ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 13, 2022

ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ

କଲମ୍ବୋ: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ଚରମସୀମାରେ ପହଞ୍ଚିଥିବା ବେଳେ ବିକ୍ଷୋଭ ଯୋଗୁ ଗତକାଲି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅସ୍ଥିରତା ଯୋଗୁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଦେଶ ଛାଡ଼ି ପଳାୟନ କରିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଜଟିଳ ହେବାରେ ଲାଗିଛି। ଏନେଇ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେଙ୍କୁ ପଦ ଛାଡ଼ିବାକୁ କୁହାଯାଇଥିବା ବେଳେ ବାଚସ୍ପତ୍ତିଙ୍କୁ ଶାସନ ଭାର ନେବାକୁ ପ୍ରସ୍ତାବ ଦିଆଯାଇଛି।  ଅନ୍ୟପଟେ ଶ୍ରୀଲଙ୍କାବାସୀ ଅସନ୍ତୋଷ ନିଆଁରେ ଜଳୁଥିବା ବେଳେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ମାଳଦ୍ୱୀପ ଦେଶର ସରକାରଙ୍କୁ ସିଙ୍ଗାପୁର ସ୍ଥାନାନ୍ତର ପାଇଁ ନିବେଦନ କରିଛନ୍ତି ।

କଡ଼ା ସୁରକ୍ଷା ମଧ୍ୟରେ ଏକ ପ୍ରାଭେଟ ଜେଟରେ ତାଙ୍କୁ ସ୍ଥାନାନ୍ତର ପାଇଁ ନିବେଦନ କରିଛନ୍ତି। ବିନା ଇସ୍ତଫାରେ ଦେଶ ଛାଡ଼ି ପଳାୟନ କରିଥିବା ଗୋଟବାୟା ଏବେ ମାଳଦ୍ୱୀପରେ ଅଛନ୍ତି। ଶ୍ରୀଲଙ୍କାରେ ଅଶାନ୍ତ ପରିସ୍ଥିତିକୁ ନେଇ ଗତକାଲି ସର୍ବଦଳୀୟ ବୈଠକ ଡକାଯାଇଥିଲା। ଏହି ବୈଠକରେ  ଶ୍ରୀଲଙ୍କା ବାଚସ୍ପତିଙ୍କୁ ଶାସନ ଭାର ନେବାକରୁ ପ୍ରସ୍ତାବ ଦିଆଯାଇଥିଲା। ମୁଖ୍ୟତଃ ଶ୍ରୀଲଙ୍କା ରାଷ୍ଟ୍ରପତି ଦେଶଛାଡି ଚାଲିଯିବା ପରେ ବେକାବୁ ହୋଇପଡିଛି ଜନ ଆନ୍ଦୋଳନ । ହଜାର ହଜାର ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଧସେଇ ପଶିବା ସହ ପାର୍ଲାମେଣ୍ଟ ଚାରିପାଖରେ ବି ରୁଣ୍ଡ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମାସିଂଘେ କାମଚଳା ରାଷ୍ଟ୍ରପତି ଦାୟିତ୍ୱ ନେବା ସହ ସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ କରୁଛନ୍ତି । ଦେଶରେ ଜରୁରୀ ପରିସ୍ଥିତି ଜାରି କରିବା ସହ ବିକ୍ଷୋଭକାରୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ଦେଇଛନ୍ତି  ।ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୁଲିସ ଫାଙ୍କାରେ ଗୁଳିଚାଳନା ଓ ଲାଠିମାଡ଼ କରିବା ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଛି । ଅରାଜକତା ଏଡେଇବା ଲାଗି ବିକ୍ଷୋଭକାରୀଙ୍କୁ ଗିରଫ କରିବା ଲାଗି କାମଚଳା ରାଷ୍ଟ୍ରପତି ବିକ୍ରମସିଙ୍ଘେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ତାଙ୍କ ବାସଭବନକୁ ସେନା ଘେରି ରହିଥିବା ବେଳେ ହେଲିକପ୍ଟରରେ ପାଟ୍ରୋଲିଂ କରାଯାଉଛି।

The post ଶ୍ରୀଲଙ୍କାରେ ଅରାଜକତା, ପଦ ଛାଡ଼ିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ appeared first on Odisha Reporter.



from Odisha Reporter https://ift.tt/O6HVISj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages