ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଭଦୋହୀରେ ଏକ ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୪ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବାଳକ (ଜଣେ ୧୦ ବର୍ଷର ଓ ଅନ୍ୟ ଜଣେ ୧୨ ବର୍ଷର) ଓ ଜଣେ ମହିଳା (୪୫ ବର୍ଷ) ଅଛନ୍ତି।
ରବିବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ମା’ଙ୍କ ଆରତି ଚାଲିଥିଲା। ଆଉ ପେଣ୍ଡାଲରେ ୩୦୦ରୁ ଅଧିକ ଲୋକଙ୍କ ଭିଡ଼ ଜମିଥିଲା।
ବିଦ୍ୟୁତ୍ ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣା ପରେ ଭଦୋହୀ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ସମସ୍ତ ବରିଷ୍ଠ ଅଧିକାରୀ ସେଠାରେ ପହଞ୍ଚିଥିଲେ। ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ।
ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭଦୋହୀ ଜିଲ୍ଲାପାଳ କହିଛନ୍ତି।
The post ଦୁର୍ଗା ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ: ୩ ମୃତ, ୬୪ ଆହତ appeared first on Odisha Reporter.
from Odisha Reporter https://ift.tt/PFykfCb
No comments:
Post a Comment