ମସ୍କୋ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ଙ୍କୁ ବଡ ଝଟ୍କା। ତାଙ୍କ ରାଇଟ୍ ହ୍ୟାଣ୍ଡ କୁହାଯାଉଥିବା ତଥା ତାଙ୍କର ଅତ୍ୟନ୍ତ ଘନିଷ୍ଠ ଆଲେକ୍ଜାଣ୍ଡାର୍ ଡୁଗିନ୍ଙ୍କ ଝିଅକୁ ହତ୍ୟା କରାଯାଇଛି। ରାଜଧନୀ ମସ୍କୋରେ ହୋଇଥିବା ଏକ କାର୍ ବିସ୍ଫୋରଣରେ ୟୁକ୍ରେନ୍ ଯୁଦ୍ଧର ମାଷ୍ଟର ମାଇଣ୍ଡଙ୍କ ଝିଅ ଡାରିଆ ଡୁଗିନଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଡାରିଆ ଡୁଗିନ ତାଙ୍କ ଲ୍ୟାଣ୍ଡ କ୍ରୁଜର କାର୍ରେ ଯାଉଥିଲେ। ଏହି ସମୟରେ ତାଙ୍କ କାର୍କୁ ମସ୍କୋ ନିକଟରେ ବିସ୍ଫୋରଣ କରି ଉଡାଇ ଦିଆଯାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଆତଙ୍କ ଖେଳିଯାଇଥିଲା। ସେପଟେ ଖବର ପାଇ ପୁଲିସ ଓ ଆଲେକ୍ଜାଣ୍ଡାର୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମସ୍କୋର Odintsovsky ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି।
Video purportedly shows Aleksandr Dugin at the scene of the blast. He was allegedly supposed to be in the vehicle but ended up taking another car: pic.twitter.com/sgRcJ8laqJ
— Alex Salvi (@alexsalvinews) August 20, 2022
ପ୍ରକୃତରେ ଆଲେକଜାଣ୍ଡାର ଡୁଗିନଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା। କିନ୍ତୁ ଏଥିରେ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଛି। ଆଲେକ୍ଜାଣ୍ଡାର୍ଙ୍କୁ ରୁଷ ରାଷ୍ଟ୍ରପତିଙ୍କ ‘ମସ୍ତିଷ୍କ’ ବୋଲି କୁହାଯାଏ। ରୁଷ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଲେକ୍ଜାଣ୍ଡାରଙ୍କୁ ହତ୍ୟା କରିବାର ଷଡଯନ୍ତ୍ରକୁ ସଫଳ କରିବା ପାଇଁ ଡାରିଆ ଡୁଗିନ୍ଙ୍କୁ ଟାର୍ଗେଟ୍ କରାଯାଇଥିଲା। ବିସ୍ଫୋରଣ ହୋଇଥିବା କାରରେ ଆଲେକ୍ଜାଣ୍ଡାର୍ ଡୁଗିନ୍ ବସିବା କଥା, କିନ୍ତୁ ପରେ ସେ ଏହି କାର୍ରେ ବସିବାକୁ ମନା କରିଦେଇଥିଲେ। ଚଳିତ ବର୍ଷ ଜୁଲାଇରେ ଡାରିଆ ଡଗିନଙ୍କୁ ବ୍ରିଟେନର ପ୍ରତିବନ୍ଧକ ତାଲିକାରେ ସାମିଲ କରାଯାଇଥିଲା। ୟୁକ୍ରେନ ଉପରେ ଆକ୍ରମଣ ହେତୁ ବ୍ରିଟେନ ସମେତ ଅନେକ ପାଶ୍ଚାତ୍ୟ ଦେଶ ରୁଷର ଲୋକଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲେ।
ସେପଟେ ଡୋନେସ୍କ ଅଞ୍ଚଳର କମାଣ୍ଡର ଡେନିସ ପୁଶଲିନ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ଆତଙ୍କବାଦୀମାନେ କାରକୁ ବିସ୍ଫୋରଣ କରି ଉଡ଼ାଇ ଦେଇଛନ୍ତି। ବାସ୍ତବରେ, ୟୁକ୍ରେନର ରାଷ୍ଟ୍ରପତି ଦୁଇ ଦିନ ପୂର୍ବରୁ ଚେତାବନୀ ଦେଇଥିଲେ। ସେ ଏଠାକାର ଜାପୋରିଜିଆ ପ୍ଲାଣ୍ଟ ଖାଲି କରିବାକୁ ଚେତାଇଥିଲେ। ଯଦି ଜାପୋରିଜିଆ ପ୍ଲାଣ୍ଟ ଖାଲି ନହୁଏ ତେବେ ଏହାର ପରିଣାମ ଖରାପ ହେବ ବୋଲି ସେ କହିଥିଲେ।
The post ପୁଟିନ୍ଙ୍କ ରାଇଟ୍ ହ୍ୟାଣ୍ଡଙ୍କ ଝିଅକୁ ହତ୍ୟା appeared first on Odisha Reporter.
from Odisha Reporter https://ift.tt/ro5HFde
No comments:
Post a Comment