ଆଫଗାନିସ୍ଥାନକୁ ହରାଇଲା ପାକିସ୍ତାନ, ଭାରତର ଏସିଆ କପ୍ ଧୂଳିସାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 7, 2022

ଆଫଗାନିସ୍ଥାନକୁ ହରାଇଲା ପାକିସ୍ତାନ, ଭାରତର ଏସିଆ କପ୍ ଧୂଳିସାତ

ଦୁବାଇ: ଭାରତର ଏସିଆ କପ୍ ସ୍ୱପ୍ନ ଚୁରମାର।  ଫାଇନାଲ ଯିବାରୁ ବଂଚିତ ହୋଇଛି ଟିମ୍ ଇଣ୍ଡିଆ।  ଗତକାଲି ଖେଳାଯାଇଥିବା ମ୍ୟାଚରେ ଆଫଗାନିସ୍ଥାନକୁ ପାକିସ୍ତାନ ପରାସ୍ତ କରିଛି।  ଫଳରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବା ପ୍ରାୟ ଚୂଡାନ୍ତ ହୋଇଛି।  ଆସନ୍ତା ୧୧ ତାରିଖରେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ ଏସିଆ କପ୍ ଫାଇନାଲ ମ୍ୟାଚ୍ ।  ସେପଟେ ଆଜି ଆଫଗାନିସ୍ଥାନ ଏବଂ ଭାରତ ମଧ୍ୟରେ ସୁପର-୪ ପର୍ଯ୍ୟାୟର ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କେବଳ ଔପଚାରିକତା ହେବ।  କାରଣ ଏଥିରେ କେହି ଜିତିଲେ ବି ଫାଇନାଲ ଯାଇ ପାରିବେ ନାହିଁ। ଗତକାଲି ମ୍ୟାଚ୍‌ରେ ଟସ୍‌ ହାରି ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଦଳ ନିର୍ଦ୍ଧାରିତ ୨୦ ଓଭର ଖେଳି ୬ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା। ଜବାବରେ ପାକିସ୍ତାନ ଲଢ଼ୁଆ ବ୍ୟାଟିଂ କରି ମାତ୍ର ୧ ୱିକେଟ୍‌ରେ ୧୯.୨ ବଲ୍‌ରେ ମ୍ୟାଚ୍ ଜିତି ନେଇଛି। ୧୩୦ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ଅଧିନୟାକ ବାବର ଆଜମ ଖାତା ଖୋଲିପାରି ନଥିଲେ। ସେହିପରି ଫକର ଜମାନ ୫ ରନ୍ ମୋହମ୍ମଦ ରିଜୱାନ ୨୦ ରନ୍ ଓ ଇଫ୍‌ତିଆର ଅହମଦ ୩୦ ରନ୍‌ କରିଥିବା ବେଳେ ଅସିଫ ଅଲୀ ୮ ବଲ୍‌ରେ ୧୬ ରନ୍ କରିଥିଲେ।

ତେବେ ଶେଷ ବେଳକୁ ମ୍ୟାଚ୍‌ର ସ୍ଥିତି ରୋମାଞ୍ଚକର ହୋଇଥିଲା। ଅନ୍ତିମ ପର୍ଯ୍ୟାୟରେ ଜିତିବା ପାଇଁ ପାକିସ୍ତାନକୁ ୧୧ ରନର ଆବଶ୍ୟକ ପଡ଼ୁଥିଲା। ଆଉ ଶେଷ ଓଭରରେ ଦୁଇଟି ବଲ୍‌ରେ ଦୁଇଟି ଲଗାତର ଛକ୍କା ମାରି ନସୀମ ଶାହ ପାକିସ୍ତାନକୁ ମ୍ୟାଚ୍ ଜିତାଇଥିଲେ।

The post ଆଫଗାନିସ୍ଥାନକୁ ହରାଇଲା ପାକିସ୍ତାନ, ଭାରତର ଏସିଆ କପ୍ ଧୂଳିସାତ appeared first on Odisha Reporter.



from Odisha Reporter https://ift.tt/f8LNhK4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages