କାମାକ୍ଷାନଗର(ବିଦ୍ୟାଧର ବରାଳ): ଢେଙ୍କାନାଳ ଜିଲ୍ଲା ଭୁବନ ରେଞ୍ଜ ରାଙ୍କିଆ ଗାଁରେ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।
ଗତକାଲି ରାତିରେ ଦନ୍ତା ହାତୀଟି ଧାନ ଖାଇବା ପାଇଁ କ୍ଷେତକୁ ଆସିଥିଲା। କ୍ଷେତ ପାଖରେ ବିଦ୍ୟୁତ୍ ଘୁଣ୍ଟ ପୋତା ଯାଇଥିଲା। ସେହି ଖୁଣ୍ଟରୁ କିଛି ତାର ବାହାରକୁ ବାହାରି ଥିଲା। ହାତୀଟି ଧାନ ଖାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ଘଟିଥିଲା। ଆଜି ସକାଳେ ଗ୍ରାମବାସୀ ହାତୀଟିର ମୃତଦେହ କ୍ଷେତ ନିକଟରେ ପଡ଼ିଥିବା ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ହାତୀଟିର କିପରି ମୃତ୍ୟୁ ଘଟିଲା, ନା ଆଉ କିଛି କାରଣ ଅଛି ବନ ବିଭାଗ ତାର ତଦନ୍ତ କରୁଛି।
The post ବିଦ୍ୟୁତ ଆଘାତରେ ଦନ୍ତା ହାତୀ ମୃତ! appeared first on Odisha Reporter.
from Odisha Reporter https://ift.tt/w36hXMD
No comments:
Post a Comment