.tt/0Kg528J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages