ପୁଲିସ ହେପାଜତରୁ ମୁସେୱାଲାଙ୍କ ହତ୍ୟାକାରୀ ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 2, 2022

ପୁଲିସ ହେପାଜତରୁ ମୁସେୱାଲାଙ୍କ ହତ୍ୟାକାରୀ ଫେରାର

ଚଣ୍ଡିଗଡ: ପୁଲିସ ହେପାଜତରୁ ଚମ୍ପଟ ମାରିଲା ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାରୀ। ମୁସେୱଲାଙ୍କା ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଶୁଟର୍‌ ଦୀପକ ଓରଫ୍‌ ଟିନୁ ଜେଲ୍‌ରୁ ଫେରାର ହୋଇଯାଇଛି। ଏହାପରେ ପୁଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଯାଇଛି।

ଶନିବାର ସେଣ୍ଟ୍ରାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ସିଆଇଏ)ର ଅଧିକାରୀ ହତ୍ୟାକାରୀ ଦୀପକ ଓରଫ ଟିନୁକୁ ବିଳମ୍ବିତ ରାତିରେ ଅନ୍ୟତ୍ର ନେଇଯାଉଥିବା ବେଳେ ସେ ଖସି ପଳାଇଥିବା ଜଣାପଡିଛି। ଘଟଣାଟି କୌଣସି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ବି ସତ। ତେବେ ଟିନୁକୁ ଖସାଇ ଦିଆଯାଇଛି ନା ସତକୁ ସତ ସେ ଖସି ପଳେଇଛି ସେ ନେଇ ପ୍ରଶ୍ନ ଉଠିଛି।

ସୂଚନା ଥାଉକି, ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗେଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସାର୍ପ ଶୁଟର୍‌ ଥିଲା ଦୀପକ। ସେ ଗତ ରାତି ୩ଟା ବେଳେ ମନସା ପୁଲିସ ହେପାଜତରୁ ଫେରାର ହୋଇଯାଇଛି। ଖବର ଅନୁଯାୟୀ ମନସା ସିଆଇଏ ଷ୍ଟାଫ୍‌ର ଟିମ୍‌ ରିମାଣ୍ଡରେ ଟିନୁକୁ କପୁରଥଲା ଜେଲକୁ ନେଉଥିଲେ। ଏହି ସମୟରେ ସେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଦାଖଲ ହୋଇଥିବା ଚାର୍ଜସିଟ୍‌ର ୧୫ ଜଣିଆ ଅପରାଧିଙ୍କ ତାଲିକାରେ ଦୀପକର ନାଁ ବି ରହିଛି। ମେ ୨୯ ତାରିଖରେ ପଞ୍ଜାବର ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ହୋଇଥିଲା।

ପଞ୍ଜାବ ସରକାର ସୁରକ୍ଷା କାଢ଼ି ନେବା ପରେ ଅପରାଧିମାନେ ତାଙ୍କୁ ଘେରିଯାଇ ଗୁଳିମାଡ କରି ହତ୍ୟା କରିଥିଲେ। ସେ ଏକ ଜିପ୍‌ରେ ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ତାଙ୍କୁ ଗୁଳି କରାଯାଇଥିଲା। ଗୁଳିମାଡ଼ର ୧୫ ମିନିଟ୍‌ ପରେ ତାଙ୍କର ମୃତ୍ୟୁ ହୋଇଥିଲା।

The post ପୁଲିସ ହେପାଜତରୁ ମୁସେୱାଲାଙ୍କ ହତ୍ୟାକାରୀ ଫେରାର appeared first on Odisha Reporter.



from Odisha Reporter https://ift.tt/IRX9M1U

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages