ଲଣ୍ଡନ: ବୋରିସ୍ ଜନସନ ବ୍ରିଟେନ ପ୍ରଧାନମନ୍ତ୍ରୀ ଗାଦି ଛାଡ଼ି ସାରିଥିବା ବେଳେ ଏବେ ଏହି ପଦ ପାଇଁ ଲାଗିଛି ଲମ୍ବା ରେସ୍। ରେସ୍ରେ ଆଗରେ ଅଛନ୍ତି ଭାରତୀୟ ବଂଶୋଭବ ତଥା ବ୍ରିଟେନର ପୂର୍ବ ଅର୍ଥ ମନ୍ତୀ ରିଷି ସୁନକ । ଏନେଇ ନିଜେ ଟ୍ୱିଟ କରି ଘୋଷଣା କରିଛନ୍ତି ରିଷି ସୁନକ ।
ରିଷି ସୁନକ ଗତକାଲି ରାତିରେ ଏକ ଭିଡିଓ ଟ୍ୱିଟ କରିଛନ୍ତି । ସେଥିରେ ସେ କହିଛନ୍ତି, ‘ମୁଁ କଞ୍ଜରଭେଟିଭ ଦଳର ପରବର୍ତ୍ତୀ ନେତା ହେବାକୁ ଏବଂ ଆପଣଙ୍କ ପ୍ରଧାନମନ୍ତ୍ରୀ ହେବାକୁ ଛିଡା ହୋଇଛି। ଆସନ୍ତୁ ଏକତ୍ର ଆତ୍ମବିଶ୍ୱାସ ଫେରାଇବା, ଅର୍ଥନୀତିକୁ ପୁନନିର୍ମାଣ କରିବା ଏବଂ ଦେଶକୁ ସୁଦୃଢ କରିବା ।’
ବ୍ରିଟେନର ଅର୍ଥମନ୍ତ୍ରୀ ରିଷି ସୁନକ ନିକଟରେ ଜନସନ ସରକାରରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ରିଷି ଟ୍ୱିଟ୍ କରି କହିଥିଲେ ଯେ “ସରକାର ଠିକ୍ ଭାବରେ ଚାଲିବେ ବୋଲି ଜନସାଧାରଣ ଆଶା କରୁଛନ୍ତି। ଲୋକମାନେ ଚାହୁଁଛନ୍ତି ଯେ ସରକାର ଦକ୍ଷ ହେବା ସହ ଗମ୍ଭୀର ଭାବରେ କାର୍ଯ୍ୟ କରନ୍ତୁ।
ଏଥିସହ ସେ କହିଥିଲେ, ‘ଏହା ମୋର ଶେଷ ମନ୍ତ୍ରୀ ପଦ ଥିଲା ବୋଲି ଆଶା କରୁଛି। କିନ୍ତୁ ମୋର ଦୃଢ ବିଶ୍ୱାସ ଅଛି ଯେ, ମୋର ଲଢ଼ିବାର କ୍ଷମତା ଅଛି । ତେଣୁ ମୁଁ ନିଜ ପଦରୁ ଇସ୍ତଫା ଦେଉଛି।’ ରିଷିଙ୍କ ପରେ ପରେ ଦଳର ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ସାଂସଦ ଇସ୍ତଫା ଦେଇଥିଲା। ଫଳରେ ଜନସନଙ୍କ ଉପରେ ଇସ୍ତଫା ଦେବାକୁ ଚାପ ବଢ଼ିଲା ଓ ସେ ନିଜ ପଦ ଛାଡ଼ିବାକୁ ବାଧ୍ୟ ହେଲେ ।
ରିଷିଙ୍କ ପିତାମାତା ମୂଳତଃ ପଞ୍ଜାବ ବାସିନ୍ଦା । ତାଙ୍କ ପିତାଙ୍କ ନାମ ଯଶବୀର ସୁନକ ଏବଂ ମାତାଙ୍କ ନାମ ଉଷା ସୁନକ। ଯଶବୀର ଏବଂ ଉଷାଙ୍କ ପରିବାର ବହୁ ପୂର୍ବରୁ ଚାକିରି ଅନ୍ୱେଷଣରେ ବିଦେଶ ଚାଲିଯାଇଥିଲେ। ରିଷି ପିତାମାତା ମଧ୍ୟ ବିଦେଶରେ ଜନ୍ମ ହୋଇଥିଲେ।
ଭିଡିଓରେ ୪୯ ବର୍ଷିୟ ସାଂସଦ ନିଜ ଜେଜେମା’ଙ୍କ କାହାଣୀ କହିବାକୁ ଭୁଲି ନାହାନ୍ତି। ଏନେଇ ସେ କହିଛନ୍ତି, ଭଲ ଜୀବନ ଖୋଜିବା ପାଇଁ ମୋ’ ଜେଜେବାପା , ଜେଜେମା’ ଇଂଲଣ୍ଡକୁ ବିମାନରେ ଚାଲିଥିଲେ। ଏଠାରେ ଚାକିରି କରି ପର୍ଯ୍ୟାପ୍ତ ଅର୍ଥ ସଞ୍ଚୟ କରିବାକୁ ତଥା ଭଲ ଜୀବନ ବଞ୍ଚିବାକୁ ସେମାନଙ୍କୁ ପ୍ରାୟ ଏକ ବର୍ଷ ସମୟ ଲାଗିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରିବାର ତାଙ୍କ ପାଇଁ ସବୁକିଛି।
ରିଷି ସୁନକ ଭାରତୀୟ ବଂଶୋଭବ ହୋଇଥିବା ବେଳେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ । ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କୁ ରିଷି ୨୦୦୯ ମସିହାରେ ବିବାହ କରିଥିଲେ । ଏହି ଅନୁଯାୟୀ, ତାଙ୍କର ଭାରତ ସହିତ ଗଭୀର ସମ୍ପର୍କ ରହିଛି। ସେମାନଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।
ତେଣୁ ଯଦି ରିଷି ସୁନକ୍ ବ୍ରିଟେନର ଶ୍ରେଷ୍ଠ ପଦରେ ବସିବାକୁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେ ହେବେ ପ୍ରଥମ ଭାରତୀୟ ବଂଶୋଭବ ଭାବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ହେବେ। ଏଥିପାଇଁ ଭାରତରେ ବେଶ୍ ଉତ୍ସାହ ଦେଖାଦେଇଛି।
I’m standing to be the next leader of the Conservative Party and your Prime Minister.
Let’s restore trust, rebuild the economy and reunite the country. #Ready4Rishi
Sign up https://t.co/KKucZTV7N1 pic.twitter.com/LldqjLRSgF
— Ready For Rishi (@RishiSunak) July 8, 2022
The post ‘ମୁଁ ଆପଣଙ୍କ ପ୍ରଧାନମନ୍ତ୍ରୀ ହେବାକୁ ଛିଡା ହୋଇଛି’ appeared first on Odisha Reporter.
from Odisha Reporter https://ift.tt/p8y2cEK
No comments:
Post a Comment