ବିଜେପିର ରଣହୁଙ୍କାର- ଏଥର ଜୋରଦାର ହେବ ଲଢ଼େଇ, ଓଡ଼ିଶାରୁ ଗାଦିଚ୍ୟୁତ ହେବ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 14, 2022

ବିଜେପିର ରଣହୁଙ୍କାର- ଏଥର ଜୋରଦାର ହେବ ଲଢ଼େଇ, ଓଡ଼ିଶାରୁ ଗାଦିଚ୍ୟୁତ ହେବ ବିଜେଡି

ପୁରୀ(ଓଡ଼ିଶା ରିପୋର୍ଟର): ‘୨୦୨୪ରେ ନବୀନଙ୍କୁ ଗାଦିଚ୍ୟୁତ କରିବା ପାଇଁ ରୋଡମ୍ୟାପ୍‌ ପ୍ରସ୍ତୁତ ଚାଲିଛି । ଏବେ କର ବା ମର ସ୍ଥିତି। ସମସ୍ତଙ୍କର ଗୋଟାଏ ଲକ୍ଷ୍ୟ । ତାହା ହେଉଛି ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା। ତେଣୁ ଏଥିନିମନ୍ତେ ଏପରି ଜୋରଦାର ଲଢ଼େଇ ହେବ ଯାହା କେହି କେବେ ଭାବି ନ ଥିବେ।’  ପୁରୀରେ  ବିଜେପି ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଥିବା ବେଳେ ଆଜି ଦ୍ୱିତୀୟ ଦିନରେ ଏଭଳି ରଣହୁଙ୍କାର ଦେଇଛନ୍ତି ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ । ଆଜି ଆୟୋଜିତ ସମ୍ମିଳନୀରେ ଦଳର ତୁଙ୍ଗ ନେତାଙ୍କ ସମେତ ୩୬ଟି ସାଙ୍ଗଠନିକ ଜିଲ୍ଲାର କର୍ମୀ, ଉଚ୍ଚ ପଦସ୍ତ ଅଧିକାରୀ ଉପସ୍ଥିତ ଅଛନ୍ତି।

ଏହି ଅବସରରେ ପ୍ରଦୀପ ପୁରୋହିତ କହିଛନ୍ତି, ପଶ୍ଚିମବଙ୍ଗରେ ଏବେ ଯେଉଁ ଢଙ୍ଗରେ ଲଢ଼େଇ ହେଉଛି, ତା’ଠୁ ଅଧିକ ମଜବୁତ ଭାବେ ଓଡ଼ିଶାରେ ଲଢ଼େଇ ହେବ । ଏଥିନିମନ୍ତେ ଯୋଜନାବଦ୍ଧ ଭାବେ ପ୍ରସ୍ତୁତି ଚାଲିଛି । ଭାଜପା କର୍ମକର୍ତ୍ତା ପଛକୁ ଘୁଞ୍ଚିବେ ନାହିଁ। ଲଢ଼େଇ ଜୋରଦାର ହେବ । ଓଡ଼ିଶାରେ କର ବା ମର ଡାକରା ଦେବ ଭାଜପା।  ବିଜେଡି ସରକାର ଓଡ଼ିଶାରୁ ବିଦା ନ ହେଲେ ଓଡ଼ିଶା ଧ୍ୱସାଂଭିମୁଖୀ ହେବ। ଓଡ଼ିଶାର ଧର୍ମ, ସଂସ୍କୃତି ଧ୍ୱସଂ ପାଇବ,  ଆର୍ଥିକ ଅବସ୍ଥା ଦୁର୍ବଳ ହେବ । ତେଣୁ ଓଡ଼ିଶାରୁ ବିଜେଡିକୁ ଗାଦିଚ୍ୟୁତ କରିବା ଆମର ଏକମାତ୍ର ଲକ୍ଷ୍ୟ । ବିଜେଡି ପାଇଁ ଯେଉଁ ସରକାରୀ କର୍ମଚାରୀ କାମ କରୁଛନ୍ତି ସେମାନ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି  ପ୍ରଦୀପ ପୁରୋହିତ । କାରଣ ଏଥର ନିର୍ବାଚନରେ ଏମତି ଲଢ଼େଇ ହେବ ଯାହା କେହି କେବେ କଳ୍ପନା କରି ନ ଥିବେ ବୋଲି ସେ କହିଛନ୍ତି।

ଏହି ଅବସରରେ ସମ୍ମିଳନୀରେ ଉପସ୍ଥିତ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ଦଳର ଆଗ ଧାଡ଼ିର ନେତା ବିଭିନ୍ନ ପ୍ରକାର ପରାମର୍ଶ ଦେଇଛନ୍ତି । ସେହି ଅନୁସାରେ ରଣନୀତି ପ୍ରସ୍ତୁତ ହେଉଛି । ଓଡ଼ିଶାରେ ଏଥର ଲଢେଇ ଜୋରଦାର ହେବ ।

ଏନେଇ ସାଂସଦ ଜୁଏଲ ଓରାମ କହିଛନ୍ତି, ଆମେ ଆମ ସଙ୍ଗଠନ ଶକ୍ତି ବଢ଼ାଉଛୁ। ଗତଥର ନିର୍ବାଚନରେ ଆମେ ୧୨୦ ଅତିକ୍ରମ କରିବୁ ବୋଲି କହିଥିଲୁ। କିନ୍ତୁ ତାହ ସମ୍ଭବ ହୋଇ ପାରି ନ ଥିଲା। ହେଲେ ଏଥର ଉକ୍ତ ସଂଖ୍ୟାକୁ ଛୁଇଁବାକୁ ଚେଷ୍ଟା କରୁଛୁ । ସେଥିପାଇଁ ସଙ୍ଗଠନ ଶକ୍ତି ବଢ଼ାଉଛୁ ।

୩ ଦିନିଆ ବିଜେପି ପ୍ରଶିକ୍ଷଣ ଶିବିରରେ ସାଂସଦ ସୁରେଶ ପୂଜାରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ୩ ଦିନରେ ୧୫ଟି ବିଷୟରେ ଆଲୋଚନା ହେବ । କିନ୍ତୁ ମୂଳ ଲକ୍ଷ୍ୟ ଏକ।  ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପିର ବିଜୟ ହେବା ସହ ସରକାର ଗଠନ କରିବ । ୨୦୧୯ରେ ମୋଦି ପ୍ରଧାନମନ୍ତ୍ରୀ ହେବା ବେଳେ କରିବା ବେଳେ ଓଡ଼ିଶାରୁ ୮ ସାଂସଦ ଜିତିଥିଲେ।  ୨୦୨୪ ନିର୍ବାଚନରେ ଏହି ସଂଖ୍ୟାକୁ ଦ୍ୱିଗୁଣିତ କରିବାକୁ ପ୍ରୟାସ ଆରମ୍ଭ ହୋଇ ଯାଇଛି।

 

The post ବିଜେପିର ରଣହୁଙ୍କାର- ଏଥର ଜୋରଦାର ହେବ ଲଢ଼େଇ, ଓଡ଼ିଶାରୁ ଗାଦିଚ୍ୟୁତ ହେବ ବିଜେଡି appeared first on Odisha Reporter.



from Odisha Reporter https://ift.tt/OxJcdQw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages