ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 30, 2022

ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ: ମଣିପୁରର ଝିଅ ବିନ୍ଦ୍ୟାରାଣୀ ଦେବୀ ଦେଶ ପାଇଁ ଆଣିଛନ୍ତି ଗୌରବ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ସେ ଜିତିଛନ୍ତି ରୌପ୍ୟ ପଦକ।ଭାରୋତ୍ତୋଳନରେ ତାଙ୍କୁ ଏହି ପଦକ ମିଳିଛି। ମହିଳା ୫୫ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।

୨୩ ବର୍ଷୀୟା ବିନ୍ଦ୍ୟାରାଣୀ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇଥିବା ବେଳେ ମୋଟ ୨୦୨ କେଜି ଉଠାଇ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ସ୍ନାଚ୍ ରାଉଣ୍ଡରେ ୮୬ କେଜି ଉଠାଇଥିଲେ। କ୍ଲିନ୍ ଓ ଜର୍କ ରାଉଣ୍ଡରେ ସେ ୧୧୬ କେଜି ଉଠାଇଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୫ କେଜି ମହିଳା ବର୍ଗରେ କ୍ଲିନ୍ ଓ ଜର୍କ ରାଉଣ୍ଡରେ ୧୧୬ କେଜି ଉଠାଇ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ବର୍ଗରେ କ୍ଲିନ୍ ଓ ଜର୍କ ରାଉଣ୍ଡରେ ପୂର୍ବରୁ କେହି ୧୧୬ କେଜି ଉଠାଇ ନଥିଲେ।

କ୍ଲିନ୍ ଓ ଜର୍କ ରାଣ୍ଡର ଦ୍ୱିତୀୟ ପ୍ରୟାସରେ ସେ ୧୧୪ କେଜି ଉଠାଇବାରେ ସକ୍ଷମ ହୋଇ ନଥିଲେ। କିନ୍ତୁ ଏହି ରାଉଣ୍ଡର ଅନ୍ତିମ ପ୍ରୟାସରେ ସେ ୧୧୬ କେଜି ଉଠାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ଓ ରୌପ୍ୟ ପଦକ ପାଇଥିଲେ।

ଭାରୋତ୍ତୋଳନର ମହିଳା ୫୫ କେଜି ବର୍ଗରେ ନାଇଜେରିଆର Adijat Adenike Olarinoye ମୋଟ ୨୦୩ କେଜି (୯୨ ଓ ୧୧୧କେଜି) ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ଇଂଲଣ୍ଡର Fraer Morrow ୧୯୮ କେଜି (୮୬ ଓ ୧୦୯ କେଜି) ଉଠାଇ ବ୍ରୋଞ୍ଜ ପଦକ ପାଇଛନ୍ତି।

ଶନିବାର ବିନ୍ଦ୍ୟାରାଣୀଙ୍କ ପୂର୍ବରୁ ଭାରତ ଆଉ ତିନିଟି ପଦକ ଜିତିଥିଲା। ବିନ୍ଦ୍ୟାରାଣୀ ପଦକ ଜିତିବା ପରେ ଭାରତର ମୋଟ ପଦକ ସଂଖ୍ୟା ୪ (୧ ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୧ ବ୍ରୋଞ୍ଜ)ରେ ପହଞ୍ଚିଥିଲା। ଆଉ ସମସ୍ତ ପଦକ ଭାରୋତ୍ତୋଳନରୁ ଆସିଥିଲା।

ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଗତକାଲି ଦେଶ ପାଇଁ ପ୍ରଥମ ପଦକ ଜିତିଥିଲେ ଭାରୋତ୍ତୋଳକ ସଙ୍କେତ ମହାଦେବ ସାଗର। ପୁରୁଷ ୫୫ କେଜି ବର୍ଗରେ ସେ ରୌପ୍ୟ ପଦକ ଜିତିଥିଲେ। ଏହା ପରେ ପୁରୁଷ ୬୧ କେଜି ବର୍ଗରେ ଗୁରୁରାଜ ପୂଜାରୀ ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଭାରୋତ୍ତୋଳନରେ ଦେଶ ପାଇଁ ତୃତୀୟ ପଦକ ଜିତିଥିଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ। ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ମହିଳା ୪୯ କେଜି ବର୍ଗରେ ତାଙ୍କୁ ମିଳିଛି ଏହି ସଫଳତା।

The post ଭାରୋତ୍ତୋଳନରେ ଭାରତକୁ ଆଉ ଏକ ସଫଳତା, ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ appeared first on Odisha Reporter.



from Odisha Reporter https://ift.tt/T0CLtH6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages