ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଅବଧି ବଢ଼ିଛି। ଏହି ଅବଧିକୁ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ବନ୍ୟାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନେଇଛି ରାଜ୍ୟ ଯୋଗାଣ ବିଭାଗ। ଗତକାଲି ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ସୂଚନା ଦେଇଛନ୍ତି।
ଚାଷୀ ପଞ୍ଜିକରଣ ପ୍ରକ୍ରିୟା ଗତ ଜୁଲାଇ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ମାସ ୧୬ ତାରିଖ ମଧ୍ୟରେ ଦାଖଲ ହେବାକୁ ଥିଲା।ଏହି ଅବଧିକୁ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି। ଏଣୁ ଚାଷୀମାନେ ସେମାନଙ୍କର ନିକଟସ୍ଥ ଅନୁମୋଦିତ କୃଷୀସମବାୟ ସମିତି ପାକ୍ସ,ଲାମ୍ପ୍ସ , ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ପାଣି ପଞ୍ଚାୟତରେ ଉକ୍ତ ଅବଧି ମଧ୍ୟରେ ପଞ୍ଜୀକୃତ କରାଇବା ପାଇଁ କୁହାଯାଇଛି। ଏ ନେଇ ଖାଦଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ସମସ୍ତ ସମବାୟ ନିବନ୍ଧକ ଓ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।
The post ବଢିଲା ଖରିଫ ଧାନ ସଂଗ୍ରହ ପଞ୍ଜିକରଣ ଅବଧି appeared first on Odisha Reporter.
from Odisha Reporter https://ift.tt/G83EhY0
No comments:
Post a Comment