ବିୟୁଟି କମ୍ପିଟେସନକୁ ନେଇ ବୋବାଲ; ସର୍ତ୍ତକୁ ନେଇ ତାତିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 13, 2022

ବିୟୁଟି କମ୍ପିଟେସନକୁ ନେଇ ବୋବାଲ; ସର୍ତ୍ତକୁ ନେଇ ତାତିଲେ ଲୋକେ

ଚଣ୍ଡିଗଡ଼: ବିୟୁଟି କମ୍ପିଟେସନକୁ ନେଇ ହୋଇଛି ବୋବାଲ । ତାତିଲେ ଲୋକେ । ବନ୍ଧା ହେଲେ ଆୟୋଜକ । ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ପଞ୍ଜାବର ବାଥିଣ୍ଡା ଜିଲ୍ଲାରେ ଦେଖିବାକୁ ମିଳିଛି।

ସୂଚନାନୁସାରେ, ବାଥିଣ୍ଡା ସହରର ବିଭିନ୍ନ ସ୍ଥାନରେ ଗତକାଲି ଏକ ପୋଷ୍ଟର ଲାଗିଥିଲା । ଯେଉଁଥିରେ ଆସନ୍ତା ୨୩ ତାରିଖରେ ବାତିଣ୍ଡାସ୍ଥିତ ଏକ ହୋଟେଲରେ ଏକ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ ହେବ ବୋଲି ଉଲ୍ଲେଖ ଥିଲା। ଏଥିନିମନ୍ତେ ଆବେଦନ କରିବାକୁ ଯୁବତୀମାନଙ୍କୁ ଆହ୍ୱାନ କରାଯାଇଥିଲା। ହେଲେ ଏଥିରେ ଥିବା ସର୍ତ୍ତକୁ ଦେଖି ଭଡ଼କିଗଲେ ଲୋକେ।

ଏଥିରେ ଥିବା ସର୍ତ୍ତ ଅନୁଯାୟୀ, ଏହି ପ୍ରତିଯୋଗିତାରେ କେଳ ସାଧାରଣ ଜାତିର ଯୁବତୀମାନେ ଆବେଦନ କରିପାରିବେ। ଯିଏ ଏହି ପ୍ରତିଯୋଗିତା ଜିତିବ, ତାକୁ କାନାଡାରେ ରହୁଥିବା ଜଣେ ଏନଆରଆଇଙ୍କ ସହ ବିବାହ କରିବାର ସୁଯୋଗ ମିଳିବ।

ଗତକାଲି ସହରର ବିଭିନ୍ନ ସ୍ଥାନରେ ଏହି ପୋଷ୍ଟର ମରାଯିବା ପରେ ଲୋକେ ତାତିଥିଲେ। ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ଏହି ଘଟଣାକୁ ବିରୋଧ କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଏହାପରେ ପୁଲିସ୍‌ ଆକ୍ସନ ମୋଡ଼କୁ ଆସି  ଅର୍ଗାନାଇଜର ସୁରିନ୍ଦର ସିଂ ଓ ଅଜିତ ସିଂଙ୍କୁ ଗିରଫ କରିଛି।

ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାକୁ ସମାଲୋଚନା କରି ସାମାଜିକ କର୍ମୀମାନେ କହିଛନ୍ତି ଯେ ଏହା ମହିଳାମାନଙ୍କ ପ୍ରତି ଘୋର ଅପମାନ।  ଏହାର ପୋଷ୍ଟରରୁ ସ୍ପଷ୍ଟ ହେଉଛି ଯେ ଆୟୋଜକମାନେ କେବଳ ଜାତି ବିଭାଜନକୁ ପ୍ରୋତ୍ସାହିତ କରୁନାହାନ୍ତି ବରଂ ମହିଳାମାନଙ୍କୁ ମଧ୍ୟ ଅପମାନ କରୁଛନ୍ତି। ଏହି ପ୍ରତିଯୋଗିତା ଯେଉଁ ହୋଟେଲରେ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ ଅଛି, ଉକ୍ତ ହୋଟେଲର ମାଲିକ କିନ୍ତୁ ଏହାକୁ ମନା କରିଦେଇଛନ୍ତି। ଏପରି କୌଣସି ପ୍ରତିଯୋଗିତା ତାଙ୍କ ହୋଟେଲରେ ହେବା ନିମନ୍ତେ ବୁକ୍‌ ହୋଇନାହିଁ ବୋଲି ସେ କହିଛନ୍ତି।   ତାଙ୍କ ହୋଟେଲ ନାମର ଅପବ୍ୟବହାର ହୋଇଥିବାରୁ ସେ ଏଥିପାଇଁ ପୁଲିସ ସହ ଯୋଗାଯୋଗ କରିବେ ବୋଲି କହିଛନ୍ତି।

The post ବିୟୁଟି କମ୍ପିଟେସନକୁ ନେଇ ବୋବାଲ; ସର୍ତ୍ତକୁ ନେଇ ତାତିଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/pAhknMg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages