ଗୁଳିମାଡ଼ରେ ବିଜେପି ନେତାଙ୍କ ପତ୍ନୀ ମୃତ, ହତ୍ୟା ମାମଲାରେ ଫସିଲା ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 13, 2022

ଗୁଳିମାଡ଼ରେ ବିଜେପି ନେତାଙ୍କ ପତ୍ନୀ ମୃତ, ହତ୍ୟା ମାମଲାରେ ଫସିଲା ପୁଲିସ

ଲକ୍ଷ୍ନୌ: ପୁଲିସ ନାଁରେ ରୁଜୁ ହେଲା ହତ୍ୟା ମାମଲା। ଗୁଳିମାଡରେ ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ହତ୍ୟା ମମଲାରେ ଫସିଛି ପୁଲିସ। ଉତ୍ତରପ୍ରଦେଶରେ ଘଟିଛି ଏଭଳି କିଛି ଘଟଣା।

ଉତ୍ତରାଖଣ୍ଡର ଜଣେ ଖଣି ମାଫିଆଙ୍କୁ ଧରିବା ପାଇଁ ମୁରାଦାବାଦ ପୁଲିସ ଜସପୁରରେ ଚଢ଼ାଉ କରିଥିଲା। ଏହି ସମୟରେ ମାଫିଆ ଓ ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ଜଣ ପୁଲିସ ଗୁରୁତର ହେବା ସହ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମୃତ ମହିଳା ଜଣକ ବିଜେପି ନେତା ଗୁରୁତାଜ୍ ବୁଲାର୍‌ଙ୍କ ପତ୍ନୀ ଗୁରୁପ୍ରୀତ କୌର।

ପୁଲିସ ଗୁଳିରେ ହିଁ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଏପରିକି ଉତ୍ତରାଖଣ୍ଡରେ ୟୁପି ପୁଲିସ୍ ବିରୋଧରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ଏ ନେଇ ମୋରାଦାବାଦ୍‌ର ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ‘ଜାଫର୍ ହେଉଛି ଜଣେ ଏପରି ଅପରାଧୀ, ଯାହାକୁ ଧରିବା ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା। ସେ ଭରତପୁର ଗାଁରୁ ଖସି ପଳାଇବା ପରେ ପୁଲିସ୍ ଖୋଜିବା ଆରମ୍ଭ କରିଥିଲା। ଆମ ପୁଲିସ୍ ଟିମ୍‌‌ ସେଠାରେ ପହଞ୍ଚିବା ପରେ ସେମାନଙ୍କୁ ବନ୍ଧକ ରଖି ତାଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଛଡ଼ାଇ ନିଆଯାଇଥିଲା। ଟିମ୍‌ରୁ ୫ ଜଣ ପୁଲିସ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବାବେଳେ ୨ ଜଣ ନିଖୋଜ ଅଛନ୍ତି।’

The post ଗୁଳିମାଡ଼ରେ ବିଜେପି ନେତାଙ୍କ ପତ୍ନୀ ମୃତ, ହତ୍ୟା ମାମଲାରେ ଫସିଲା ପୁଲିସ appeared first on Odisha Reporter.



from Odisha Reporter https://ift.tt/cZl5Ryz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages