ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 17, 2022

ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ୪୨ ନଂ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗ ପାଣି ଜେନାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୮ ବେଳେ ବୁଗୁଡ଼ା ଥାନା ଅନ୍ତର୍ଗତ ବୁରୁଝୋଳା ଛକ ନିକଟରେ ଗଙ୍ଗ ପାଣିଙ୍କୁ କିଛି ଦୁର୍ବୃତ୍ତ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣରେ ଗଙ୍ଗ ପାଣିଙ୍କ ମୁଣ୍ଡ ଓ ଦୁଇ ଗୋଡ଼ରେ ଗଭୀର ଆଘାତ ଲାଗିଛି l ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

ଗଙ୍ଗ ପାଣି ଗତକାଲି ସନ୍ଧ୍ୟାରେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟରୁ ବାଇକ ଯୋଗେ ବାହାରି କୌଣସି କାମରେ ତାଳସାକର ଯାଉଥିବା ବେଳେ ବୁରୁଝୋଳା ଛକ ନିକଟରେ ଦୁଇରୁ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ l

ଗଙ୍ଗ ପାଣିଙ୍କୁ ଆକ୍ରମଣର କାରଣ ଜଣା ପଡ଼ି ନଥିବା ବେଳେ ବୁଗୁଡ଼ା ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ଗଙ୍ଗ ପାଣିଙ୍କ ନିଜ ଗ୍ରାମ ଖୋଳଖାଳି ହୋଇଥିବା ବେଳେ ସେ ଚଳିତ ବର୍ଷ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଟିକେଟରେ ଲଢ଼ି ଜିଲ୍ଲା ପରିଷଦ ସଭ୍ୟ ଭାବେ ବିଜୟ ଲାଭ କରିଥିଲେ।

The post ଜିଲ୍ଲା ପରିଷଦ ସଭ୍ୟଙ୍କୁ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/faRzGKQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages