ସୋନପୁର(ରବୀନ୍ଦ୍ର ହୋତା): ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡ଼ି ଗଲେ ଶ୍ରମିକ। ଆଜି ଦୀପବଳିରେ ଏପରି ଦୁଃଖଦ ଘଟଣା ଘଟଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଞ୍ଚଳରେ। ମୃତ ବଂଗାଳି ଶ୍ରମିକ ଜଣଙ୍କ ହେଲେ ମାଟିନ ସେଖର।
ମନମୁଣ୍ଡା ବାଇପାସ ରାସ୍ତାର ନିର୍ମାଣଧୀନ ଘର ଉପର ଦେଇ ୧୧କେଭି ବିଦ୍ୟୁତ ତାର ଯାଇଛି। ମାଟିନ ସେହି ଘରେ କାମ କରୁଥିଲେ। ହଠାତ୍ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ମାଟିନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ମାଟିନ ୯୦ ପ୍ରତିଶତ ପୋଡ଼ିଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।
The post ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡ଼ିଗଲେ ଶ୍ରମିକ appeared first on Odisha Reporter.
from Odisha Reporter https://ift.tt/7Zd593u
No comments:
Post a Comment