ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍, ଶିକ୍ଷୟିତ୍ରୀ ମୃତ; ୩୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 5, 2022

ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍, ଶିକ୍ଷୟିତ୍ରୀ ମୃତ; ୩୦ ଆହତ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାୟଗଡ଼ା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ଯାତ୍ରୀମାନଙ୍କୁ ଗୁଣୁପୁର ଓ ମୁକୁନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମୃତ ମହିଳାଙ୍କ ଘର ପାରଳାଖେମୁଣ୍ଡି ବୋଲି ଜଣାଯାଇଛି। ମହିଳା ଜଣଙ୍କ ଶିକ୍ଷୟିତ୍ରୀ ଥିଲେ ବୋଲି  ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଯାତ୍ରୀବାହୀ ବସ୍‌ଟି ଯାତ୍ରୀମାନଙ୍କୁ ନେଇ ପାରଳାଖେମୁଣ୍ଡିରୁ ଉମରକୋଟ ଅଭିମୁଖେ ଆସୁଥିଲା। ଏହି ସମୟରେ ମୁକୁନ୍ଦପୁର ପଞ୍ଚାୟତ ହାତିଖମ୍ବା ଗାଁ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକୁ କଡ଼କୁ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ଜଣ ଯାତ୍ରୀ ଆହତ ହୋଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ବସ୍‌ରେ ମୋଟ ୪୦ଜଣ ଯାତ୍ରୀ ଥିଲେ।

 

The post ରାସ୍ତାକଡ଼କୁ ଓଲଟି ପଡ଼ିଲା ବସ୍, ଶିକ୍ଷୟିତ୍ରୀ ମୃତ; ୩୦ ଆହତ appeared first on Odisha Reporter.



from Odisha Reporter https://ift.tt/OB2Mujf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages