ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 20, 2022

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଶନିବାର ଭୂମିକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂ-ବିଜ୍ଞାନୀ ସେଣ୍ଟର ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଲକ୍ଷ୍ନୌଠାରୁ ୧୩୯ କିମି ଦୂର ଉତ୍ତର-ଉତ୍ତରପୂର୍ବ ଅଞ୍ଚଳରେ ଏହା ଅନୁଭୂତ ହୋଇଛି। ଗତକାଲି ରାତି  ଗୋଟାଏ ୧୨ରେ ଏହି ପ୍ରାକୃତିକ ବିପର୍ଯ୍ୟୟ ଘଟିଥିଲା। ତେବେ ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଘର ଦ୍ୱାର, ସମ୍ପତ୍ତି ମଧ୍ୟ ନଷ୍ଠ ହୋଇ ନାହିଁ। ଭୂକମ୍ପର ତୀବ୍ରତା ୫.୨ ତୀବ୍ରତା ରେକର୍ଡ଼ କରାଯାଇଛି। ଲକ୍ଷ୍ନୌ ନଗରୀର ଉତ୍ତର-ଉତ୍ତରପୂର୍ବାଞ୍ଚଳ ଏହି ଭୂମିକମ୍ପଦ୍ୱାରା ପ୍ରଭାବିତ ହୋଇଥିବା ଅନୁମାନ କରାଯାଉଛି।

ଦି ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି କହିଛି ଯେ, ୨୦ ତାରିଖ ରାତି ୧.୧୨ରେ ଭାରତର ଉତ୍ତର ପ୍ରଦେଶ ଅନ୍ତର୍ଗତ ଲକ୍ଷ୍ନୌର ୧୩୯ କିଲୋମିଟର୍‌ ଉତ୍ତର-ଉତ୍ତରପୂର୍ବରେ ଭୂଗର୍ଭର ୮୨ କିଲୋମିଟର୍‌ ଗଭୀରରେ ୫.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି। ଶୁକ୍ରବାର ୧୨.୫୫ରେ ଉତ୍ତରାଖଣ୍ଡର ପିଥୋରାଗଡ଼ ଅଞ୍ଚଳରେ ସଂଘଠିତ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଯୋଗୁଁ ସେ ଅଞ୍ଚଳରେ ମୃଦୁ କମ୍ପନ ଅନୁଭୂତ ହୋଇଥିଲା।

The post ଉତ୍ତରପ୍ରଦେଶ ଲକ୍ଷ୍ନୌରେ ଭୂମିକମ୍ପ appeared first on Odisha Reporter.



from Odisha Reporter https://ift.tt/l4qDjhE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages