ତରବରିଆ ଗିରଫଦାରୀକୁ ନିନ୍ଦା କଲେ ସିଜେଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 16, 2022

ତରବରିଆ ଗିରଫଦାରୀକୁ ନିନ୍ଦା କଲେ ସିଜେଆଇ

ନୂଆଦିଲ୍ଲୀ: ଦେଶରେ ବ୍ୟାପକ ଭାବେ ତରବରିଆ ଗିରଫଦାରୀ ହେଉଥିବା ଓ ଅଭିଯୁକ୍ତଙ୍କୁ ଜାମିନ ମିଳିବାରେ ବିଳମ୍ବ ହେଉଥିବାକୁ ନେଇ ପ୍ରଧାନ ବିଚାରପତି ଏନ୍‌ଭି ରମନ୍ନା ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରିସ୍ଥିତି ଏଭଳି ହୋଇଛି ଯେ, ଆଜି ଆମ ଅପରାଧିକ ନ୍ୟାୟ ବ୍ୟବସ୍ଥା ହିଁ ଦଣ୍ଡ ପାଲଟି ଯାଇଛି। ଏହାସହ ବିଚାରଧୀନ କଏଦୀଙ୍କୁ ଦୀର୍ଘ ଦିନ ଧରି ଜେଲରେ ରଖିବା ପ୍ରସଙ୍ଗରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ଏହା ଅପରାଧିକ ନ୍ୟାୟ ବ୍ୟବସ୍ଥା ଉପରେ ପ୍ରଭାବ ପକାଉଛି ବୋଲି ଶନିବାର ସର୍ବଭାରତୀୟ ଆଇନ୍‌ ସେନା ପ୍ରାଧିକରଣ ବୈଠକରେ ଯୋଗ ଦେଇ କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି।

ସେ ଜେଲ ଗୁଡ଼ିକୁ “ବ୍ଲାକ ବାକ୍ସ” ଭାବେ ତୁଳନା କରି କହିଛନ୍ତି, ‘ବିଭିନ୍ନ ବର୍ଗର କଏଦୀମାନଙ୍କ ଉପରେ ଜେଲଗୁଡିକର ଭିନ୍ନ ପ୍ରଭାବ ପଡୁଛି, ବିଶେଷକରି ଅସାମାଜିକ ସମ୍ପ୍ରଦାୟର ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡୁଛି।  ଭେଦଭାବପୂର୍ଣ୍ଣ ଗିରଫଦାରୀ ଠାରୁ ଆରମ୍ଭ କରି ଜାମିନ ପାଇବା ଯାଏଁ ଏବଂ ଦୀର୍ଘ ଦିନ ଧରି ବିଚାରାଧୀନ କଏଦୀଙ୍କୁ ଜେଲରେ ବନ୍ଦୀ ରଖିବା ସମସ୍ୟା ଉପରେ ତତ୍କାଳ ସମାଧାନ ଜରୁରୀ।’

ଦେଶର ରାଜନୈତୀକ ସ୍ଥିତିକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ। ରାଜନୈତିକ ବିରୋଧ ଶତ୍ରୁତାରେ ପରିବର୍ତ୍ତନ ହେବା ସୁସ୍ଥ ଗଣତନ୍ତ୍ରର ସଂକେତ ନୁହେଁ ବୋଲି ଜଷ୍ଟିସ୍‌ ରମନ୍ନା କହିଛନ୍ତି। ସରକାର ଓ ବିରୋଧୀଙ୍କ ମଧ୍ୟରେ ପରସ୍ପର ପ୍ରତି ସମ୍ମାନ ଓ ଆଦରଭାବ ରହୁଥିଲା। ଏହା ଏବେ କମିବାରେ ଲାଗିଛି। ଦୁର୍ଭାଗ୍ୟର କଥା ଯେ ବିରୋଧୀଙ୍କ ପାଇଁ ଜାଗା ଏବେ କମ ହେବାରେ ଲାଗିଛି। ଆଇନଗୁଡ଼ିକୁ ବ୍ୟାପକ ବିଚାର-ବିମର୍ଶ ନକରି ପାସ୍ କରାଯାଉଛି ବୋଲି ରମନ୍ନା କହିଛନ୍ତି।

The post ତରବରିଆ ଗିରଫଦାରୀକୁ ନିନ୍ଦା କଲେ ସିଜେଆଇ appeared first on Odisha Reporter.



from Odisha Reporter https://ift.tt/j50sSlH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages