ସ୍ୱାଭାବିକ ହୋଇନି ରେଳ ଚଳାଚଳ, ଆଜି ୬ ଟ୍ରେନ୍‌ ବାତିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 22, 2022

ସ୍ୱାଭାବିକ ହୋଇନି ରେଳ ଚଳାଚଳ, ଆଜି ୬ ଟ୍ରେନ୍‌ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଷ୍ଟେସନ ୟାର୍ଡରେ ଗତକାଲି ରାତିରେ  ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବାରୁ ସ୍ୱାଭାବିକ ହୋଇପାରିନି ରେଳ ଚଳାଚଳ । ଆଜି ପାଇଁ ଉଭୟ ପଟୁ ୬ଟି ଟ୍ରେନ୍‌ର ଚଳାଚଳକୁ ବାତିଲ କରିଛି ପୂର୍ବତଟ ରେଳ ବିଭାଗ।

ଆଜି ପାଇଁ ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ହେଉଛି ଭୁବନେଶ୍ୱର-ହାୱଡା, ଭୁବନେଶ୍ୱର-ବଲାଙ୍ଗିର, ପୁରୀ-ପାରାଦୀପ ଟ୍ରେନ୍‌। ସେହିପରି ପୁରୀ-ବଡ଼ବିଲ, ତାଳଚେର-ପୁରୀ, ପାରାଦୀପ-କଟକ ପାସେଞ୍ଜରକୁ ବି ବାତିଲ କରାଯାଇଛି।

। ଗତକାଲି ରାତି ପ୍ରାୟ ୮ଟା ୩୫ରେ ଭୁବନେଶ୍ୱର ଷ୍ଟେସନ ପାଖରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହୋଇଥିଲା। ମାଲବାହୀ ଟ୍ରେନ୍‌ର ୫ଟି ବଗି ଟ୍ରାକ୍‌ରୁ ତଳକୁ  ଖସିଗଲା। ଏହି ଟ୍ରେନରେ ସିମେଣ୍ଟ ବୋଝେଇ ହୋଇଥିବା ବେଳେ ଚକ୍ରଧରପୁର ଡିଭିଜନରୁ ଭୁବନେଶ୍ୱର ଓ କଟକ ଦେଇ ବିଜୟନଗରମ ଅଭିମୁଖେ ଯାଉଥିଲା । ତେବେ କେଉଁ କାରଣରୁ ବଗିଗୁଡ଼ିକ ଲାଇନଚ୍ୟୁତ ହେଲା, ତାହା ଜଣାପଡ଼ିନି ।

ଏହି କାରଣରୁ ରେଳ ଚଳାଚଳ ଆଂଶିକ ବାଧାପ୍ରାପ୍ତ ହୋଇଥିବା ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି । ରାଜଧାନୀ ଏକ୍ସପ୍ରେସ ସମେତ ୧୦ରୁ ଅଧିକ ଟ୍ରେନ୍ ବିଭିନ୍ନ ସ୍ଥାନରେ ଗତ ରାତିରେ ଅଟକି ରହିଥିଲେ ।  ରାଜଧାନୀ ଏକ୍ସପ୍ରେସ ମଞ୍ଚେଶ୍ୱରଠାରେ ଅଟକି ରହିଥିଲା । ସେହିଭଳି ଜନଶତାବ୍ଦି ଏକ୍ସପ୍ରେସ ବାଟରେ ଅଟକି ରହିଥିଲା ବେଳେ  ଜୁନାଗଡ଼ ରୋଡ୍ ଏକ୍ସପ୍ରେସ ଛାଡ଼ିବା ପାଇଁ ଷ୍ଟେସନରେ ଅପେକ୍ଷା କରିଥିଲା ସେହିଭଳି ପୁରୀ ଦୁର୍ଗ, ପୁରୀ ଗାନ୍ଧିଧାମ, ପୁରୀ ହାଓ୍ୱଡା ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ବାଟରେ ଅଟକି ରହିଥିଲେ। ଫଳରେ ବହୁ ଦହଗଞ୍ଜ ହୋଇଥିଲେ ଯାତ୍ରୀ  ।

ଆଜି ବି ରେଳ ଚଳାଚଳ ସ୍ୱାଭାବିକ ହୋଇ ପାରି ନ ଥିବାରୁ ପୂର୍ବତଟ ରେଳ ବିଭାଗ ପକ୍ଷରୁ ୬ଟି ଟ୍ରେନ୍‌ ଚଳାଚଳକୁ ବାତିଲା କରାଯାଇଥିବା ନେଇ ସୂଚନା ଦିଆଯାଇଛି।

The post ସ୍ୱାଭାବିକ ହୋଇନି ରେଳ ଚଳାଚଳ, ଆଜି ୬ ଟ୍ରେନ୍‌ ବାତିଲ appeared first on Odisha Reporter.



from Odisha Reporter https://ift.tt/Od7tgXW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages