ବିମାନ ବନ୍ଦରରେ ଥଟ୍ଟାମଜା ବୁମେରାଂ ହେଲା, କାନମୁଣ୍ଡ ଆଉଁସି ଫେରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 7, 2022

ବିମାନ ବନ୍ଦରରେ ଥଟ୍ଟାମଜା ବୁମେରାଂ ହେଲା, କାନମୁଣ୍ଡ ଆଉଁସି ଫେରିଲେ

ଇନ୍ଦୋର: କଥାରେ ଅଛି ସ୍ଥାନ, କାଳ ଓ ପାତ୍ର। ଏହାର ଗୋଟିଏ ଅର୍ଥରେ କହିବାକୁ ଗଲେ କେଉଁ ସ୍ଥାନରେ କଣ କରିବା ଓ ନକରିବା ଉଚିତ୍‌। ଏହାର ବ୍ୟତିକ୍ରମ ଘଟିଲେ ପରିଣାମ କିଛି  ଓଲଟ ହୋଇପାରେ। ଯାହାର ଏକ ଦୃଷ୍ଟାନ୍ତ ଇନ୍ଦୋରର ‘ଦେବୀ ଅହଲ୍ୟା ବାଇ’ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ଏଠାରେ ଜଣେ ଯାତ୍ରୀଙ୍କୁ ଥଟ୍ଟାମଜା ନିଜ ପାଇଁ ବୁମେରାଂ ସାଜିଛି। ଏକ ଛୋଟିଆ ଭୁଲ ପାଇଁ ପୂରା ପରିବାର ବିମାନ ଯାତ୍ରାରୁ ବଞ୍ଚିତ ହୋଇଛନ୍ତି। ଘଟଣାଟି ଏମିତି। ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ଏବଂ ଝିଅ ସହ ଯାତ୍ରା ପାଇଁ  ସୋମବାର ରାତିରେ ପହଞ୍ଚିଥିଲେ। ତେବେ ବୋଡ଼ିଂ ଲାଗି ସୁରକ୍ଷା ପାଇଁ ଯାଞ୍ଚ ବେଳେ ବ୍ୟକ୍ତି ଜଣକ ନିଜ ବ୍ୟାଗରେ ବୋମା ଥିବା ମଜାରେ କହିଦେଇଥିଲେ। ଏହା ପରେ ସୁରକ୍ଷା କର୍ମୀ ତାଙ୍କୁ ନିଜ ହେପାଜତକୁ ନେଇ ତାଙ୍କ ବ୍ୟାଗ ତନ୍ନତନ୍ନ କରି ଯାଞ୍ଚ କରିଥିଲେ।

ଏପରିକି ପରିବାରର ଅନ୍ୟ ସଦସ୍ୟଙ୍କ ବ୍ୟାଗ ମଧ୍ୟ ଯାଞ୍ଚ କରାଯାଇଥିଲା। କିନ୍ତୁ ବ୍ୟାଗରେ କିଛି ମିଳି ନଥିଲା। ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶଳୀ ସ୍ଥାନରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏମିତି ଆତଙ୍କ ସୃଷ୍ଟି କରିବାରୁ ତାଙ୍କ ପାଇଁ ଆହୁରି ଅଡ଼ୁଆ ବଢ଼ିଥିଲା। ଯାଞ୍ଚ ପରେ ତାଙ୍କୁ  ବିମାନ ବନ୍ଦର ପୁଲିସ ଅଟକ ରଖିଥିଲା।

ଦୀର୍ଘ ସମୟର ଧରି ରହିବା ପରଆ  ବ୍ୟକ୍ତି ଜଣକ ଲିକ୍ଷିତ ଆକାରରେ  କ୍ଷମା ମାଗିଥିଲେ। ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା। ଏହି ପ୍ରକ୍ରିୟା ଏତେ ବିଳମ୍ବ ହୋଇଯାଇ ଥିଲା ଯେ, ସେତେବେଳକୁ ତାଙ୍କ ଫ୍ଲାଇଟ ଛାଡ଼ି ଦେଇଥିଲା। ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିବାର ଯାତ୍ରା କରି ପାରି ନିରାଶ ହୋଇ ଫେରିଥିଲେଲେ। ପୂରା ଘଟଣା ସମ୍ପର୍କରେ ବିମାନ ବନ୍ଦର ନିର୍ଦ୍ଦେଶକ ରବିନ୍ଦ୍ରନ ସୂଚନା ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କର ସାମାନ୍ୟ ତ୍ରୁଟି ପାଇଁ ଅନ୍ୟମାନେ କେମିତି ହଇରାଣ ହୋଇପାରନ୍ତି ଏହା ସମସ୍ତଙ୍କ ପାଇଁ ଏକ ଶିକ୍ଷା।

The post ବିମାନ ବନ୍ଦରରେ ଥଟ୍ଟାମଜା ବୁମେରାଂ ହେଲା, କାନମୁଣ୍ଡ ଆଉଁସି ଫେରିଲେ appeared first on Odisha Reporter.



from Odisha Reporter https://ift.tt/kT1Aylq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages