ଚାଲିଗଲେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 8, 2022

ଚାଲିଗଲେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ

ନୂଆଦିଲ୍ଲୀ: ବ୍ରିଟେନ୍‌ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପରଲୋକ ହୋଇଛି। ୯୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ରାଣୀ ଏଲିଜାବେଥ୍ ବାର୍ଦ୍ଧକ୍ୟଜନିତ ଅସୁସ୍ଥସ୍ଥତା କାରଣରୁ ରାଜଧାନୀ ଲଣ୍ଡନ ଛାଡ଼ି ସ୍କଟଲ୍ୟାଣ୍ଡରେ ରହୁଥିଲେ। ବାଲମୋରାଲ କ୍ୟାସଲରେ ଗତବର୍ଷ ‌ଅକ୍ଟୋବରରୁ ତାଙ୍କ ଚିକିତ୍ସା ଚାଲିଥିଲା।  ଗତକାଲି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହୋଇଯାଇଥିଲା।  ଲଣ୍ଡନରୁ ପରିବାର ସଦସ୍ୟ ବି ପହଁଚିଯାଇଥିଲେ। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ତାଙ୍କୁ ବଂଚାଇବା ସମ୍ଭବ ହୋଇପାରିନଥିଲା ।  ରାଣୀଙ୍କ ମରଶରୀର ଆଜି ସ୍କଟଲାଣ୍ଡରୁ ଲଣ୍ଡନ ଅଣାଯିବ।  ବ୍ରିଟେନରେ ସର୍ବାଧିକ ସମୟ ପର୍ଯ୍ୟନ୍ତ ସେ ଶାସନ ଗାଦିରେ ରହିଥିଲେ।  ଦୁଇ ଦିନ ତଳେ ରାଣୀଙ୍କ ଫଟୋ ଓ ଭିଡିଓ ସାମନାକୁ ଆସିଥିଲା ।  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଲିଜ୍  ଟ୍ରସଙ୍କୁ ସେ ନିଯୁକ୍ତି ଦେଇଥିଲେ।   ରାଣୀଙ୍କ ପରଲୋକ ପରେ ଲଣ୍ଡନର ବକିଂହାମ୍  ପ୍ୟାଲେସରେ ଗାର୍ଡ ପରିବର୍ତ୍ତନ ପରମ୍ପରାକୁ ବନ୍ଦ ରଖାଯାଇଛି। ସମଗ୍ର ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି ।

The post ଚାଲିଗଲେ ବ୍ରିଟେନ୍‌ ମହାରାଣୀ ଏଲିଜାବେଥ appeared first on Odisha Reporter.



from Odisha Reporter https://ift.tt/pgWnxkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages