ବାକି ଟଙ୍କା ମାଗିବାରୁ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 20, 2022

ବାକି ଟଙ୍କା ମାଗିବାରୁ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ

ସୋର(ନିରଞ୍ଜନ ବେହେରା): ବାକି ଟଙ୍କା ମାଗିବାରୁ ଜଣେ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ବଡ଼ଖୁରୀ ଛକ ପାଖରେ। ଉକ୍ତ ବ୍ୟବସାୟୀ ଜଣକ ହେଲେ କମରପୁର ଗାଁର ରବୀନ୍ଦ୍ର ଧଡ଼ା l

ରବୀନ୍ଦ୍ର ଧଡ଼ା କମରପୁରଠାରେ ଦୀର୍ଘଦିନ ହେବ ପ୍ଲାଷ୍ଟିକ ହୋଲସେଲିଙ୍ଗ କରୁଥିଲେ। ପଶ୍ଚିମବଙ୍ଗ ଅଞ୍ଚଳର କିଛି ବ୍ୟବସାୟୀ ତାଙ୍କଠାରୁ ଜିନିଷ ନେଇ ବ୍ୟବସାୟ କରି ପଇସା ଦେଉଥିଲେ। ହେଲେ ଏହି ବ୍ୟବସାୟମାନେ ରବୀନ୍ଦ୍ରଙ୍କ ଠାରୁ ଜନିଷ ନେଇ ଆଉ ପଇସା ଫେରାଇ ନଥିଲେ। ଗତକାଲି ରବୀନ୍ଦ୍ର ସେମାନଙ୍କୁ ପଇସା ମାଗିବାରୁ ୫ଜଣ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଯୁବକଙ୍କ ଆକ୍ରମଣରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିଲେ।  ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ  ରବୀନ୍ଦ୍ର ଥାନାରେ ଅଭିଯୋଗ କରିଛନ୍ତି।  ଘଟଣାପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ପୁଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ଓ ଘଟଣାର ତଦନ୍ତ କରୁଛି।

The post ବାକି ଟଙ୍କା ମାଗିବାରୁ ପ୍ଲାଷ୍ଟିକ ବ୍ୟବସାୟୀଙ୍କୁ ସଂଘବଦ୍ଧ ଆକ୍ରମଣ appeared first on Odisha Reporter.



from Odisha Reporter https://ift.tt/6burzHM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages