ସ୍ୱାଧୀନତା ଦିବସ ପରେଡ ବେଳେ ଆମେରିକାରେ ଆଖିବୁଜା ଗୁଳିମାଡ଼, ୬ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 4, 2022

ସ୍ୱାଧୀନତା ଦିବସ ପରେଡ ବେଳେ ଆମେରିକାରେ ଆଖିବୁଜା ଗୁଳିମାଡ଼, ୬ ମୃତ

ୱାଶିଂଟନ: ସ୍ୱାଧୀନତା ଦିବସ ପରେଡ ବେଳେ ହେଲା ଆଖିବୁଜା ଗୁଳିମାଡ଼ । ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୬ରୁ ଅଧିକଙ୍କ  ଅବସ୍ଥା ସଙ୍କଟାପନ୍ନ ଅଛି। ଗୁରୁତରଙ୍କ ମଧ୍ୟରେ ବହୁ ମହିଳା ଓ ଶିଶୁ ବି ଅଛନ୍ତି। ଏପରି ଅମାନବୀୟ ଘଟଣା ଗତକାଲି ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରର ହାଇଲାଣ୍ଡ ପାର୍କ ନିକଟରେ ଘଟିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ୨୨ ବର୍ଷୀୟ ରବର୍ଟ କ୍ରିମୋଙ୍କୁ ପୁଲିସ୍‌ ଗିରଫ କରିଦେଇଛି । ଗତକାଲି ଆମେରିକାରେ ଘଟିଥିବା ଏହି ଅଘଟଣକୁ ନେଇ ସ୍ତବ୍ଧ ହୋଇଯାଇଛି ସାରା ଦେଶ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏହି ଘଟଣାର କଡ଼ା ନିନ୍ଦା କରିଛନ୍ତି  ।

ଜୁଲାଇ ୪ ତାରିଖକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାଧୀନତା ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ  ଚିକାଗୋ ନିକଟ ଇଲିଅନ୍ସ ରାଜ୍ୟର ହାଇଲାଣ୍ଡ ପାର୍କ ନିକଟରେ ମଧ୍ୟ ବେଶ୍‌ ଜାକଜମକର ସହ ଗତକାଲି ସ୍ୱାଧୀନତା ଦିବସ ପରେଡ କାର୍ଯ୍ୟକ୍ରମ ଚାଲିଥିଲା। ପରେଡରେ ବହୁ ଯୁବକଯୁବତୀ ସାମିଲ ହୋଇଥିବା ବେଳେ ରାସ୍ତାର ୨ ପାର୍ଶ୍ୱରେ  ଶତାଧିକ ଦେଖଣାହାରୀ ଏହାକୁ ଦେଖୁଥିଲେ। ଏହି ସମୟରେ ହଠାତ୍‌ ଗୁଳି ଶବ୍ଦ ଶୁଣିବାକୁ ମିଳିଲା।

ଜଣେ ବନ୍ଧୁକଧାରୀ ନିକଟସ୍ଥ ଏକ ଦୋକାନ ଛାତରୁ ପରେଡ ଅଂଶଗ୍ରହଣକାରୀଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇବାକୁ ଲାଗିଲେ। ଗୁଳିମାଡ ପରେ ସେ ଚିତ୍କାର କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି । ଗୁଳି ଶବ୍ଦ ଶୁଣି ପରେଡରେ ଭାଗ ନେଇଥିବା ଲୋକେ ଓ ରାସ୍ତାରେ ବସି ପରେଡ ଦେଖୁଥିବା ଲୋକେ ଚିତ୍କାର କରି  ପ୍ରାଣ ବିକଳରେ ଏଣେତେଣେ  ଦୌଡ଼ିବାକୁ ଲାଗିଲେ।

ଏହାର ଭିଡିଓ ସୋଶାଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଗୁଳିକାଣ୍ଡ ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ  ହାଇଲାଣ୍ଡ ପୁଲିସ ପରେଡକୁ ବନ୍ଦ କରିଦେଇଛି । ପୁଲିସ୍‌ ବିଭିନ୍ନ ଆଡ଼େ ଖୋଜାଖୋଜି କରି ଅଭିଯୁକ୍ତ ରବର୍ଟ କ୍ରିମୋଙ୍କୁ ଗିରଫ କରିଛି । ଏଥିସହ ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି।

ଗିରଫ ରବର୍ଟ କ୍ରିମୋ

କିଛି ଦିନ ପୂର୍ବେ ଟେକ୍ସାସର ଏକ ସ୍କୁଲରେ ପଶି ଜଣେ ଯୁବକ ଆଖିବୁଜା ଗୁଳିମାଡ଼ କରିବାରୁ ୧୯ ଛାତ୍ର ଓ ୨ ଶିକ୍ଷକଙ୍କ ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ହିଁ ଦେଶରେ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ଏହାପୂର୍ବରୁ ଆମେରିକାର ବଫେଲୋ ସହରସ୍ଥିତ ଏକ ସୁପରମାର୍କେଟରେ ଜଣେ ଶ୍ୱେତ ଯୁବକ ଆଖିବୁଜା ଗୁଳିମାଡ଼ କରିବାରୁ ୧୦ ଅଶ୍ୱେତ ଯୁବକଙ୍କ ଜୀବନ ଚାଲି ଯାଇଥିଲା।

ଆମେରିକାରେ ବିଭିନ୍ନ ସମୟରେ ଗୁଳିକାଣ୍ଡ ଘଟଣାରେ ବହୁ ନିରୀହ ଲୋକଙ୍କ ଜୀବନ ଯାଉଥିବା ବେଳେ ଏହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଉପରେ ରୋକ ଲଗାଇବାକୁ ରାଷ୍ଟ୍ରପତି ଜୋ ବାଇଡେନ ବନ୍ଧୁକ ହିଂସା ନିରୋଧୀ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଏହି ବିଧେୟକକୁ ଡେମୋକ୍ରାଟିକ ଓ ରିପବ୍ଳିକାନ ପାର୍ଟି ସମର୍ଥନ ଜଣାଇଛନ୍ତି।

The post ସ୍ୱାଧୀନତା ଦିବସ ପରେଡ ବେଳେ ଆମେରିକାରେ ଆଖିବୁଜା ଗୁଳିମାଡ଼, ୬ ମୃତ appeared first on Odisha Reporter.



from Odisha Reporter https://ift.tt/sHDfoSa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages