ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 13, 2022

ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ

ମାଳକାନଗିରି(ଜିତେନ୍ଦ୍ର ବେଉରା): ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ । ବହୁ ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତ ଯୁବକଜଣକ ହେଉଛନ୍ତି ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ ବୁଦୁଗୁଡା ଗ୍ରାମର ଜଗନ୍ନାଥ ଗଉଡ଼।

ଜଗନ୍ନାଥ ଗତ ମଙ୍ଗଳବାର ମାଛ ଧରିବାକୁ ନିକଟସ୍ଥ ନଦୀକୁ ଯାଇଥିଲେ। ମାତ୍ର ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ।  ସ୍ଥାନୀୟ ଲୋକେ ବହୁ ଖୋଜାଖୋଜି କରିବାପରେ ଯୁବକଙ୍କ ସନ୍ଧାନ ପାଇ ନ ଥିଲେ । ପରେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଓ ପୁଲିସ୍‌ କର୍ମଚାରୀ ପହଞ୍ଚି ବହୁ ଖୋଜାଖୋଜି କରିବା ସତ୍ତ୍ୱେ ମଙ୍ଗଳବାର ଜଗନ୍ନାଥଙ୍କ କୌଣସି ସନ୍ଧାନ ମିଳି ନ ଥିଲା। ଏହାପରେ ବୁଧବାର ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ପରେ ଜଗନ୍ନାଥଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ଅଗ୍ନିଶମ କର୍ମଚାରୀ।

ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ଗାଁରେ ଜଗନ୍ନାଥଙ୍କ ମୃତଦେହ ସତ୍କାର କରାଯାଇଥିଲା।

The post ମାଛ ଧରିବାକୁ ଯାଇ ନଦୀରେ ଭାସିଗଲେ ଯୁବକ appeared first on Odisha Reporter.



from Odisha Reporter https://ift.tt/nmYCwr5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages