ସିନ୍ଦେଙ୍କ ଆଜି ସେମିଫାଇନାଲ: ମୁହାଁମୁହିଁ ହେବେ ଏନ୍‌ଡିଏ ଓ ମହାବିକାଶ ଅଘାଡ଼ି   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 2, 2022

ସିନ୍ଦେଙ୍କ ଆଜି ସେମିଫାଇନାଲ: ମୁହାଁମୁହିଁ ହେବେ ଏନ୍‌ଡିଏ ଓ ମହାବିକାଶ ଅଘାଡ଼ି  

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ବାଚସ୍ପତି ନିର୍ବାଚନ ହେଉଅଛି। ବିଜେପି ଓ ସିନ୍ଧେ ଗୋଷ୍ଠୀ ମିଳିତ ଭାବେ ବିଜେପି ବିଧାୟକ ରାହୁଲ ନର୍ବେକରଙ୍କୁ ବାଚସ୍ପତି ପାଇଁ ପ୍ରାର୍ଥୀ କରିଛି। ଅ୍ୟପକ୍ଷରେ ମହାବିକାଶ ଅଘାଡ଼ି ପକ୍ଷରୁ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି।

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଜୁଲାଇ ୩ ଏବଂ ୪ ତାରିଖରେ ୨ ଦିନିଆ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଆଜି ବାଚସ୍ପତି ନିର୍ବାଚନ ପରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ।

ବାଚସ୍ପତି ନିର୍ବାଚନ ଶିବସେନାର ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ମିଳିବ ନୂଆ ପରିଚୟ। ବାଚସ୍ପତି ହିଁ ନିର୍ଣ୍ଣୟ କରିବେ ଏକନାଥ ସିନ୍ଦେଙ୍କ ପାଖରେ ଦଳୀୟ କ୍ଷମତା ରହିବ ନା ଉଦ୍ଧବ ଠାକରେଙ୍କ ପାଖରେ ରହିବ। ତେଣୁ ଶକ୍ତି ପରୀକ୍ଷା ପୂର୍ବରୁ ଆଜି ଏକନାଥ ସିନ୍ଦେଙ୍କ ପାଇଁ ‘ଅଗ୍ନିପରୀକ୍ଷା’ର ସମୟ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ସେମାନେ ଅତି ସହଜରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ଏବଂ ବାଚସ୍ପତି ନିର୍ବାଚନ ମଧ୍ୟ ଜିତିବେ।

ଅନ୍ୟପକ୍ଷରେ ବିଧାନସଭାରେ ଆଜି ହେବାକୁ ଥିବା ବାଚସ୍ପତି ନିର୍ବାଚନରୁ ନିଲମ୍ବିତ ବିଧାୟକଙ୍କୁ ଦୂରେଇ ରଖିବା ଲାଗି ଆଦେଶ ଦେବାକୁ ଶିବସେନାର ଉଦ୍ଧବ କ୍ୟାମ୍ପର ବିଧାୟକ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ବିରୋଧରେ ଅଯୋଗ୍ୟ ଘୋଷଣା ମାମଲା ବିଚାରାଧିନ ଥିବାରୁ ବିଧାନସଭାର କୌଣସି କାର୍ଯ୍ୟକ୍ରମରୁ ଦୂରେଇ ରଖିବା ଲାଗି ପ୍ରଭୁ ଆବେଦନ କରିଛନ୍ତି। ଜୁଲାଇ ୧୧ରେ ଏହାର ଶୁଣାଣି ହେବ। ସେପଟେ ସଂଖ୍ୟା ହିସାବରେ ସିନ୍ଦେଙ୍କ ଗୋଷ୍ଠୀରେ ଅଧିକ ବିଧାୟକ ଥିବାରୁ ମେଣ୍ଟର ପ୍ରାର୍ଥୀଙ୍କୁ ବାଚସ୍ପତି ନିର୍ବାଚନରେ ଭୋଟ୍ ଦେବାକୁ ପ୍ରଭୁ ହ୍ୱିପ୍ ଜାରି କରିଛନ୍ତି ଯାହାକୁ ନେଇ ଏବେ ଉଦ୍ଧବ କ୍ୟାମ୍ପ ଅଡୁଆରେ ପଡିଛି।

The post ସିନ୍ଦେଙ୍କ ଆଜି ସେମିଫାଇନାଲ: ମୁହାଁମୁହିଁ ହେବେ ଏନ୍‌ଡିଏ ଓ ମହାବିକାଶ ଅଘାଡ଼ି   appeared first on Odisha Reporter.



from Odisha Reporter https://ift.tt/DuNRIqi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages