ଭୋପାଳ: ଦେଶରେ ସକ୍ରିୟ ରହିଛି ମୌସୁମୀ। ଫଳରେ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏପରିକି ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଛି। ମଧ୍ୟପ୍ରଦେଶର ପ୍ରାୟ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ନଦୀ ନାଳରେ ପାଣି ଭର୍ତ୍ତି ହୋଇଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଓ ବ୍ରିଜ ଉପର ଦେଇ ପାଣି ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଯାତ୍ରା କରିବାକୁ ପଡୁଛି। ଏହାରି ଭିତରେ ବନ୍ୟା ପାଣିରେ ଏକ ସ୍କୁଲ ବସ୍ ଫସି ଯାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି।
ଶାଜାପୁର ଜିଲ୍ଲାର ବିକଲକେଡି ଗ୍ରାମ ନିକଟରେ ଏକ ସ୍କୁଲ ବସ୍ ବନ୍ୟା ପାଣିର ପ୍ରବଳ ସ୍ରୋତରେ ଅଟକି ଯାଇଥିଲା। ୨୪ରୁ ଅଧିକ ସ୍କୁଲ ପିଲା ବସ୍ ଭିତରେ ଫସି ରହିଥିଲେ। ଏପରିକି ବସ୍ଟି ପାଣି ଭିତରେ ଅଧା ବୁଡି ରହିଥିଲା। ଏହାଦେଖି ପରେ ପାଣି ଭିତରୁ ବସ୍କୁ ବାହାର କରିବା ପାଇଁ ଆଗେଇ ଆସିଥିଲେ ଗାଁ ଲୋକେ। ଦଉଡି ବାନ୍ଧି ଏକ ଟ୍ରାକ୍ଟର ସହାୟତାରେ ବସ୍କୁ ପାଣି ଭିତରୁ ଟାଣି ଆଣିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନା ମୁତାବକ, ଏକ ଘରୋଇ ସ୍କୁଲ ବସ୍ଟି ଛୁଟି ହେବା ପରେ ଛାତ୍ରଛାତ୍ରୀଙ୍କୁ ଘରେ ଛାଡିବା ପାଇଁ ଯାଉଥିଲା। ଏହି ସମୟରେ ହଠାତ୍ ବର୍ଷା ଯୋଗୁଁ ନାଳ ଉପରେ ପାଣି ପ୍ରବାହିତ ହେଉଥିବାରୁ ବସ୍ଟି ଅଧା ରାସ୍ତାରେ ଅଟକି ଯାଇଥିଲା। ପରେ ଗାଁ ଲୋକଙ୍କ ସହାୟତାରେ ଉକ୍ତ ସ୍କୁଲ ବସ୍କୁ ପାଣି ଭିତରୁ ବହାରକୁ ଅଣାଯାଇଛି। ସମସ୍ତ ସ୍କୁଲ ଛାତ୍ରଛାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ଉଲ୍ଲେଖ ଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ଆସନ୍ତାକାଲି ଯାଏ ବର୍ଷା ଜାରି ରାହିବ ବୋଲି ସେଠାକାର ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବିଭନ୍ନ ନଦୀ ଓ ନାଳରେ ପାଣି ଭର୍ତ୍ତି ହୋଇ ରହିଛି। ଅନେକ ନଦୀ ଗୁଡିକରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେଉଛି।
शाजापुर जिले के बिकलाखेड़ी गांव के पास एक स्कूल बस नाले पानी के तेज बहाव में फंस गई, बस में 24 से ज्यादा स्कूली बच्चे सवार थे, मौके पर मौजूद ग्रामीणों ने फुर्ती दिखाते हुए एक ट्रैक्टर की सहायता से रस्सी बांधकर बस को पानी से बाहर निकाल लिया,बच्चे पूरी तरह सुरक्षित हैं। pic.twitter.com/nSbuygwkrD
— Anurag Dwary (@Anurag_Dwary) July 23, 2022
The post ବନ୍ୟା ପାଣିରେ ଫସିଲା ସ୍କୁଲ ବସ୍, ଥିଲେ ୨୪ ଛାତ୍ରଛାତ୍ରୀ appeared first on Odisha Reporter.
from Odisha Reporter https://ift.tt/sPYryGw
No comments:
Post a Comment