ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଇବର ଲୁଟେରାଙ୍କ ଜାଲରେ ପଡ଼ିଗଲେ ଦିବ୍ୟାଙ୍ଗ। ହଜାରେ ଟଙ୍କାର ଥୋପ ପକାଇ ଦିବ୍ୟାଙ୍ଗଙ୍କ ଆକାଉଣ୍ଟରୁ ଲୁଟିନେଲେ ୬ଲକ୍ଷ ଟଙ୍କା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାରେ। ଲୁଟ୍ର ଶିକାର ହୋଇଥିବା ଯୁବକଙ୍କ ଜଣଙ୍କ ହେଲେ ସିଲୁ ସାହୁ। ସେ ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତକାଲି ସିଲୁଙ୍କ ମୋବାଇଇକୁ ଫୋନ୍ ପେ’ରେ ୧୦୦୦ ଟଙ୍କାର କ୍ୟାସବ୍ୟାକ୍ ମେସେଜ ଆସିଥିଲା। ମେସେଜ ଆସିବାର କିଛି ସମୟ ପରେ ଏକ ନମ୍ବରୁ ଫୋନ୍ ଆସିଥିଲା। ପିନ୍ ନମ୍ବର ଦେଲେ ଆପଣଙ୍କ ମୋବାଇଲକୁ ପଇସା ଆସିବ ବୋଲି ସାଇବର ଲୁଟେରା କହିଥିଲା। ସିଲୁ ଅଫର ଲୋଭରେ ସାଇବର ଲୁଟେରାଙ୍କ ଜାଲରେ ପଡ଼ି ଯାଇଥିଲେ। ସେ ତାଙ୍କ ପିନ୍ ନମ୍ବର ଦେଇଥିଲେ। ପରେ ସାଇବର ଲୁଟେରାମାନେ ତାଙ୍କ ଆକାଉଣ୍ଟରେ ୬ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କରି ନେଇଥିଲେ। ପରେ ଅନ୍ୟ ଜଣଙ୍କୁ ସିଲୁ ୨୦୦୦ ଟଙ୍କା ଦେବାକୁ ଗଲା ବେଳେ ତାଙ୍କ ଆକାଉଣ୍ଟରେ ଟଙ୍କା ନଥିଲା। ଏନେଇ ସିଲୁ ସଙ୍ଗେ ସଙ୍ଗେ ବ୍ୟାଙ୍କ ଯାଇଥିଲେ। ଲୁଟେରାମାନେ ତାଙ୍କ ଆକାଉଣ୍ଟରୁ ୪ ଟି ପର୍ଯ୍ୟାୟରେ ଟଙ୍କା ଉଠାଇ ନେଇଥିବା ଜଣାପଡ଼ିଥିଲା ସିଲୁ ଏନେଇ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିବା କହିଛନ୍ତି।
The post ସାଇବର ଲୁଟେରାଙ୍କ ଜାଲରେ ଦିବ୍ୟାଙ୍ଗ, ହଜାରେ ଟଙ୍କାର ଥୋପ ପକାଇ ଲୁଟିନେଲେ ୬ଲକ୍ଷ appeared first on Odisha Reporter.
from Odisha Reporter https://ift.tt/MtD5JSE
No comments:
Post a Comment