ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି। ପର୍ଯ୍ୟଟକଙ୍କୁ ସ୍ୱାଗତ କରିବାକୁ ମଧ୍ୟ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି।
ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ,ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟ୍ରେ ଲାଇବ୍ରେରୀ ବ୍ୟବସ୍ଥା ପର୍ଯ୍ୟଟକ ଏଥର ପାଇବେ। ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଆସିପାରିବେ ପର୍ଯ୍ୟଟକ। ଏହା ଛଡ଼ା ରାତ୍ରିଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍ ବ୍ୟବସ୍ଥା ହୋଇଛିା କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାକୁ ୩ ମାସ ପାଇଁ ବନ୍ଦ କରାଯାଇଥିଲା।
The post ଆଜିଠୁ ଖୋଲିବ ଭିତରକନିକା appeared first on Odisha Reporter.
from Odisha Reporter https://ift.tt/dtCxYQK
No comments:
Post a Comment