ସିଆ ଧର୍ମଗୁରୁଙ୍କ ସନ୍ୟାସ ଘୋଷଣା ପରେ ଉତ୍ତେଜନା, ୧୫ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 30, 2022

ସିଆ ଧର୍ମଗୁରୁଙ୍କ ସନ୍ୟାସ ଘୋଷଣା ପରେ ଉତ୍ତେଜନା, ୧୫ ମୃତ

ବାଗଦାଦ: ଇରାକ୍‌ରେ ସ୍ଥିତି ଅଣାୟତ। ଦେଖାଦେଇଛି ଅରାଜକତା ସ୍ଥିତି। ଇରାକର ପ୍ରଭାବଶାଳୀ ସିୟା ଧର୍ମଗୁରୁ ମୁକ୍ତଦା-ଅଲ୍-ସଦର ସୋମବାର ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିବା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ଅଲ୍-ସଦରରଙ୍କ ସମର୍ଥକ ଓ ଇରାନ୍‌ ସମର୍ଥିତ ଲୋକଙ୍କ ମଧ୍ୟରେ ତୀବ୍ର ସଙ୍ଘର୍ଷ ଘଟିଛି। ଏଥିରେ ୧୫ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି।

ଭିଡ଼ ଭିତରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନ ଓ ସରକାରୀ ଭବନ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ତେବେ ଆମେରିକା ଦୂତାବାସର କର୍ମଚାରୀଙ୍କୁ ହେଲିକପ୍ଟର ଜରିଆରେ ଗ୍ରୀନ୍ ଜୋନରୁ ବାହାରକୁ ନିଆଯାଇଛି। ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଟିୟର ଲୁହ ବୁହା ଗ୍ୟାସ୍‌ ବ୍ୟବହାର କରିଥିଲେ। କିଛି ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଥିବା ହଲ୍ ଭିରତକୁ ପଶିଯାଇଥିଲେ ଏବଂ ସେଠାରେ ଥିବା ସୁଇମିଂ ପୁଲରେ ଗାଧୋଇ ଥିଲେ। ସେନା ଅଲ୍-ସଦରଙ୍କ ସମର୍ଥକଙ୍କୁ ସରକାରୀ ଭବନରୁ ତୁରନ୍ତ ହଟିବାକୁ ଓ ଶାନ୍ତି ବଜାୟ ରଖିବାକୁ ଅପିଲ୍‌ କରିଛି। ଏଥିସହ ବିକ୍ଷୋଭକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଜାରି କରାଯାଇଛି।

ଅଲ୍-ସଦର୍‌ଙ୍କ ସନ୍ନ୍ୟାସ ଘୋଷଣା ଦେଶରେ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସେ ଏଭଳି ଘୋଷଣା କରିସାରିଛନ୍ତି। ବର୍ତ୍ତମାନର ବିବାଦ ଭିତରେ ଅଲ୍-ସଦରଙ୍କ ଏହି ନିଷ୍ପତ୍ତି ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧରେ ଆଗୁଆ ରହିବାର ଆଉ ଏକ ପ୍ରୟାସ ବୋଲି ଅନେକେ ମତ ଦେଇଛନ୍ତି। ତେବେ ଏଥର ତାଙ୍କର ଏହି ଘୋଷଣା ଦେଶର ସ୍ଥିତିକୁ ଆହୁରି ଖରାପ କରିବ ବୋଲି କେତେକ ଆଶଙ୍କା କରିଛନ୍ତି।

ଇରାକ୍‌ରେ ଗତ ୧୦ ମାସ ହେବ କୌଣସି ସ୍ଥାୟୀ ପ୍ରଧାନମନ୍ତ୍ରୀ ନାହାନ୍ତି। କୌଣସି ମନ୍ତ୍ରିମଣ୍ଡଳ କିମ୍ବା ସରକାର ମଧ୍ୟ ନାହିଁ। ଏହି କାରଣରୁ ରାଜନୈତିକ ଅରାଜକତାର ପରିସ୍ଥିତି ଦେଖାଦେଇଛି। ଅର୍ଥାତ୍ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ପରେ ବିକ୍ଷୋଭକାରୀମାନେ ସଂସଦକୁ ବନ୍ଧକ ରଖିଥିଲେ। ବର୍ତ୍ତମାନ ଇରାକରେ ମଧ୍ୟ ଠିକ୍‌ ସେହିଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଛି।

The post ସିଆ ଧର୍ମଗୁରୁଙ୍କ ସନ୍ୟାସ ଘୋଷଣା ପରେ ଉତ୍ତେଜନା, ୧୫ ମୃତ appeared first on Odisha Reporter.



from Odisha Reporter https://ift.tt/VciwU8f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages