ଦିବଂଗତ ଅହମଦ ପଟେଲଙ୍କ ଇସାରାରେ ମୋଦିଙ୍କୁ ଫସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର: ଏସଆଇଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 16, 2022

ଦିବଂଗତ ଅହମଦ ପଟେଲଙ୍କ ଇସାରାରେ ମୋଦିଙ୍କୁ ଫସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର: ଏସଆଇଟି

ଅହମଦାବାଦ: ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ଘଟଣାରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଥିବା ମାମଲାର ତଦନ୍ତ କରୁଥିବା ଏସଆଇଟି ସାଂଘାତିକ କଥା କହିଛି। ଦଙ୍ଗା ଘଟଣାରେ ବିଭ୍ରାନ୍ତୀକର ତଥ୍ୟ ଉପସ୍ଥାପନ କରିଥିବା ସାମାଜିକ କର୍ମୀ ତେସ୍ତା ସୀତଲଭାଦ ଗିରଫ ହେବା ପରେ ଶୁକ୍ରବାର ଅହମଦାବାଦର ସେସନ୍ସ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ।

ଏହାକୁ ବିରୋଧ କରି ଏସଆଇଟି କହିଛି ଯେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦଙ୍ଗା ମାମଲାରେ ଫସାଇବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ଏହା ପଛରେ ଦିବଂଗତ କଂଗ୍ରେସ ତଥା ରାଜ୍ୟସଭା ସାଂସଦ ଅହମଦ ପଟେଲଙ୍କ ହାତ ଥିବା ଏସଆଇଟି କହିବା ପରେ ହଇଚଇ ସୃଷ୍ଟି ହୋଇଛି।

ଏସଆଇଟି କୋର୍ଟଙ୍କୁ ଅବଗତ କରିଛି ଯେ ତେସ୍ତା ସୀତଲଭାଦ, ପୂର୍ବତନ ଡିଜିପି ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ସଞ୍ଜୟ ଭଟ୍ଟ ମିଳିତ ଭାବେ ରାଜନୀତିକ ଅଭିସନ୍ଧି ରଖି କାମ କରିଥିଲେ। ସେମାନେ ତତ୍କାଳୀନ ଗୁଜରାଟ ସରକାରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନୀରିହ ଲୋକଙ୍କ ଫସାଇବାକୁ ଚେଷ୍ଟା କରିଥିଲେ।

ପୂରା ଷଡ଼ଯନ୍ତ୍ରକୁ ସେମାନେ ରାଜ୍ୟସଭା ସାଂସଦ ତଥା ସୋନିଆ ଗାନ୍ଧିଙ୍କ ରାଜନୀତିକ ପରାମର୍ଶଦାତା ଦିବଂଗତ ଅହମଦ ପଟେଲଙ୍କ ପ୍ରରୋଚନାରେ କରିଥିଲେ। ତେସ୍ତା ସୀତଲଭାଦ ଗୋଧ୍ରା ଟ୍ରେନ ପୋଡ଼ିର ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ରିଲିଫ କ୍ୟାମ୍ପକୁ ଯାଇଥିଲେ। ଏହାପରେ ସେ ବିଭିନ୍ନ ରାଜନୀତି ଦଳର କାର୍ଯ୍ୟକର୍ତ୍ତାଙ୍କ ସହ ବୈଠକ କରିଥିଲେ।

ଅହମଦ ପଟେଲଙ୍କ ସହ ପ୍ରଥମ ବୈଠକ ବେଳେ ତେସ୍ତା ୫ ଲକ୍ଷ ଟଙ୍କା ନେଇଥିଲେ। ତାଙ୍କୁ ଏହି ଟଙ୍କା ମାମଲାର ଜଣେ ସାକ୍ଷୀ ଶ୍ରୀ ପଟେଲଙ୍କ ତରଫରୁ ଦେଇଥିଲେ। ଦୁଇ ଦିନ ପରେ ସେମାନେ ଅହମଦାବାଦର ଶାହିବାଗ ଠାରେ ଥିବା ସର୍କିଟ ହାଉସରେ ବୈଠକ କରିଥିଲେ। ଏଠାରେ ତେସ୍ତା ୨୫ ଲକ୍ଷ ଟଙ୍କା ଶ୍ରୀ ପଟେଲଙ୍କ ଠାରୁ ଗ୍ରହଣ କରିଥିଲେ।

ଏହି ଟଙ୍କା ରିଲିଫ କ୍ୟାମ୍ପ ପାଇଁ ଦିଆଯାଇ ନଥିଲା। କାରଣ ରିଲଫ କାମ ଗୁଜରାଟ ରିଲିଫ କମିଟି ପକ୍ଷରୁ କରାଯାଉଥିଲା। ଏହି ବୈଠରେ ଆହୁରି ଅନେକ ରାଜନେତା ଉପସ୍ଥିତ ଥିଲେ ବୋଲି ଏସଆଇଟି ସତ୍ୟପାଠରେ କହିଛି।

ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏସ୍‌ଆଇଟି ଦାବି କରିଛି ତେସ୍ତା ସୀତଲଭାଦ ଦଙ୍ଗାର ୪ ମାସ ପରେ ସଞ୍ଜ ଭଟ୍ଟଙ୍କ ସହ ଶ୍ରୀ ପଟେଲଙ୍କୁ ତାଙ୍କର ଦିଲ୍ଲୀ ବାସଭବନରେ ଗୁପ୍ତ ଭାବେ ଭେଟିଥିଲେ। ଗୁଜରାଟର ବରିଷ୍ଠ ବିଜେପି ନେତାମାନଙ୍କୁ ଫସାଇବା ପାଇଁ ସେମାନେ କେନ୍ଦ୍ରରେ କ୍ଷମତାସୀନ ସରକାରର ନେତାମାନଙ୍କୁ ମଧ୍ୟ ଭେଟିଥିଲେ।

୨୦୦୭ରେ ସୀତଲଭାଦଙ୍କୁ କେନ୍ଦ୍ର ସରକାର ୨୦୦୨ରେ ସେ କରିଥିବା କାମ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ। ସେ ନିଜର ରାଜନୀତିକ ଅଭିସନ୍ଧି ପୂରଣ କରି ରାଜ୍ୟସଭା ସାଂସଦ ହେବାକୁ ଲକ୍ଷ୍ୟ ରଖିଥିଲେ। ଏହାକୁ ହାସଲ ପାଇଁ ସେ ସବୁ ପ୍ରକାରର କାମ କରିଥିଲେ ବୋଲି ଏସଆଇଟି କହିଛି।

The post ଦିବଂଗତ ଅହମଦ ପଟେଲଙ୍କ ଇସାରାରେ ମୋଦିଙ୍କୁ ଫସାଇବାକୁ ହୋଇଥିଲା ଷଡ଼ଯନ୍ତ୍ର: ଏସଆଇଟି appeared first on Odisha Reporter.



from Odisha Reporter https://ift.tt/uJGT9ar

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages