ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାନ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 31, 2022

ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାନ୍ନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ।  ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ପାଖରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ନବାନ୍ନ ଲାଗି ହେବ। ତା’ପରେ ଅନ୍ୟ ଦେବାଦେବୀଙ୍କ ମନ୍ଦିରରେ ନବାନ୍ନ ଲାଗି ପରେ ଘରେ ଘରେ ଲୋକେ ନୂଆ ଖାଇବେ। ଏହା ପୂର୍ବରୁ ମାଆଙ୍କ ପାଖରେ ନବାନ୍ନ ଲାଗି ପାଇଁ ପହଞ୍ଚି ସାରିଛି ପାହୁର ଭାର।  ଢୋଲ, ନିଶାନର ତାଳେ ତାଳେ ବାହାରିଥିଲା ବର୍ଣ୍ଣାଢ୍ୟ ଶୋଭାଯାତ୍ରା।  ନୂଆଖାଇର ପୂର୍ବଦିନରେ ନିଆରା ପରମ୍ପରା ପାହୁର ଭାର ଅନୁଷ୍ଠିତ ହୋଇଥାଏ।  ମାଆଙ୍କ ମନ୍ଦିରରେ ନବାନ୍ନ ଲାଗି ପାଇଁ ସମସ୍ତ ଜିନିଷ ରହିଥାଏ। ଏହି ଭାରରେ  ନୂଆ ଧାନ, କୁରେଇ ପତ୍ର, ପଞ୍ଚାମୃତ, ମା‌ଆଙ୍କ ଲାଗି ଚୁଡି, ଗହଣା, ଶାଢ଼ୀ ଆଉ ପନିପରିବା ଏଥିରେ ଥାଏ।

ମାଆ ସମଲେଶ୍ୱରୀଙ୍କ ସମେତ ସବୁ ଦେବଦେବୀଙ୍କ ମନ୍ଦିରକୁ ଯାଇଛି ପାହୁର ଭାର।  ଦୁଇ ବର୍ଷର କରୋନା ମହାମାରୀ ପରେ ଏଥର ଧୁମ୍‌ଧାମରେ ନୂଆ ଖାଇ ପାଳିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।  ଘରମୁହାଁ ସଂପର୍କୀୟ ଓ ବନ୍ଧୁବାନ୍ଧବ ଯିଏ ଯେଉଁଠି , ଯେତେ ଦୂରରେ ଥିଲେ ମଧ୍ୟ ଗାଁକୁ ଫେରିଛନ୍ତି।

କଳାହାଣ୍ଡି ଜିଲ୍ଲାରେ ଦୁଇଟି ନୂଆଖାଇ ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ଲଗ୍ନରେ ନୂଆଖାଇ ହେବ। ତେବେ ପୁରପଲ୍ଲୀରେ ଆଜି ଭାଦ୍ରବ ପଞ୍ଚମୀ ତିଥିରେ ଦଧିବାମନଙ୍କ ଲଗ୍ନରେ ନୂଆଖାଇ ହେଉଛି । ସକାଳ ୭ଟା ୧୨ରୁ ୭ଟା ୨୬ ମିନିଟ୍ ମଧ୍ୟରେ ଦଧିବାମନଙ୍କପାଖରେ ନବାନ୍ନ ଲାଗି ହେବ। ଏହାପରେ ଦିନ ୧୦.୩୦ରୁ ୧୧.୩୦ ମଧ୍ୟରେ ଲୋକେ ନବାନ୍ନଭକ୍ଷଣ କରିବେ।

 

The post ଆଜି ନୂଆଖାଇ, ମା’ଙ୍କ ପାଖରେ ଲାଗି ହେବ ନବାନ୍ନ appeared first on Odisha Reporter.



from Odisha Reporter https://ift.tt/6LQ7c3Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages