୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 16, 2022

୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର

ରାୟପୁର: ଟ୍ରାନ୍ସଜେଣ୍ଡରଙ୍କୁ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର। ଛତିଶଗଡ଼ ପୁଲିସ ନିଯୁକ୍ତିରେ ଚୟନ ହୋଇଥିବା ୨୧୦୦ କନଷ୍ଟେବଳଙ୍କ ମଧ୍ୟରେ  ୯ ଜଣ ଟ୍ରାନ୍ସଜେଣ୍ଡର ପ୍ଲସ ଅଛନ୍ତି। ମାଓବାଦୀଙ୍କୁ ମୁକାବିଲା ପାଇଁ ବସ୍ତର ‘ଫାଇଟ୍‌ ସ୍କିମ’ ଅଧିନରେ ଚୟନ କରାଯାଇଛି। ଏମାନନେ ମାଓ ପ୍ରଭାବିତ ବସ୍ତର ଡିଭିଜିନ୍‌ରେ ନିୟୋଜିତ ହେବେ। ପ୍ରଥମ ଥର ପାଇଁ ରାଜ୍ୟ ପୁଲିସ ବସ୍ତର ରେଞ୍ଜରେ ନିୟୋଜନ ପାଇଁ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କୁ ନିଯୁକ୍ତ କରିଛି । ଯାହା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୋଲିସିଂରେ ଏକ ନୂତନ ଦିଗ ସୃଷ୍ଟି ସ କରିବା ଆଶା ରଖାଯାଛି। ବସ୍ତର ରେଞ୍ଜ ଇନ୍ସପେକ୍ଟର ଜେନେରାଲ୍ ସୁନ୍ଦରରାଜ ପି. କହିଛନ୍ତି ଯେ, ଯେହେତୁ ଟ୍ରାନ୍ସଜେଣ୍ଡରମାନେ ପ୍ରଥମ ଥର ପାଇଁ ବସ୍ତର ରେଞ୍ଜରେ ପୁଲିସରେ ଅନ୍ତର୍ଭୁକ୍ତ ହେବେ, ତେଣୁ ଆମେ ନିଶ୍ଚିତ ଯେ ଏହା ସ୍ଥାନୀୟ ଅଞ୍ଚଳରେ ପୁଲିସ ପାଇଁ ଏକ ନୂତନ ଦିଗ ସୃଷ୍ଟି କରିବ।

ତୃତୀୟ ଲିଙ୍ଗର ୯ଜଣ ସଫଳ ପ୍ରାର୍ଥୀଙ୍କ ମଧ୍ୟରୁ ୮ ଜଣ କାନକର ଜିଲ୍ଲାର ଏବଂ ଜଣେ ବସ୍ତର ଜିଲ୍ଲାର ବୋଲି ସେ କହିଛନ୍ତି। ଆଇଜି କହିଛନ୍ତି, ଆମେ ତୃତୀୟ-ଲିଙ୍ଗଙ୍କ ପାଇଁ  ପୁଲିସ ସେବାରେ ଏକ ଅନୁକୂଳ କାର୍ଯ୍ୟ ବାତାବରଣ ସୃଷ୍ଟି କରିବୁ । ଯାହା ଫଳରେ ସେମାନେ କୌଣସସି ପ୍ରକାର ଭେଦଭାବ ଅନୁଭବ କରିବେ ନାହିଁ।

ସେମାନେ ରାୟପୁରର ପୋଲିସ୍ ଟ୍ରେନିଂ ସ୍କୁଲ୍ ମାନା ଠାରେ ତାଲିମ ନେବେ। ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ସରକାର ଏକ ପୃଥକ ଶକ୍ତି ‘ବସ୍ତର ଫାଇଟର୍ସ’ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ।  ଯେଉଁମାନେ ସ୍ଥାନୀୟ ଅଞ୍ଚଳର ସଂସ୍କୃତି, ଭାଷା, ଭୂମି ସହିତ ପରିଚିତ ଏବଂ ଆଦିବାସୀମାନଙ୍କ ସହ  ଜଡ଼ିତ ସେମାନଙ୍କୁ ସୁଯୋଗ ଦିଆଯାଇଛି।

ମୁଖ୍ୟତଃ ନକ୍ସଲ ମୁକାବିଲା ନିଯୁକ୍ତି ପାଇଁ ୨୧୦୦ ପଦବୀ ଅନୁମୋଦନ କରାଯାଇଥିଲା । ପୂର୍ବରୁ ସୁରକ୍ଷା ବାହିନୀର ସଦସ୍ୟମାନଙ୍କୁ ସ୍ଥାନୀୟ ଭାଷା ବିଷୟରେ ପର୍ଯ୍ୟାପ୍ତ ଜ୍ଞାନ ନ ଥିବାରୁ ସେମାନଙ୍କ ସହ ରହି ମାଓବାଦୀଙ୍କୁ ମୁକାବିଲା  କରିବାରେ ସମସ୍ୟା ଉପୁଜୁଥିଲା। ଏବେ ସେ ସମସ୍ୟା ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

The post ୯ ଜଣ ଟ୍ରାନ୍ସଜେଣ୍ଡରକୁ ପୁଲିସ ନିଯୁକ୍ତି ଦେଲେ ଛତିଶଗଡ଼ ସରକାର appeared first on Odisha Reporter.



from Odisha Reporter https://ift.tt/Ur6I0be

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages