ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌ କାଏଦା ଚିଫ୍‌ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 1, 2022

ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌ କାଏଦା ଚିଫ୍‌ ନିହତ

ୱାଶିଂଟନ: ଆମେରିକା ଉପରେ ହୋଇଥିବା ୯/୧୧ ଆତଙ୍କବାଦୀ ଆକ୍ରମଣର ଦୀର୍ଘ ୨୧ ବର୍ଷ ପରେ ନିହତ ହେଲେ ଏହାର ଅନ୍ୟତମ ମାଷ୍ଟର ମାଇଣ୍ଡ ତଥା  ଅଲ-କାଏଦା ଚିଫ ଅଲ-ଜାୱାହିରୀ । ଆମେରିକାର ଡ୍ରୋନ ଆକ୍ରମଣରେ ଜୁଲାଇ ୩୧ ତାରିଖ ରାତିରେ ଆଖି ବୁଜିଛନ୍ତି  ଅଲ-ଜାୱାହିରୀ ।  ଲାଡେନର ମୃତ୍ୟୁ ପରେ ଅଲ-କାଏଦାର ମୁଖ୍ୟ ଥିବା ଅଲ୍ ଜଓ୍ୱାହିରିର ମୁଣ୍ଡ ଉପରେ ୨୫ ମିଲିୟନ ଡଲାର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା । ଶେଷରେ ଆମେରିକା ଆକ୍ରମଣରେ ହିଁ ଯାଇଛି  ଅଲ-ଜାୱାହିରୀଙ୍କ ଜୀବନ। ଆମେରିକାକୁ ଏଥର ସମ୍ପୂର୍ଣ୍ଣ ନ୍ୟାୟ ମିଳିଲା ବୋଲି କହିଛନ୍ତି ଏହାର ରାଷ୍ଟ୍ରପତି ଜୋ’ ବାଇଡେନ ।

ହ୍ୱାଇଟ ହାଉସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନର ଅଲ-କାଏଦା ମୁଖ୍ୟଙ୍କୁ ଟାର୍ଗେଟ କରି ଗତକାଲି ଡ୍ରୋନ ଆକ୍ରମଣ ହୋଇଥିଲା । ଏଥିରେ ଅଲ-କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତି ଜୋ ବାଇଡେନ ସୋମବାର କହିଛନ୍ତି ଯେ କାବୁଲରେ ହୋଇଥିବା ଏୟାର ଷ୍ଟ୍ରାଇକରେ  ଅଲ-କାଏଦା ନେତା ଆୟମାନ ଅଲ-ଜାୱାହିରିଙ୍କ ମୃତ୍ୟୁ  ହୋଇଛି।

ଏଥଇସହ ସେ କହିଛନ୍ତି,  ଯେତେ ବି ବିଳମ୍ବ ହେଉନା କାହିଁକି, ଶେଷରେ ନ୍ୟାୟ ମିଳିଛି  । ଆଉ ଆତଙ୍କବାଦୀଙ୍କ ନେତାର ନିପାତ ହୋଇଛି । ଆମେରିକୀୟଙ୍କୁ ଯିଏ ବି କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବ ଓ ଆମେରିକାବାସୀଙ୍କ ପ୍ରତି ଯିଏ ବି ବିପଦ ହେବ, ତା ବିରୋଧରେ ଆମେରିକା ଶକ୍ତ ପ୍ରହାର କରିବ । ଅଲ-ଜାୱାହିରିଙ୍କ ମୃତ୍ୟୁ ପରେ ଏଥର ଆମେରିକାବାସୀ ସମ୍ପୂର୍ଣ୍ଣ ନ୍ୟାୟ ପାଇଲେ ।  ଆମେରିକାକୁ ଅସୁବିଧାରେ ପକାଉଥିବା ଲୋକଙ୍କୁ ଖୋଜିଖୋଜି ମାରିବୁ ବୋଲି କହିଛନ୍ତି ବାଇଡେନ।

ଅଲ-ଜାୱାହିରୀଙ୍କୁ ଆମେରିକା ବର୍ଷ ବର୍ଷ ଧରି ଖୋଜି ବୁଲିଥିବା ବେଳେ ସେ ଆଫଗାନିସ୍ଥାନର କାବୁଲରେ ଶରଣ ନେଇଥିଲା। ଆମେରିକା ଏହି ସୂଚନା ପାଇବା ପରେ ଆକ୍ରମଣ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଖୋଦ ରାଷ୍ଟ୍ରପତି ଜୋ ବାଇଡେନ ଏହି ପୂରା ଘଟଣା ଉପରେ ତୀକ୍ଷଣ ଦୃଷ୍ଟି ରଖିଥିଲେ।  ଆକ୍ରମଣର ବହୁ ସପ୍ତାହ ପୂର୍ବରୁ ବାଇଡେନ ନିଜ କ୍ୟାବିନେଟ ମନ୍ତ୍ରୀ ଓ ସହଯୋଗୀଙ୍କ ସହ ବାରମ୍ବାର ମିଟିଙ୍ଗ କରି ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ। ଏହାପରେ ଏହି ଆକ୍ରମଣ ଗତ ଶନିବାର ହୋଇଥିଲା।

ଆମେରିକା ସେନା ପକ୍ଷରୁ କୁହାଯାଇଛି ଯେ, ଜୁଲାଇ ୩୧ ରାତିରେ ଜଓ୍ୱାହିରୀ ନିଜ ଘରର ବାଲକୋନି ଉପରେ ବୁଲୁଥିଲେ । ଏତିକି ବେଳେ ୨ଟି Hellfire ମିଶାଇଲ୍ ମାଡ଼ କରାଯାଇଥିଲା  । ଏଥିରେ ଘରର ବାଲକୋନି ନଷ୍ଟ ହେବା ସହ ଝରକା କାଚ ଭାଙ୍ଗିରୁଜି ଉଡ଼ିଯାଇଥିବା ବେଳେ ଜଓ୍ୱାହିରୀଙ୍କର ମୃତ୍ୟୁ ହୋଇଥିଲା  ।  ଜଓ୍ୱାହିରିଙ୍କ ପରିବାର ଲୋକେ ଘର ଭିତରେ ଥିଲେ ହେଁ, ସେମାନଙ୍କୁ ଟାର୍ଗେଟ କରାଯାଇନଥିଲା ।  ଏହାବାଦ ଆଫଗାନିସ୍ତାନର ଜଣେ ବି ସାଧାରଣ ନାଗରିକ ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇ ନାହାନ୍ତି ବୋଲି କହିଛି ସେନା।

ଆମେରିକାର ଏହି ଆକ୍ରମଣ ସମ୍ପର୍କରେ ଆଫଗାନିସ୍ତାନ ବି କିଛି ସୂଚନା ପାଇପାରି ନ ଥିଲା। ଆଫିଗାନିସ୍ତାନ ନିଜ ଦେଶରେ ଅଲ-ଜାୱାହିରୀଙ୍କୁ ଲୁଚାଇ ରଖିଥିବା ବେଳେ ଏ ନେଇ ଆମେରିକାକୁ କୌଣସି ସୂଚନା ଦେଇ ନ ଥିଲା । କାବୁଲରେ ଜଓ୍ୱାହିରୀ ମୁକ୍ତଭାବେ ବିଚରଣ କରିବା ଓ ରହିବା ଦୋହା ଚୁକ୍ତିନାମାର ଉଲ୍ଲଂଘନ ।  ତେଣୁ  ଆମେରିକା ନିଜ ଅପରେସନକୁ ଖୁବ୍‌ ଗୁପ୍ତ ରଖିଥିଲା। ହେଲେ ଆମେରିକାର ଆକ୍ରମଣକୁ ତାଲିବାନ ନିନ୍ଦା କରିଛି ।

ମାତ୍ର ୧୧ ବର୍ଷ ବୟସରୁ  ଅଲ-ଜାୱାହିରୀ  ଅଲ୍‌-କାଏଦାର ସକ୍ରିୟ ସଦସ୍ୟ ପାଲଟିଥିଲେ।  ଏହାବାଦ ସେ ଲାଡେନର ବ୍ୟକ୍ତିଗତ ଫିଜିସିଆନ ବି ଥିଲେ। ଅଲ-ଜାୱାହିରୀ ଇଜିପ୍ଟର ଏକ ପ୍ରତିଷ୍ଠିତ ପରିବାରରୁ ଆସିଥିଲେ। ଆମେରିକା ଉପରେ ୨୦୦୧ ମସିହା ସେପ୍ଟେମ୍ବର ୧୧ ତାରିଖରେ  ହୋଇଥିବା ଆକ୍ରମଣରେ  ସେ ବି ଜଣେ ମାଷ୍ଟର ମାଇଣ୍ଡ ଥିଲେ। ସେହି ଆତଙ୍କବାଦୀ ଘଟଣାରେ ପ୍ରାୟ ୩ ହଜାର ଲୋକ ପ୍ରାଣ ହରାଇଥିଲେ, ଯାହାକି ସମଗ୍ର ବିଶ୍ୱବାସୀଙ୍କୁ ଥରାଇ ଦେଇଥିଲା।

ଏହି ଆକ୍ରମଣ ପରେ  ଅଲ-ଜାୱାହିରୀ ଲଗାତାର ଲୁଚି ରହୁଥିଲେ। ଥରେ ଆଫଗାନିସ୍ତାନର ପାହାଡ଼ି ଅଞ୍ଚଳରେ ଲୁଚି ରହିଥିବା ବେଳେ ଆମେରିକା ତାଙ୍କ ଉପରେ ଆକ୍ରମଣ କରିଥିଲା। ସେଥିରେ ତାଙ୍କ ପତ୍ନୀ ଓ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲ-ଜାୱାହିରୀ ବର୍ତ୍ତି ଯାଇଥିଲେ।  ଏହାପରେ ଅଲ-ଜାୱାହିରୀଙ୍କ ମୁଣ୍ଡ ଉପରେ ୨୫ ମିଲିୟନ୍ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲା ଆମେରିକା। ୨୦୧୧ମସିହାରେ ପାକିସ୍ତାନରେ ଓସାମା ବିନ୍ ଲାଦେନଙ୍କ ହତ୍ୟା ପରେ ଜାୱାହିରୀ ଅଲ-କାଏଦାକୁ ପରିଚାଳନା କରୁଥିଲେ। ସେବେଠୁ ସେ ଆମେରିକା ଆଖିରେ ଧୁଳି ଦେଇ ଆସୁଥିବା ବେଳେ ଦୀର୍ଘ ବର୍ଷ ପରେ ଆମେରିକା ଗୁଳିରେ ନିହତ ହେଲେ ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀ।

The post ଆମେରିକାର ଡ୍ରୋନ୍‌ ଆକ୍ରମଣରେ ଅଲ୍‌ କାଏଦା ଚିଫ୍‌ ନିହତ appeared first on Odisha Reporter.



from Odisha Reporter https://ift.tt/7YpCAh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages