ପାଟନା: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ)ଙ୍କୁ ପୁଣିଥରେ ଟାର୍ଗେଟ କରି ନୀତୀଶ କୁମାରଙ୍କ ଜେଡିୟୁ। କିଛି ଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବ୍ୟକ୍ତିଗତ ଭାବେ ପିକେଙ୍କୁ ଭେଟିଥିଲେ। ଏହାପରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପିକେ ଓ ନୀତୀଶ କୁମାର ପୁଣିଥରେ ଏକାଠି କାମ କରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା।
କିନ୍ତୁ ଏବେ ଜେଡିୟୁ ପିକେଙ୍କୁ ବିଜେପି ବାଣ ମାରିଛି। ଜେଡିୟୁର ରାଷ୍ଟ୍ରୀୟ ସଭାପତି ରାଜୀବ ରଞ୍ଜନ ସିଂହ ଓରଫ ଲଲନ ସିଂହ କହିଛନ୍ତି, ପିକେ ଦେଉଥିବା ବୟାନ କେବଳ ତାଙ୍କ ବ୍ୟବସାୟର ମାର୍କେଟିଂ କରିବା ଛଡ଼ା ଆଉ କିଛି ନୁହେଁ। ଆମେ ସମସ୍ତେ ଜାଣିଛୁ ଯେ ସେ ବିଜେପି ପାଇଁ କାମ କରି ଆସୁଛନ୍ତି। ସେ ମିଡିଆରେ ଖବର ଜାଣିଶୁଣି ତିଆରି କରନ୍ତି।
ବିଜେପି ବିହାରରେ ଲୋକଙ୍କ ସମର୍ଥନ ହାସଲ କରିପାରୁନି। ତେଣୁ ପିକେଙ୍କ ଦ୍ୱାରା ଷଡ଼ଯନ୍ତ୍ର କରି ବିହାରରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ତାଙ୍କୁ ଜେଡିୟୁରେ ସାମିଲ ହେବାକୁ କୌଣସି ଅଫର ଦିଆଯାଇନଥିଲା। ପ୍ରଶାନ୍ତ କିଶୋର ନିଜ ଆଡ଼ୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଆଗ୍ରହ ଦେଖାଇଥିଲେ ବୋଲି ଶ୍ରୀ ସିଂହ କହିଛନ୍ତି।
ବିହାରରେ ବିଜେପିକୁ ଛାଡ଼ପତ୍ର ଦେବା ପରେ ନୀତୀଶ କୁମାର ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଲାଗିପଡ଼ିଛନ୍ତି। ଏଥିପାଇଁ ସେ ଦିଲ୍ଲୀ ଯାଇ ବିଭିନ୍ନ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ପିକେଙ୍କ ସହ ମଧ୍ୟ ତାଙ୍କର ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ୨୦୨୦ରେ ପିକେଙ୍କୁ ଜେଡିୟୁରୁ ବିଦା କରାଯାଇଥିଲା। ହେଲେ ତାଙ୍କ ସହ ନୀତୀଶ କୁମାର ପୁଣି ଆଲୋଚନା କରିବାରୁ ନୂଆ ରାଜନୀତିକ ସମୀକରଣ ସୃଷ୍ଟି ହୋଇଥିଲା।
ନୀତୀଶ କୁମାରଙ୍କ ସହ ଭେଟଘାଟ ପରେ ପିକେ ଜେଡିୟୁକୁ ଫେରିବାକୁ ଅଫର ପାଇଥିବା କହିଥିଲେ। ହେଲେ ଏବେ ତାଙ୍କ ବୟାନକୁ ଲଲନ ସିଂହ କାଉଣ୍ଟର କରିଛନ୍ତି।
ସେ କହିଛନ୍ତି, “ବିହାରରେ ନୂଆ ରାଜନୀତିକ ପରିସ୍ଥିତି ସୃଷ୍ଟି ହେବା ପରେ ପ୍ରଶାନ୍ତ କିଶୋର ନିଜ ଆଡ଼ୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବାକୁ ଚାହିଁଥିଲେ। ଏକଥା ଜାଣିବା ପରେ ନୀତୀଶ କୁମାର ତାଙ୍କୁ ଦଳର ସଭାପତିଙ୍କ ସହ ପ୍ରଥମେ କଥା ହେବାକୁ କହିଥିଲେ। ଏହାପରେ ପିକେ ଦିଲ୍ଲୀରେ ମୋ ସହ ସାକ୍ଷାତ କରିଥିଲେ। ସେହି ସାକ୍ଷାତ ସମୟରେ ମୁଁ ତାଙ୍କୁ କହିଥିଲି ଯେ ଆପଣଙ୍କୁ ଦଳର ଅନୁଶାସନ ଅଧୀନରେ କାମ କରିବାକୁ ପଡ଼ିବ।
