କାବୁଲ: ଆଫାଗନିସ୍ତାନର ରାଜଧାନୀ କାବୁଲରେ ଥିବା ଗୋଟିଏ ସ୍କୁଲରେ ଆତ୍ମଘାତୀ ହମଲା ହୋଇଛି। ଏଥିରେ ବନ୍ଧୁକ ମୁନରେ ଦେଶକୁ ଦଖଲ କରିଥିବା ତାଲିବାନର ପ୍ରସିଦ୍ଧ ମୌଲବୀ ଶେଖ ରହିମୁଲ୍ଲା ହକ୍କାନୀଙ୍କ ମୃତ୍ୟୁ ଘଟିଛି। ଇସଲାମିକ ଏମିରାତର ଉପ ମୁଖପାତ୍ର ବିଲାଲ କରିମ ବିସ୍ଫୋରଣରେ ହକ୍କାନୀଙ୍କ ମୃତ୍ୟୁ ଘଟିଥିବା ନିଶ୍ଚିତ କରିଛନ୍ତି।
ସେ ଟୋଲ ନ୍ୟୁଜକୁ ଦେଇଥିବା ତଥ୍ୟ ଅନୁସାରେ, ଦେଶର ଅନ୍ୟତମ ପ୍ରଖ୍ୟାତ ଧର୍ମଗୁରୁ ଶେଖ ରହିମୁଲ୍ଲା ହକ୍କାନୀ ସ୍କୁଲରେ ହୋଇଥିବା ବିସ୍ଫୋରଣରେ ପ୍ରାଣ ହରାଇଛନ୍ତି। କାବୁଲର ତାଙ୍କର ଗୋଟିଏ ସ୍କୁଲ ରହିଥିଲା। ଏହି ସ୍କୁଲରେ ହିଁ ବିସ୍ଫୋରଣ ହୋଇଛି। ଏଠାରେ ଧାର୍ମିକ ସମ୍ମିଳନୀ ଚାଲିଥିବା ବେଳେ ଜଣେ ବ୍ୟକ୍ତି ହଠାତ୍ ପହଞ୍ଚିଥିଲେ।
ଏହାପରେ ସେ ହକ୍କାନୀଙ୍କ ପାଖକୁ ଯାଇ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ। ହମଲା କରିଥିବା ବ୍ୟକ୍ତି ଜଣଙ୍କ ପୂର୍ବରୁ ନିଜର ଗୋଟିଏ ଗୋଡ଼ ହରାଇଥିଲା। ଏଥିପାଇଁ ସେ ପ୍ଲାଷ୍ଟିକ ଦ୍ୱାରା ତିଆରି ହୋଇଥିବା ଆର୍ଟିଫିସିଆଲ ଗୋଡ଼ ଦ୍ୱାରା ଚାଲୁଥିଲେ। ଏହି ପ୍ଲାଷ୍ଟିକ ମଧ୍ୟରେ ହିଁ ସେ ବିସ୍ଫୋରକ ଖଞ୍ଜି ଆତ୍ମଘାତୀ ହମଲା କରିଥିବା ତାଲିବାନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତେବେ ଏହି ବିସ୍ଫୋରଣରେ କେବଳ ହକ୍କାନୀ ଓ ହମଲାକାରୀ ପ୍ରାଣ ହରାଇଛନ୍ତି ନା ସମ୍ମିଳନୀରେ ଥିବା ଆଉ କିଛି ଲୋକଙ୍କ ମୃତ୍ୟୁ ଘଟିଛି, ସେକଥା ଏଯାଏ ତାଲିବାନ ପକ୍ଷରୁ ସ୍ପଷ୍ଟ କରାଯାଇନି।
شیخ رحیم الله حقانی، یکی از عالمان دین در یک انفجار در مدرسهاش کشته شد.
بلال کریمی، معاون سخنگوی امارت اسلامی کشته شدن شیخ رحیم الله حقانی را تایید کرده است.
گفته میشود که این عالم دین پس از چاشت امروز در یک انفجار در مدرسهاش در کابل کشته شد.#طلوعنیوز pic.twitter.com/GUBRGx6NH5— TOLOnews (@TOLOnews) August 11, 2022
The post ଆତ୍ମଘାତୀ ବିସ୍ଫୋରଣରେ ତାଲିବାନ ମୌଲବୀ ହକ୍କାନୀଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/vFSdVqu
No comments:
Post a Comment