ନୂଆଦିଲ୍ଲୀ: ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମ୍କୁ ବଡ ଝଟ୍କା। କରୋନାରେ ଆକ୍ରାନ୍ତ ହେଲେ ଟିମ୍ ଇଣ୍ଡିଆର ହିଟ୍ ମ୍ୟାନ୍। ଦଳର ଅଧିନାୟକ ରୋହିତ ଶର୍ମା କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶନିବାର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟରେ ରୋହିତଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
ଶନିବାର ଖେଳାଳିଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ୍ ହୋଇଥିଲା। ଏଥିରେ ରୋହିତ କରୋନା ପଜିଟିଭ୍ ଥିବା ଜଣାପଡିଥିଲା। ଏବେ ସେ ହୋଟେଲରେ ଆଉସୋଲେସନରେ ଅଛନ୍ତି। ବିସିସିଆଇ ମେଡିକାଲ ଟିମ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି। ଆଜି ପୁଣି ତାଙ୍କ ଆର୍ଟିପିସିଆର୍ ଟେଷ୍ଟ କରଯିବ।
ଯଦି ରୋହିତ ଶର୍ମାଙ୍କ ଆରଟିପିସିଆର୍ ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସେ, ତେବେ ଟିମ୍ ଇଣ୍ଡିଆକୁ ବଡ ଝଟ୍କା ଲାଗିପାରେ। କାରଣ ଜୁଲାଇ ୧ରୁ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ ପଡିପାରନ୍ତି। କରୋନାରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଏକ ସପ୍ତାହ ଲାଗିବ। ଏଭଳି ପରିସ୍ଥିତିରେ ସେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବେ ନାହିଁ।
ରୋହିତ ଏବେ ଲିସେଷ୍ଟରଶାୟର ବିପକ୍ଷରେ ଚାଲଥିବା ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି। କିନ୍ତୁ ସେ ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇ ନଥିଲେ । ତେବେ ସେ ପ୍ରଥମ ଇନିଂସରେ ୨୫ ରନ୍ କରି ପାଭିଲିୟନ ଫେରିଥିଲେ।
The post ଇଂଲଣ୍ଡ ଟେଷ୍ଟ ପୂର୍ବରୁ ହିଟ୍ ମ୍ୟାନ୍ଙ୍କୁ କରୋନା appeared first on Odisha Reporter.
from Odisha Reporter https://ift.tt/aYVpKjy
No comments:
Post a Comment