ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 22, 2022

ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୀତିକ ସଙ୍କଟ ଆହୁରି ଘନେଇଛି। ଦଳ ଭିତରେ ବିଦ୍ରୋହକୁ ପ୍ରଶମିତ କରିବାରେ ବିଫଳ ହୋଇଥିବା ଶିବସେନା ନେତା ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗତକାଲି ତାଙ୍କ ସରକାରୀ ବାସଭବନ ଛାଡ଼ିଛନ୍ତି। ଦଳର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ତାଙ୍କ ପଛରେ ରହିଥିବା ବିଧାୟକଙ୍କ ଉଦ୍ଦେଶ୍ୟରେ ଫେସ୍‌ବୁକ୍‌ରେ ଏକ ଭାବବିହୋଳ ବାର୍ତ୍ତା ଦେବା ପରେ ସେ ସରକାରୀ ବାସଭବନ ଛାଡ଼ିଥିଲେ। ସେ ଜିନିଷପତ୍ର ନେଇ ତାଙ୍କ ନିଜ ବାସଭବନ ‘ମାତୋଶ୍ରୀ’କୁ ଚାଲିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ‘ମାତୋଶ୍ରୀ’ରେ ପହଞ୍ଚିଲା ବେଳକୁ ସେଠାରେ ତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିଲା। ସେ କାରରୁ ଓହ୍ଲାଇ ସେମାନଙ୍କୁ ଭେଟି ଥିଲେ।

ଉଦ୍ଧବ ଠାକରେ ସରକାରୀ ବାସଭବନ ଛାଡ଼ି ସାରିଥିବାରୁ ସେ ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇପାରନ୍ତି ବୋଲି କୁହାଯାଉଛି। ଗତକାଲି ଫେସ୍‌ବୁକ୍‌ ଲାଇଭ୍‌ରେ ସେ କହିଥିଲେ, ଯଦି ମୋ ନିଜ ଲୋକମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ନାହିଁ, ତା’ହେଲେ ସେମାନେ ମୋତେ ଆସି କହିଥାଇ ପାରିଥା’ନ୍ତେ। ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି। ମୁଁ ବାଲାସାହେବଙ୍କ ପୁଅ। ମୁଁ କୌଣସି ପଦପଦବୀ ପାଇଁ ଲାଳାୟିତ ନୁହେଁ। ଯଦି ଆପଣମାନେ ଚାହୁଁଛନ୍ତି ଯେ ମୁଁ ଇସ୍ତଫା ଦିଏ, ତା’ହେଲେ ତାହା ହିଁ ହେଉ ଏବଂ ମୁଁ ମୋର ସମସ୍ତ ଜିନିଷ ଧରି ‘ମାତୋଶ୍ରୀ’କୁ ଚାଲିଯିବି।

ଏହି ବାର୍ତ୍ତା ମଧ୍ୟରେ ସେ ବିଦ୍ରୋହୀ ବିଧାୟକମାନଙ୍କୁ ଗୋଟିଏ ପ୍ରଶ୍ନ ମଧ୍ୟ କରିଥିଲେ। ସେ କହିଥିଲେ, ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପାଇଁ ରାଜି। କିନ୍ତୁ ଆପଣମାନେ କ’ଣ ମୋତେ ପ୍ରତିଶ୍ରୁତି ଦେଇପାରିବେ ଯେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ କେହି ଜଣେ ହେବେ?

ତାଙ୍କର ଏହି ମନ୍ତବ୍ୟ ସିଧାସଳଖ ବିଦ୍ରୋହୀ ବିଧାୟକଙ୍କ ନେତା ଏକନାଥ ସିନ୍ଦେଙ୍କ ଉଦ୍ଦେଶ୍ୟରେ ହି ଥିଲା। କାରଣ ଏକନାଥ କହି ଆସୁଛନ୍ତି ଯେ ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା। ଆଉ ସେଥିପାଇଁ ବରାବର ସେ ବାଲାସାହେବ ଠାକରେଙ୍କ ହିନ୍ଦୁତ୍ୱ କଥା କହି ଆସୁଛନ୍ତି।

ବିଦ୍ରୋହୀ ଗୋଷ୍ଠୀର ୩୪ ବିଧାୟକ ଏକନାଥ ସିନ୍ଦେଙ୍କୁ ସେମାନଙ୍କ ନେତା ଘୋଷଣା କରିଛନ୍ତି। ଏକନାଥ ଏବେ ବି ଶିବସେନାର ବିଧାୟକ ଦଳ ନେତା ବୋଲି ସେମାନେ ଏକ ଦସ୍ତଖତ ସମ୍ବଳିତ ପତ୍ର ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ପଠାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଏକନାଥ ବିଦ୍ରୋହ ଘୋଷଣା କରିବା ପରେ ଗତ ମଙ୍ଗଳବାର ତାଙ୍କୁ ଶିବସେନାର ବିଧାୟକ ଦଳ ନେତା ପଦରୁ ବାହାର କରାଯାଇଥିଲା।

ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପକ୍ଷରୁ ଏକ ସଂକଳ୍ପ ପାରିତ କରି କୁହାଯାଇଛି ଯେ ଦଳ କଂଗ୍ରେସ ଓ ଏନ୍‌ସିପି ସହିତ ମେଣ୍ଟ କଲା ଦିନ ଠାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଆସିଛି। କାରଣ ସେମାନଙ୍କ ଆଦର୍ଶ ଶିବସେନା ଠାରୁ ସଂପୂର୍ଣ୍ଣ ଅଲଗା।

ଅନ୍ୟପକ୍ଷରେ ଏହା ବି ସୂଚନା ମିଳିଛି ଯେ କଂଗ୍ରେସ ଓ ଏନ୍‌ସିପି ବର୍ତ୍ତମାନ ସରକାର ବଞ୍ଚାଇବାକୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ହେବାକୁ ପ୍ରସ୍ତାବ ଦେଇପାରନ୍ତି। ଏନ୍‌ସିପି ମୁଖ୍ୟ ଶରଦ ପାୱାର ଏହି ବାଟ ଆପଣାଇବାକୁ ପରାମର୍ଶ ଦେଇଥିବା କୁହାଯାଉଛି।

ଏକନାଥ ବିଜେପି ସହିତ ଅଛନ୍ତି ବୋଲି ଆଲୋଚନା ହେଉଛି। କିନ୍ତୁ ବିଜେପି କହିଛି ଯେ ଏକନାଥ ସିନ୍ଦେଙ୍କ ସହିତ ତାଙ୍କ ଦଳର କୌଣସି ଆଲୋଚନା ହୋଇନାହିଁ। ତାଙ୍କ ଦଳ ସରକାର ଗଠନ ପାଇଁ ଦାବି କରି ନାହିଁ। ସାଂପ୍ରତିକ ଘଟଣା ଶିବସେନାର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବିଜେପି କହିଛି।

The post ସରକାରୀ ବାସଭବନ ଛାଡ଼ିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ appeared first on Odisha Reporter.



from Odisha Reporter https://ift.tt/NPy5AGk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages