ରାତି ଅଧରେ ସାଂସଦ ସଞ୍ଜୟ ରାଉତଙ୍କୁ ବାନ୍ଧିଲା ଇଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 1, 2022

ରାତି ଅଧରେ ସାଂସଦ ସଞ୍ଜୟ ରାଉତଙ୍କୁ ବାନ୍ଧିଲା ଇଡି

ମୁମ୍ବାଇ:ପାତ୍ରା ଚୌଲ ଜମି ଦୁର୍ନୀତି ମାମଲାରେ ଗତକାଲିଠୁ ଅଟକ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ବିଳମ୍ବିତ ରାତିରେ ଗିରଫ କରିଛି ଇଡି।  ଗତକାଲି ରାତି ୧୨ଟାରେ ତାଙ୍କୁ ଗିରଫ କରାଯାଇଥିବା ସଞ୍ଜୟଙ୍କ ଭାଇ ସୁନୀଲ ରାଉତ ସୂଚନା ଦେଇଛନ୍ତି। ଆଜି ସକାଳ ସାଢେ ୧୧ଟାରେ PMLAରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରାଯିବ।

ଗତକାଲି ସକାଳ ୭ଟାରେ ସିଆରପିଏଫ ଯବାନଙ୍କ ସହାୟତାରେ ଇଡି ସଞ୍ଜୟ ରାଉତଙ୍କ ଘର ମୈତ୍ରୀ ବଙ୍ଗଳାରେ ରେଡ୍ ଆରମ୍ଭ କରିଥିଲା । ଦୀର୍ଘ ୯ ଘଣ୍ଟାର ଛାନଭିନ୍‌ କରିବା ପରେ ସଞ୍ଜୟଙ୍କ ଘରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ଇଡି ।  

ପରେ ଅପରାହ୍ନ ପ୍ରାୟ ୪ଟା ପରେ ଇଡି ଟିମ୍‌ ସଞ୍ଜୟଙ୍କୁ ଅଟକ ରଖିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସଞ୍ଜୟଙ୍କ ଘର ସମ୍ମୁଖରେ ପ୍ରବଳ ଭିଡ଼ ହୋଇଥିଲା। ପୁଲିସ୍‌ ପହଞ୍ଚି ଭିଡ଼ ହଟାଇବା ପରେ ସଞ୍ଜୟଙ୍କୁ  ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା। ସଞ୍ଜୟଙ୍କ ଗିରଫଦାରୀ ପରେ ତାଙ୍କୁ ପଚରାଉଚରା ପାଇଁ ଇଡିର ବରିଷ୍ଠ ଅଧିକାରୀ ଦିଲ୍ଲୀରୁ ଆସି ମୁମ୍ବାଇରେ ପହଞ୍ଚିଥିଲେ। ଅପରାହ୍ନ ପ୍ରାୟ ୫ଟା ପରେ ଇଡିର ବରିଷ୍ଠ ଅଧିକାରୀ ସଞ୍ଜୟଙ୍କୁ ପଚରାଉଚରା କରିଥିଲେ।  ସେଠାରେ ଦୀର୍ଘ ସମୟ ପଚରାଉଚରା ପରେ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।

ସଞ୍ଜୟଙ୍କ ଘରୁ ଜବତ ଟଙ୍କା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବୋଲି ସଞ୍ଜୟ ରାଉତଙ୍କ ଭାଇ ଦାବି କରିଛନ୍ତି ।  ସଞ୍ଜୟଙ୍କ ଘରୁ ଯେଉଁ ଟଙ୍କା ଇଡି ଜବତ କରିଛି ତାହା ଶିବସୈନିକଙ୍କ ଅଯୋଦ୍ଧା ଗସ୍ତ ପାଇଁ ଉଦ୍ଦିଷ୍ଟ ଥିଲା। ଏପରିକି ଉକ୍ତ ଟଙ୍କା ଉପରେ ଥିବା ଏକ କାଗଜରେ ତାହା ଲେଖାଯାଇଛି।

ଏନେଇ ସେ କହିଛନ୍ତି,  ଇଡି ସଞ୍ଜୟ ରାଉତଙ୍କୁ ଡରୁଛି, ତେଣୁ ତାଙ୍କୁ ଗିରଫ କରିଛି।  ମିଥ୍ୟ ଦସ୍ତାବିଜ ଆଧାରରେ ସଞ୍ଜୟଙ୍କୁ ଗିରଫ କରାଯାଇଛି। ଜାଣିଶୁଣି ତାଙ୍କୁ ପାତ୍ରା ଚୌଲା ସ୍କାମରେ ଫସାଇବାକୁ ଚେଷ୍ଟା କରାଯାଉଛି। କେବଳ ତାଙ୍କ ସ୍ୱରକୁ ଦାବିବାକୁ ଏପରି ଅପପ୍ରଚେଷ୍ଠା କରାଯାଉଛି।

ମୁମ୍ବାଇର ପାତ୍ରା ଚୌଲ ଉନ୍ନତୀକରଣ କାର୍ଯ୍ୟରେ ସଞ୍ଜୟଙ୍କ ସ୍ତ୍ରୀ ଏବଂ ସହଯୋଗୀଙ୍କ ସଂପୃକ୍ତି ନେଇ ଅନିୟମିତତା ଅଭିଯୋଗ ହୋଇଛି । ଏନେଇ ମୁମ୍ବାଇର ବକୋଲା ଥାନାରେ ଜଣେ ମହିଳା ସଞ୍ଜୟଙ୍କ ବିରୋଧରେ ଏକ ଏଫଆଇଆର  ରୁଜୁ କରିଛନ୍ତି ।

ଇଡି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଞ୍ଜୟ ରାଉତ କହିଥିଲେ, ମହାରାଷ୍ଟ୍ରକୁ ଦୁର୍ବଳ କରିବାକୁ ଚେଷ୍ଟା କରାଯାଉଛି। କିନ୍ତୁ ଯେତେ ଝଡ଼ ଆସିଲେଣି ସେ ନଇଁବେ ନାହିଁ । ମିଥ୍ୟା ତଥ୍ୟ ଆଧାରରେ ଇଡି ତାଙ୍କ ପଛରେ ପଡିଛି।

ଇଡି ପକ୍ଷରୁ ପୂର୍ବରୁ ସଞ୍ଜୟ ରାଉତଙ୍କୁ  ଦୁଇଟି ସମନ ପଠାଯାଇଥିଲା। ଶେଷ ଥର ପାଇଁ ଜୁଲାଇ ୨୭ରେ ଏକ ସମନ ହୋଇଥିଲା।  ଇଡି କରିଥିବା ସମନର ଉତ୍ତର ସେ ନିଜ ଓକିଲ ଦ୍ୱାରା ପଠାଇଥିଲେ। ସଂସଦ ଅଧିବେଶନ ଚାଲୁଥିବାରୁ ଅଗଷ୍ଟ ୭ ତାରିଖ ପରେ ସେ ହାଜର ହେବେ ବୋଲି ଇଡିକୁ ଜଣାଇଥିଲେ। ହେଲେ କାଲି ଅତର୍କିତ ଭାବେ ଇଡି ତାଙ୍କ ଘରେ ପଶିଥିବା ବେଳେ ରାତି ଅଧରେ ତାଙ୍କୁ ଗିରଫ କରିଛି।

ସେପଟେ ଏହି ଗିରଫଦାରିକୁ ନେଇ ମହାରାଷ୍ଟ୍ର ସରକାରଙ୍କୁ ଦାୟୀ କରିଛନ୍ତି ତାଙ୍କ ଭାଇ । ଆକ୍ରୋଶମୂଳକ ଭାବେ ରାଜନୈତିକ ପ୍ରତିଶୋଧପରାୟଣତା ଭାବନା ରଖି ସଞ୍ଜୟଙ୍କୁ ଟାର୍ଗେଟ୍ କରାଯାଉଛି । ଏହାବାଦ ଶିବସେନା ନେତା ଉଦ୍ଧବ ଠାକରେଙ୍କ ନିକଟତର ହୋଇଥିବାରୁ ସଂଜୟ ରାଉତଙ୍କୁ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ କରାଯାଉଥିବା କହି ମହାରାଷ୍ଟ୍ରର ଗାଦିସୀନ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତାଙ୍କ ଭାଇ ।

 

The post ରାତି ଅଧରେ ସାଂସଦ ସଞ୍ଜୟ ରାଉତଙ୍କୁ ବାନ୍ଧିଲା ଇଡି appeared first on Odisha Reporter.



from Odisha Reporter https://ift.tt/KfUYApM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages