ତ୍ରିରଙ୍ଗାକୁ ଅପମାନ ନା ରାଜନୀତିକ ଆକ୍ରୋଶ? ବନ୍ଧା ହେଲେ ଜିମ୍‌ ମାଲିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 12, 2022

ତ୍ରିରଙ୍ଗାକୁ ଅପମାନ ନା ରାଜନୀତିକ ଆକ୍ରୋଶ? ବନ୍ଧା ହେଲେ ଜିମ୍‌ ମାଲିକ

ଡେରାଡୁନ: ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଜାତୀୟ ପତାକାକୁ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଅପମାନିତ କରିଥିବା ଅଭିଯୋଗ ହୋଇଛି। ବିଜେପିର ଜଣେ କାର୍ଯ୍ୟକର୍ତ୍ତା ସୋନୁ ଶର୍ମା ଏପରି ଅଭିଯୋଗ ଆଣିବା ପରେ ପୁଲିସ୍‌ ୪୦ ବର୍ଷୀୟ ଜିମ ମାଲିକ ଇଫତିକର ହୁସେନଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ ଉଦ୍ଧମସିଂହ ନଗର ପୁଲିସ୍‌ ଜେଲ ହାଜତକୁ ପଠାଇ ଦେଇଛି। ହେଲେ ଇଫତିକର ଏପରି ଗିରଫଦାରୀ ପଛରେ ବ୍ୟକ୍ତିଗତ ଓ ରାଜନୀତିକ ଆକ୍ରୋଶ ରହିଥିବା କହିଛନ୍ତି।

ଦିନକ ପୂର୍ବରୁ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ମହେନ୍ଦ୍ର ଭଟ୍ଟ କହିଥିଲେ ଯେ ଯଦି ଲୋକମାନେ ନିଜ ନିଜ ଘରେ ଜାତୀୟ ପତାକା ନ ଉଡ଼ାଇବେ, ତା’ହେଲେ ସେମାନଙ୍କ ଜାତୀୟତାବାଦ ଉପରେ ପ୍ରଶ୍ନ ଉଠିବ। ଜାତୀୟ ପତାକା ଉଡ଼ାଉ ନଥିବା ଲୋକଙ୍କ ନାଁ ଓ ଠିକଣା ମଧ୍ୟ ସେ ମାଗିଥିଲେ। ତାଙ୍କର ଏପରି ବୟାନର ଦିନକ ପରେ ଇଫତିକର ତ୍ରିରଙ୍ଗାକୁ ଅପମାନିତ କରିଥିବା ଅଭିଯୋଗ ଆସିଥିଲା। ଅଭିଯୋଗ ଆସିବା ମାତ୍ରେ ପୁଲିସ ତାଙ୍କୁ ଗିରଫ କରିଛି।

ଇଫତିକରଙ୍କ ବିରୋଧରେ ଅଭିଯୋଗ କରିଥିବା ସୋନୁ ଶର୍ମା ରୁଦ୍ରପୁରର ସିତାରଗଞ୍ଜ ସହରରେ ବିଜେପିର ଅନ୍ୟ କର୍ମୀମାନଙ୍କ ସହ ମିଶି ତ୍ରିରଙ୍ଗା ବାଣ୍ଟିଥିଲେ। ଏହି ସମୟରେ ସେ ଲୋକମାନଙ୍କୁ ଅଗଷ୍ଟ ୧୫ରେ ଘରର ଛାତରେ ତ୍ରିରଙ୍ଗା ଲଗାଇବାକୁ ଆହ୍ୱାନ ଦେଇଥିଲେ। ତେବେ ଏହି ସମୟରେ ସୋନୁ ଶର୍ମାଙ୍କ ପଡ଼ୋଶୀ ଭାବେ ରହୁଥିବା ଇଫତିକାର ତ୍ରିରଙ୍ଗାକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି।

ସୋନୁଙ୍କ ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ସିତାରଗଞ୍ଜ ଏସଏଚ୍‌ଓ ପ୍ରକାଶ ସିଂହ ଦାନୁ କହିଛନ୍ତି, “ଅଭିଯୋଗକାରୀ ସୋନୁ ଶର୍ମା ବିଜେପିର ମଣ୍ଡଳ ଉପ ସଭାପତି। ସେ ଆମ ପାଖକୁ ଆସିବା ସହ ଇତଫିକର ହୁସେନ ଜାତୀୟ ପତାକାକୁ ଅପମାନିତ କରିଥିବା ଅଭଯୋଗ କରିଥିଲେ। ତାଙ୍କ କହିବା କଥା ଯେ ସେ ଜାତୀୟ ପତାକା ବାଣ୍ଟୁ ଥିବା ବେଳେ ଇଫତିକାର ଗୋଟିଏ ତ୍ରିରଙ୍ଗା ତାଙ୍କ ଠାରୁ ଛଡ଼ାଇ ନେଇଥିଲେ। ଏହାପରେ ଏହାକୁ ସେ ତଳେ ପକାଇ ଏହା ଉପରେ ଛଡ଼ା ହୋଇଥିଲେ। ହୁସେନ ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିବାକୁ ଚେଷ୍ଟା ମଧ୍ୟ କରିଥିବା ସୋନୁ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ନିଜ ଆଡ଼ୁ ମାମଲା କରିବା ସହ ହୁସେନଙ୍କୁ ଗିରଫ କରିଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ରାଜନୀତିକ ଆକ୍ରୋଶ କାରଣରୁ ହୁସେନଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି। ଜେଲ ଯିବା ପୂର୍ବରୁ ହୁସେନ କହିଛନ୍ତି, “ମୁଁ ତାଙ୍କୁ ମାର୍କେଟରେ ଦେଖିଥିଲି। ସେ ଜାତୀୟ ପତାକା ବାଣ୍ଟୁଥିଲେ। ମୋତେ ସେ ଦେଖିବା ମାତ୍ରେ ନାଁ ଧରି ଡାକିଥିଲେ ଓ ମାଡ଼ ମାରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ତାଙ୍କ ହାତରୁ ପତାକା ଖସି ପଡ଼ିଥିଲା। ଏହା ସହ ମୋର କୌଣସି ସମ୍ପର୍କ ନାହିଁ।”

ହୁସେନଙ୍କ ବଡ଼ ଭାଇ ଇସ୍ତିଆକ ମଧ୍ୟ ଗିରଫଦାରୀ ପଛରେ ବ୍ୟକ୍ତିଗତ ଆକ୍ରୋଶ ଓ ରାଜନୀତିକ ସ୍ୱାର୍ଥ ରହିଥିବା କହିଛନ୍ତି। ସେ କହିଛନ୍ତି, “ମୋ ଭାଇ ଜଣେ କଂଗ୍ରେସ କର୍ମୀ। ଶର୍ମା ଓ ତାଙ୍କ ସହଯୋଗୀମାନେ ମୋ ଭାଇକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ମୋ ଭାଇ କେବେ ହେଲେ ତ୍ରିରଙ୍ଗାକୁ ଅପମାନିତ କରିପାରିବ ନାହିଁ। ସେ ଦିନକ ପୂର୍ବରୁ କଂଗ୍ରେସ ଆୟୋଜନ କରିଥିବା ତ୍ରିରଙ୍ଗା ଯାତ୍ରାରେ ସେ ସାମିଲ ହୋଇଥିଲା।”

The post ତ୍ରିରଙ୍ଗାକୁ ଅପମାନ ନା ରାଜନୀତିକ ଆକ୍ରୋଶ? ବନ୍ଧା ହେଲେ ଜିମ୍‌ ମାଲିକ appeared first on Odisha Reporter.



from Odisha Reporter https://ift.tt/RIDcgwW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages