ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 23, 2022

ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର 

ଡେରାଡୁନ: ଜଣେ ୧୯ ବର୍ଷୀୟ ରିସ୍ପେସନିଷ୍ଟ ଯୁବତୀଙ୍କ ହତ୍ୟା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଉତ୍ତରାଖଣ୍ଡ ସରକାର। ହତ୍ୟାରେ ସମ୍ପୃକ୍ତ  ଥିବା ଜଣେ ବିଜେପି ନେତା ତଥା  ରିସର୍ଟ ମାଲିକଙ୍କ ପୁର ପୁଲକିତ ଆର୍ଯ୍ୟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଉତ୍ତରାଖଣ୍ଡର ରିସିକେଶରେ ଥିବା ପୁଲକିତଙ୍କ ରିସର୍ଟଙ୍କୁ ଭାଙ୍ଗି ଦିଆଯାଇଛି। ସମ୍ପୃକ୍ତ ଯୁବୀତୀଙ୍କ ହତ୍ୟାକକାଣ୍ଡ ମାମଲାରେ ପୁଲକିତଙ୍କ ନାମ ଆସିବା ପରେ ରାଜ୍ୟ ସରକାର ତାଙ୍କ ରିସର୍ଟ ଭାଙ୍ଗି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯୁବତୀଙ୍କ ହତ୍ୟା ପରେ ରାଜ୍ୟବ୍ୟାପି ଜୋରାଧାର ବିକ୍ଷୋଭ କରାଯିବା ସହ  ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାପୁଷ୍ଠାନ ନେବାକୁ ଦାବି ହୋଇଥିଲା। ଏହା ପରେ ପୁଲକିତଙ୍କୁ ଗିରଫ କରାଯିବା ସହ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂହ ଧାମି ତାଙ୍କ ରିସର୍ଟ ଭାଙ୍ଗି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଲହି ଘଟଣାରେ ୩ ଜଣ ଅଭିଯୁକ୍ତ ତଥା ଯମକେଶ୍ୱରରେ ଥିବା  ରିସର୍ଟର ମାଲିକ  ପୁଲକିତ ଆର୍ଯ୍ୟ, ମ୍ୟାନେଜର ସୌରଭ ଭାସ୍କର ଏବଂ ସହକାରୀ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ କୋର୍ଟର ହାଜର ପରେ  ୧୪ ଦିନିଆ ରିମାଣ୍ଡରେ ପଠାଇ ଦିଆଯାଇଛି। ସମ୍ପୃକ୍ତ ଯୁବତୀଙ୍କ ହତ୍ୟାକାଣ୍ଡ ସାମ୍ନାକୁ ଆସିବା ପରେ ରାଜ୍ୟରେ ଥିବା  ସବୁ ରିସର୍ଟ ଗୁଡ଼ିକର ତଦନ୍ତ ପାଇଁ   ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଅପରାଧ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୋଲି ଧାମି କହିଛନ୍ତି। ଏହି ଘଟଣା ଦୁର୍ଭାଗ୍ୟଜନକ। ପୁଲିସ  ତାକାମ କରୁଛି।  ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି। ଅପରାଧୀ ଯିଏ ବି ହେଉ ନା କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ଅଭିଯୋଗ ଅନୁଯାୟୀ, ରିଷିକେଶରେ ପୁଲକିତଙ୍କର ଗୋଟିଏ ରିସର୍ଟ ରହିଛି। ଏହି ରିସର୍ଟରେ ରିସ୍ପେସନିଷ୍ଟ ଭାବେ କାମ କରୁଥିବା ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ପୁଲକିତ ଓ ତାଙ୍କର ଦୁଇ ଜଣ ସହଯୋଗୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଯୁବତୀଙ୍କ ଜଣଙ୍କୁ ପୁଲକିତ ଦୀର୍ଘ ଦିନ ହେଲା ଦେହ ବେପାରରେ ନିୟୋଜିତ ହେବାକୁ ପ୍ରସ୍ତାବ ଦେଇ ଆସୁଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ପୁଲିସ୍‌ ଘଟଣାର ତଦନ୍ତ କରି ଆଜି ସନ୍ଧ୍ୟାରେ ପୁଲକିତ ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରିଛି।

ଏହି ରିସର୍ଟରେ ୧୯ ବର୍ଷୀୟ ଅଙ୍କିତା ଭଣ୍ଡାରୀ ରିସ୍ପେସନିଷ୍ଟ ଭାବେ କାମ କରୁଥିଲେ। ହେଲେ ହଠାତ୍‌ ସେପ୍ଟେମ୍ବର ୧୮ରୁ ସେ ନିଖୋଜ ହୋଇ ଯାଇଥିଲେ। ପୁଲିସ୍‌ ତାଙ୍କୁ ଖୋଜାଖୋଜି କରୁଥିବା ବେଳେ ପୁଲକିତ ହରିଦ୍ୱାରା ପଳାଇଥିଲେ। ହେଲେ ଅଙ୍କିତାଙ୍କ ପରିବାର ଲୋକ ପୁଲିସ୍‌ର ଦ୍ୱାରସ୍ଥ ହୋଇ ଝିଅକୁ ଖୋଜି ଆଣିବାକୁ ନେହୁରା ହୋଇଥିଲା। ଏହି ସମୟରେ ଅଙ୍କିତା ହ୍ୱାଟସଆପ୍‌ରେ ପୁଲକିତଙ୍କ ଯୌନ କେଳେଙ୍କାରୀ କଥା ସହଯୋଗୀ ମାନଙ୍କୁ କହିଥିବା ଜଣାପଡ଼ିଥିଲେ। ଏହାକୁ ନେଇ ଆନ୍ଦୋଳନ ଜୋରଦାର ହେବାରୁ

ଉତ୍ତରାଖଣ୍ଡ ପୁଲିସ୍‌ ପୁଲକିତଙ୍କ ସମେତ ରିସର୍ଟର ମ୍ୟାନେଜର ସୌରଭ ଭାସ୍କର ଓ ଆସିସଷ୍ଟାଣ୍ଟ ମ୍ୟାନେଜର ଅଙ୍କିତ ଗୁପ୍ତାଙ୍କୁ ଉଠାଇ ଆଣି ଜେରା କରିଥିଲା। ଏହି ସମୟରେ ସେମାନେ ନିଖୋଜ ଅଙ୍କିତାଙ୍କୁ ରିସର୍ଟରେ ହତ୍ୟା କରିବା ପରେ ଛୀଲା କେନାଲରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଥିଲେ।

The post ରିସ୍ପେସନିଷ୍ଟ ହତ୍ୟା ଘଟଣା, ଅଭିଯୁକ୍ତ ବିଜେପି ନେତା ପୁଅଙ୍କ ରିସର୍ଟ ଉପରେ ବୁଲିଲା ବୁଲଡୋଜର  appeared first on Odisha Reporter.



from Odisha Reporter https://ift.tt/ROJqiUk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages