ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 6, 2022

ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ମୋହନା(ମିହିର ଜତି): ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ । ଗତକାଲି ରାତିରେ ଗଜପତି ଜିଲ୍ଲା ମୋହନା ନାରାୟଣନଗରରେ  ଏପରି ଅଭାବନୀୟ ଘଟଣା ଘଟିଛି।  ମୃତକ ୩ ଜଣ ହେଲେ ଅରୁଣ ସାହୁ,  ମୋହନା ଥାନା କାମ୍ପଗୁଡା ଗାଁର ମୁଠା ଦଳାଇ ଓ ଆଉ ସୁନୀଲ ଦଳାଇ । ମୃତକମାନେ ନାରାୟଣନଗରସ୍ଥିତ ଏକ ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିଲେ ।

ଗତକାଲି ରାତିରେ ୩ ଶ୍ରମିକ ଚାଉମିନ ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ଗ୍ୟାସ ଲିକ୍‌ ହୋଇଥିବାରୁ ଅଚେତ ହୋଇ ପଡ଼ିଥିବା ପୁଲିସ୍‌ ଅନୁମାନ କରୁଛି । ଆଜି ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି କବାଟ ଭାଙ୍ଗି ସେମାନଙ୍କୁ  ଉଦ୍ଧାର କରି ମୋହନା ମେଡ଼ିକାଲରେ ଭର୍ତି କରିଥିଲେ। ମାତ୍ର ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି ।

ଘଟଣା ସଂପର୍କରେ ସୂଚନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ୍‌ ସୂଚନା ମିଳିଛି ।

The post ଚାଉମିନ ଫ୍ୟାକ୍ଟ୍ରିରେ ଅଘଟଣ: ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଶ୍ରମିକଙ୍କ ଜୀବନ appeared first on Odisha Reporter.



from Odisha Reporter https://ift.tt/RWc4vPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages