ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ସ୍କାମ: ପୂର୍ବତନ ପୁଲିସ କମିଶନରଙ୍କୁ ଇଡିର ସମନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 4, 2022

ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ସ୍କାମ: ପୂର୍ବତନ ପୁଲିସ କମିଶନରଙ୍କୁ ଇଡିର ସମନ

ମୁମ୍ବାଇ: ବହୁ ଚର୍ଚ୍ଚିତ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସ୍‌ଇ) ସ୍କାମ ଘଟଣାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁମ୍ବାଇର ପୂର୍ବତନ ପୁଲିସ୍‌ କମିଶନର ସଞ୍ଜୟ ପାଣ୍ଡେଙ୍କୁ ସମନ କରିଛି। ଏହି ଦୁର୍ନୀତିରେ ତାଙ୍କ ଭୂମିକା ବିଷୟରେ ଜାଣିବା ପାଇଁ ତାଙ୍କୁ ଆସନ୍ତାକାଲି ଇଡିର ମୁମ୍ବାଇ ଅଫିସରେ ହାଜର ହେବାକୁ ନୋଟିସ କରାଯାଇଛି। ଏନଏସଇ ସ୍କାମ ଘଟଣାରେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ କରୁଛି।

୨୦୦୧ ମସିହାରେ ପାଣ୍ତେ ଆଇଏସଇସି ସିର୍ଭିସ ପ୍ରାଇଭେଟ ଲିଃ ନାମକ ଗୋଟିଏ ଅଡିଟ କମ୍ପାନୀ ତିଆରି କରିଥିଲେ। ଏହି କମ୍ପାନୀ ଅଡିଟ ବେଳେ ଏନଏସ୍‌ଇର ସରଭରରେ ହେରଫେର କରାଯାଇଥିବା ଜାଣିବାକୁ ପାଇଥିଲା। କିନ୍ତୁ ଏ ସମ୍ପର୍କରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ୨୦୧୦ରୁ ୨୦୧୫ ମଧ୍ୟରେ କମ୍ପାନୀ ପକ୍ଷରୁ ଅଡିଟ କରାଯାଇଥିଲା। ପାଣ୍ତେଙ୍କ ପୁଅ ଓ ମା’ ଏହି ଘରୋଇ ଆଇଟି କମ୍ପାନୀର ନିର୍ଦ୍ଦେଶକ ଭାବେ କାମ କରୁଛନ୍ତି। ତେଣୁ କମ୍ପାନୀ କେମିତି ସରଭର ହେରଫେର କଥା ଜାଣିପାରିଲା ନାହିଁ, ସେ ବିଷୟରେ ଜାଣିବା ପାଇଁ ପାଣ୍ଡେଙ୍କୁ ଇଡି ସମନ କରିଛି।

ଇଡି ବ୍ୟତୀତ ଘଟଣାର ତଦନ୍ତ ସିବିଆଇ ମଧ୍ୟ କରୁଛି। ସିବିଆଇ ଏହି ଘଟଣାରେ ଏନଏସ୍‌ଇର ପୂର୍ବତନ ଏମଡି ଚିତ୍ରା ରାମକ୍ରିଷ୍ଣ ଓ ସଂସ୍ଥାର ପୂର୍ବତନ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମନିଅନଙ୍କ ନାଁରେ ଚାର୍ଜଶିଟ ଦାଖଲ କରିଛି। ହିମାଳୟର ଜଣେ ତଥା କଥିତ ଯୋଗୀଙ୍କୁ ଚିତ୍ରା ୨୦୧୩ରୁ ୨୦୧୬ ଯାଏ ସମସ୍ତ ପ୍ରକାରର ଗୁପ୍ତ ତଥ୍ୟ ଦେଉଥିଲେ। ଏଥିସହ ଯୋଗୀଙ୍କ କଥାରେ ଏନଏସ୍‌ଇରେ କର୍ମଚାରୀଙ୍କୁ ପଦନ୍ନୋତି ଓ ନିଯୁକ୍ତି ମଧ୍ୟ ଦେଉଥିଲେ।

ଏକଥା ସିବିଆଇ ଜାଣିବା ପରେ ଚଳିତ ବର୍ଷ ଫେବୃଆରୀରେ ମାମଲା ରୁଜୁ କରିଥିଲା। ଏହାପୂର୍ବରୁ ସେବି ଚିତ୍ରାଙ୍କ କାରସାଦି ବାବଦରେ ଜାଣି ତାଙ୍କୁ ଓ ଏନଏସ୍‌ଇର କିଛି ପୂର୍ବତନ ବରିଷ୍ଠ କର୍ମଚାରୀଙ୍କୁ ମୋଟା ଅଙ୍କର ଜୋରିମାନା ଲାଗୁ କରିଥିଲା। ସିବିଆଇ ତଦନ୍ତ ଆରମ୍ଭ କରିବା ପରେ ଚିତ୍ରାଙ୍କୁ ୪ ଦିନ କାଳ ଜେରା କରିଥିଲା। ଏହାପରେ ତାଙ୍କୁ ଗିରଫ କରିଥିଲା।

ଚିତ୍ରା ୨୦୧୩ରୁ ୨୦୧୬ ଯାଏ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ସିଇଓ ଓ ଏମଡି ଭାବେ କାର୍ଯ୍ୟ କରିଥିଲେ। ଏହାପରେ ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡ଼ି ଦେଇଥିଲେ। ନିଜ ପଦରେ ଥିବା ବେଳେ ସେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜର ଗୁପ୍ତ ତଥ୍ୟ ହିମାଳୟରେ ଅବସ୍ଥାପିତ ଜଣେ ଯୋଗୀଙ୍କୁ ଦେଉଥିଲେ। ତାଙ୍କ କଥାରେ ହିଁ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଚାଲୁଥିଲା।

The post ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ସ୍କାମ: ପୂର୍ବତନ ପୁଲିସ କମିଶନରଙ୍କୁ ଇଡିର ସମନ appeared first on Odisha Reporter.



from Odisha Reporter https://ift.tt/8jn6RzQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages