ନୂଆଦିଲ୍ଲୀ: ହୃଦରୋଗରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ପ୍ରଖ୍ୟା କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଛି। ପ୍ରଥମେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସୁଥିବା କୁହାଯାଉଥିବା ବେଳେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ପୁଣି ସଂଘାତିକ ଆଡ଼କୁ ଗତି କରିଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ହାସ୍ୟଭିନେତା ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରେ ଲାଗିଛି। ଗୋଟିଲ ପଟେ ଡାକ୍ତର ଆଶା ଛାଡ଼ି ଦେଇଥିବା ବେଳେ ପରିବାର ଳୋକେ ଭରଷା ରଖିଛନ୍ତି। ଗତ ୧୦ ଦିନ ଧରି ଆଇସିୟୁରେ ଚିକିତ୍ସାଧୀନ ଥିବା ରାଜୁଙ୍କ ମସ୍ତିଷ୍କ ଏବେ କାର୍ଯ୍ୟ କରିବା ବନ୍ଦ କରି ଦେଇଥିବା ସୂଚନା ଦେଇଛନ୍ତି ।
ତାଙ୍କ କମେଡିଆନ୍ ବନ୍ଧୁ ସୁନୀଲ ପାଲ ସୁନୀଲ ପାଲ, ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ନିୟମିତ ସୂଚନା ଦେଉଥିବା ବେଳେ ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଶୁଭେଚ୍ଛୁଙ୍କୁ ନିବେଦନ କରିଛନ୍ତି। ଗତ ଅଗଷ୍ଟ ୧୦ ତାରିଖରେ ହୃଦଘାତର ଶିକାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ରାଜୁ ଶ୍ରୀବାସ୍ତବ । ସାଉଥ୍ ଦିଲ୍ଲୀର ଏକ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ।
ପରେ ତାଙ୍କର କିଛି ଅଙ୍ଗ ପ୍ରତ୍ୟଙ୍ଗ କାମ ନକରିବାରୁ ସେ ଭେଣ୍ଟିଲେଟର ସପୋର୍ଟରେ ରହିଥିଲେ । ଜଣେ ସଫଳ ଷ୍ଟାଣ୍ଡ ଅଫ୍ କମେଡିଆନ୍ ଭାବେ ସାରା ଦେଶରେ ଖୁବ ଲୋକପ୍ରିୟତା ପାଇଥିବା ରାଜୁ ଶ୍ରୀବାସ୍ତବ ଏବେ ଉତ୍ତର ପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି।
The post ଆଶା ଛାଡ଼ିଦେଇଛନ୍ତି ଡାକ୍ତର, ଭରଷା ରଖିଛନ୍ତି ପରିବାର ଲୋକେ appeared first on Odisha Reporter.
from Odisha Reporter https://ift.tt/KUz8yFB
No comments:
Post a Comment