ଆପଣଙ୍କୁ ଦଳର ନିଷ୍ପତ୍ତି ସର୍ବଦା କାର୍ଯ୍ୟକାରୀ କରିବାକୁ ହେବ। ଯଦି ଆପଣ ଏହି ଦୁଇଟି ସର୍ତ୍ତରେ ରାଜି ହୁଅନ୍ତି ତେବେ ଆପଣ ପାର୍ଟି ସହ କାମ କରିପାରିବେ। ମୋ କଥା ଶୁଣିବା ପରେ ପ୍ରଶାନ୍ତ କିଶୋର ପୁଣିଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହିଁଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ସମୟ ଦେଇଥିଲେ। କିନ୍ତୁ ନିଜର ବ୍ୟବସାୟିକ ମାର୍କେଟିଂ ପାଇଁ ସେ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ନାହିଁ ବୋଲି କହିଥିଲେ।
ଏହାର କିଛି ଦିନ ପରେ ପବନ ବର୍ମା(ପୂର୍ବତନ ଜେଡିୟୁ ନେତା) ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଭେଟିବା ସହ ପିକେ ତାଙ୍କୁ ସାକ୍ଷାତ କରିବାକୁ ଚାହୁଁଥିବା କହିଥିଲେ। ଜଣେ ଯଦି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷା କରିଛନ୍ତି, ତା’ହେଲେ କାହିଁକି ଏହାକୁ ନୀତୀଶ କୁମାର ମନା କରିବେ? ପବନ ବର୍ମାଙ୍କ କଥାରେ ନୀତୀଶ କୁମାର ଓ ପିକେଙ୍କ ଭେଟଘାଟ ହୋଇଥିଲା।
କିନ୍ତୁ କାହିଁକି କେହି ତାଙ୍କୁ ଅଫର ଦେବେ? ସେ କିଏ? ଯଦି ସେମାନେ (ପିକେଙ୍କ ଟିମ) ବିହାରରେ ବୁଲିବାକୁ ଚାହାନ୍ତି, ତେବେ ସେମାନେ ବୁଲାବୁଲି କରନ୍ତୁ। ସେମାନଙ୍କୁ କେହି ଅଟକାଉଛନ୍ତି କି? ଆମେ ସମସ୍ତେ ଜାଣୁ ଯେ ଆଜିକାଲି ପ୍ରଶାନ୍ତ କିଶୋର ବିଜେପି ପାଇଁ କାମ କରୁଛନ୍ତି।
ବିଜେପି କେବଳ ଷଡ଼ଯନ୍ତ୍ର କରିବାରେ ଲାଗିଛି। ପ୍ରଶାନ୍ତ କିଶୋର ଏହାର ଏକ ଅଂଶ ବିଶେଷ। ପ୍ରଶାନ୍ତ କିଶୋର ଜଣେ ରାଜନୀତିକ ବ୍ୟକ୍ତି ନୁହନ୍ତି। ତାଙ୍କର ଗୋଟିଏ ବ୍ୟବସାୟ ରହିଛି। ସେ ବିହାରରେ ଜନ ସୂରଜ ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ସ୍ୱାଗତ କରାଯାଉଛି। ଖାସ୍ ଏହି କାରଣ ପାଇଁ ସେ ଏସବୁ ମାର୍କେଟିଂ ଶୈଳୀ ଆପଣାଉଛନ୍ତି। ସେ ପୂର୍ବରୁ ଜେଡିୟୁର ଏଜେଣ୍ଟ ଥିଲେ। ତାଙ୍କୁ ଆମେ ବାହାର କରି ଦେଇଛୁ ବୋଲି ଲଲନ ସିଂହ କହିଛନ୍ତି।
JDU अध्यक्ष ललन सिंह ने किया दावा, प्रशांत किशोर तो आखिरकार बीजेपी के साथ ही जाएंगे#Bihar pic.twitter.com/7cVFF9YOOl
— NDTV India (@ndtvindia) September 17, 2022
ନୀତୀଶ କୁମାରଙ୍କୁ ଭେଟିବା ପରେ ପ୍ରଶାନ୍ତ କିଶୋର କହିଥିଲେ ଯେ ବୁଝାମଣା ଚୂଡ଼ାନ୍ତ ନ ହେବାର ମୁଖ୍ୟମନ୍ତ୍ରୀ ଦେଇଥିବା ଅଫରକୁ ସେ ଅଗ୍ରାହ୍ୟ କରି ଦେଇଛନ୍ତି। ଯଦି ନୀତୀଶ କୁମାର ଓ ତେଜସ୍ୱୀ ଯାଦବଙ୍କ ନୂଆ ସରକାର ୨ ବର୍ଷ ଭିତରେ ୫ରୁ ୧୦ ଲକ୍ଷ ଚାକିରି ସୁଯୋଗ ସୃଷ୍ଟି କରିପାରିବେ, ତା’ହେଲେ ପ୍ରଶାନ୍ତ କିଶୋର ନିଜର ଜନ ସୂରଜ ଅଭିଯାନ ବନ୍ଦ କରିବା ସହ ସେମାନଙ୍କୁ ସମର୍ଥନ କରିବେ ବୋଲି କହିଥିଲେ। ତାଙ୍କର ଏହି ବୟାନକୁ ଲଲନ ସିଂହ ଜୋରଦାର ବିରୋଧ କରିଛନ୍ତି।
The post ପିକେଙ୍କୁ ‘ବିଜେପି’ ବାଣ ମାରିଲା ଜେଡିୟୁ appeared first on Odisha Reporter.
from Odisha Reporter https://ift.tt/XOkeDKZ
No comments:
Post a Comment