ନ୍ୟୁୟର୍କ: ସୁସ୍ଥ ହେଉଛନ୍ତି ବିବାଦୀୟ ତଥା ଭାରତରେ ଜନ୍ମିତ ବ୍ରିଟିଶ ଲେଖକ ସଲମାନ ରୁଶ୍ଦି। ଗତକାଲି ଛୁରାମାଡ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଆଜି ତାଙ୍କୁ ଭେଣ୍ଟିଲେଟର୍ରୁ ହଟାଇ ଦିଆଯାଇଛି। ସେ କଥାବାର୍ତ୍ତା ମଧ୍ୟ କରୁଥିବା ସୂଚନା ମିଳିଛି।
ଶୁକ୍ରବାର ଭାରତୀୟ ନ୍ୟୁୟର୍କରରେ ଚାଲିଥିବା ଗୋଟିଏ କାର୍ଯ୍ୟକ୍ରମରେ ରୁଶ୍ଦିଙ୍କୁ ଜଣେ ଯୁବକ ଷ୍ଟେଜ ଉପରେ ଆକ୍ରମଣ କରିଥିଲେ। ରୁଶ୍ଦି ଭାଷଣ ଦେବାକୁ ଯାଉଥିବା ବେଳେ ଯୁବକ ଜଣଙ୍କ ଦୌଡ଼ି ଆସି ତାଙ୍କ ପାଖରେ ପହଞ୍ଚି ଯାଇଥିଲେ। ଏହାପରେ ସେ ତାଙ୍କୁ ୧୦ରୁ ୧୫ ମୁଥ ମାରିବା ସହ ବାରମ୍ବାର ଛୁରୀରେ ଆକ୍ରମଣ କରିଥିଲେ। ଯୁବକ ଜଣଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ରୁଶ୍ଦିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ତେବେ ଲେଖକ ସଲମାନ ରୁଶଦୀଙ୍କୁ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତ ହାଡି ମାତାର ଏପର୍ଯ୍ୟନ୍ତ ନିଜ ଅପରାଧ ସ୍ୱୀକାର କରିନାହାଁନ୍ତି। ନ୍ୟୁ ଜର୍ସି ନିବାସୀ ୨୪ ବର୍ଷର ମାତାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଓ ଆକ୍ରମଣ ଅଭିଯୋଗ ହୋଇଛି। ନ୍ୟୁୟର୍କ ଷ୍ଟେଟ୍ ପୁଲିସ ସୂଚନା ମୁତାବକଳ ଅଭିଯୁକ୍ତ ମାତାର ଏପର୍ଯ୍ୟନ୍ତ ତାଙ୍କ ଅପରାଧ ସ୍ୱୀକାର କରିନାହାଁନ୍ତି। ଅଭିଯୁକ୍ତ ମାତାରଙ୍କୁ ବର୍ତ୍ତମାନ ଚୌଟାଉକ୍କା କାଉଣ୍ଟି ଜେଲରେ ରଖାଯାଇଛି।
ସେପଟେ ଜଣେ ଲେଖକ ଆତିଶ ତାସିର ଟ୍ୱିଟ୍ କରି କହିଛନ୍ତି, ରୁଶ୍ଦିଙ୍କୁ ଭେଣ୍ଟିଲେଟରରୁ ହଟାଇ ଦିଆଯାଇଛି। ସେ ବର୍ତ୍ତମାନ କଥା ହେଉଛନ୍ତି। ଗତକାଲି ରୁଶ୍ଦିଙ୍କ ବୁକ୍ ଏଜେଣ୍ଟ ଆଣ୍ଡ୍ରିୟୁ ୱିଲି କହିଥିଲେ, ‘ଆକ୍ରମଣ ପରେ ସଲମାନଙ୍କ ଯକୃତ ନଷ୍ଟ ହୋଇଯାଇଛି ଏବଂ ସେ ଗୋଟିଏ ଆଖି ହରାଇବାର ସମ୍ଭାବନା ରହିଛି।’
୭୫ ବର୍ଷୀୟ ରୁଶ୍ଦି ନିଜର ଲେଖା ପାଇଁ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ସେ ନିଜ ବିବାଦୀୟ ଉପନ୍ୟାସ ‘ଦ ସାଟାନିକ୍ ଭର୍ସେସ୍’ ପାଇଁ ଚର୍ଚ୍ଚାକୁ ଆସିଥିଲେ। ସେ ଲେଖା ଜରିଆରରେ ଇସଲାମକୁ ଅପବିତ୍ର କରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ୧୯୮୮ରେ ଇରାନରେ ଏହି ବହିକୁ ନିଷିଦ୍ଧ କରାଯାଇଥିଲା। ୧୯୮୯ରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ବହି ଲେଖିଥିବା ରୁଶ୍ଦିଙ୍କ ବିରୋଧରେ ଫତୱା ଜାରି କରିଥିଲେ।
ରୁଶ୍ଦିଙ୍କୁ ଯିଏ ହତ୍ୟା କରିବ ତାକୁ ୨.୮ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଥିଲେ। ସେବେଠାରୁ ସେ ବେଶ କିଛି ବର୍ଷ ନିଜ ଜୀବନ ବଞ୍ଚାଇବାକୁ ଏଣେତେଣା ଆତ୍ମଗୋପନ କରୁଥିଲେ। ଏହି ଘଟଣାକୁ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ଅନେକ ସମୟରେ ତାଙ୍କୁ ହତ୍ୟା ଧମକ ମିଳୁଥିଲା।
The post ଲେଖକ ସଲମାନ ରୁଶ୍ଦିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର appeared first on Odisha Reporter.
from Odisha Reporter https://ift.tt/PKU0Jqb
No comments:
Post a Comment